ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍‌

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୧ ଡ. ଇନ୍ଦୁ ଶର୍ମା ବୁଧବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ସେ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା

ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ସିତାପଲି ଗ୍ରାମର ଶିବରାମ ଜାନୀ (୨୨)। ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଜଜ୍‌ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ୨୦୨୩ରେ ଅବକାରୀ ଟିମ୍‌ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ନିକଟରୁ ଏକ କାର୍‌ ଭିତରୁ ୧୫୦ କେଜି ଗଞ୍ଜେଇ ଜବତ କରିଥିଲା। ଅଭିଯୁକ୍ତ ଶିବରାମ ଜାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାରଣା ବେଳେ ସାକ୍ଷୀମାନଙ୍କ ବୟାନକୁ ଆଧାର କରି ପ୍ରମାଣ ମିଳିଥିବାରୁ ଜଜ୍‌ ଉପରୋକ୍ତ ଅଭିଯୁକ୍ତଙ୍କୁ ଜଜ୍‌ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି )ନରେଶ ପ୍ରସାଦ ପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ରୁ ଛତ୍ରପୁର ଆସୁଥିଲେ, ଡିଭାଇଡର ସହ ବାଇକ୍‌ ପିଟି ହେବା ପରେ ଛିଟିକି ପଡ଼ିଲେ; ମା’ବାପା ଗୁରୁତର, ୨ ବର୍ଷର ଶିଶୁକନ୍ୟା…

ଛତ୍ରପୁର, ୨୧।୪(ଦିଲ୍ଲୀପ ସାମଲ):  ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ଭାଗ୍ୟଲକ୍ଷ୍ମୀ ନଗର ନିକଟରେ ସଡକ ଦୁର୍ଘଟଣା । ଏଥିରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

ବାରିପଦାର ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ବରରୁ ଉଦ୍ଧାର, ଜନଗଣନା କାର୍ଯ୍ୟ ଚାପରେ…

ବାରିପଦା,୨୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲର ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ ନିଖୋଜ ଘଟଣା ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

ରଣବୀରଙ୍କ ଭଉଣୀ ରିଦ୍ଧିମାଙ୍କ ଅଭିନୟରେ ଡେବ୍ୟୁ, ଟ୍ରେଲର ରିଲିଜ ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିନୟ ଜଗତରେ ପାଦ ଥାପିଛନ୍ତି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର। ତାଙ୍କର ପ୍ରଥମ ଫିଲ୍ମ ‘ଦାଦି କି ଶାଦୀ’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି।…

ଫସିଲେ Prakash Raj, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ହାଇଦ୍ରାବାଦ,୨୧।୪: ପୁଣି ଥରେ ବିବାଦରେ ପ୍ରକାଶ ରାଜ (Prakash Raj) । ନିଜର ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦକ୍ଷିଣ ଭାରତୀୟ ଅଭିନେତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri