Posted inଜାତୀୟ

କୋର୍ଟରେ ଚାଲିଥିଲା ଶୁଣାଣି, ହଠାତ୍‌ ବଡ଼ ପାଟିରେ କହିଲେ କେଜରିଓ୍ବାଲ, ମାଇଲର୍ଡ ମୋତେ ଭୋକ ଲାଗୁଛି…

ନୂଆଦିଲ୍ଲୀ,୨୮।୮: ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ବର୍ତ୍ତମାନ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମଙ୍ଗଳବାର କୋର୍ଟରେ ହାଜର ହୋଇଥିଲେ। ଏହି ସମୟ ମଧ୍ୟରେ ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ ଦାଖଲ କରିଥିଲା। ସିବିଆଇ ଅଭିଯୋଗ ଆଣିଛି ଯେ କେଜରିଓ୍ବାଲ ଇଚ୍ଛା ଅନୁଯାୟୀ ମଦ ସ୍କାମରୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କେଜରିଓ୍ବାଲ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ତେବେ ଶୁଣାଣିବେଳେ କେଜରିଓ୍ବାଲ ବିଚାରପତିଙ୍କୁ ଏପରି କଥା କହିଥିଲେ ଯେ ମଝିରେ ଶୁଣାଣି ବନ୍ଦ ହୋଇଯାଇଥିଲା।

ଅରବିନ୍ଦ କେଜରିୱାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ପ୍ରକ୍ରିୟାରେ ଭାଗ ନେଇଥିଲେ। ମଙ୍ଗଳବାର ଚାଲିଥିବା ପ୍ରକ୍ରିୟା ସମୟରେ ସିବିଆଇ ଦିଲ୍ଲୀ ସିଏମଙ୍କ ବିରୋଧରେ ଯୁକ୍ତି ବାଢୁଥିଲା। ତା’ପରେ କେଜରିୱାଲ ବାଧା ଦେଇ କୋର୍ଟରେ କହିଥିଲେ, ମାଇଲର୍ଡ ମୋର ସୁଗାର କମିବାରେ ଲାଗିଛି। ମୋତେ ଭୋକ ଲାଗୁଛି ମୋତେ ଖାଇବାକୁ ପଡ଼ିବ। ଏହା ପରେ ଶୁଣାଣିକୁ ମଝିରେ ଅଟକାଇବାକୁ ପଡିଥିଲା।

ସିବିଆଇ ଦିଲ୍ଲୀ କୋର୍ଟରେ ଦାବି କରିଛି ଯେ, ଦିଲ୍ଲୀର ମଦ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ କେଜରିଓ୍ବାଲ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିଛନ୍ତି। ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପ୍ରତ୍ୟେକଙ୍କୁ ୯୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଦୁର୍ନୀତି ମାମଲାରେ କେଜରିଓ୍ବାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବଢେଇଥିବା ସିବିଆଇ ଯୁକ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ଏମ୍‌ପି

ମୁମ୍ବାଇ,୧୭।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ…

ଡ଼ାକ୍ତରଖାନାରେ ନଥିଲେ ଡ଼ାକ୍ତର! ଚାଲିଗଲା ନବଜାତ ଶିଶୁର ଜୀବନ, ଚିକିତ୍ସା ଅବହେଳା ଆଣି ପରିବାର ଲୋକଙ୍କ ଉତ୍ତେଜନା

ପାଟଣାଗଡ଼, ୧୭।୬(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଡାକ୍ତରଙ୍କ ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

ରଜ ଖେଳ ବିବାଦରୁ ରକ୍ତାକ୍ତ ସଂଘର୍ଷ

ରାଉରକେଲା,୧୭।୬ (ସଙ୍ଗୀତା ଜେନା): ରଜ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବାବେଳେ ଇସ୍ପାତ ସହର ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ହୋଇଛି। ରଜ ଖେଳ ଆୟୋଜନକୁ କେନ୍ଦ୍ର କରି ସୃଷ୍ଟି…

ଭାରତକୁ ବଡ଼ ଝଟକା ଦେଲା ଆମେରିକା: ମୋଦି-ଟ୍ରମ୍ପ ସାକ୍ଷାତ ପୂର୍ବରୁ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ ଆମେରିକା…

ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ…

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri