ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି ରହସ୍ୟମୟ ସେତିକି ଆଶ୍ଚର୍ଯ୍ୟଜନକ। ଗାଁ ଗଣ୍ଡାର କଥା ଟିକେ ମନେପକାନ୍ତୁ, ଖରାଦିନେ ବାଉଁଶ ବାଡ଼ି ଆଡ଼େ ଅନେକେ ‘କଡ଼ କଡ଼’ ଧ୍ୱନି ଶୁଣନ୍ତି। ପଶୁଙ୍କ ଭିତରେ ବିଶେଷକରି ଗୋରୁଙ୍କ ହମ୍ବାଳ, କୁକୁରର ଚିତ୍କାର ଓ ବେଳେ ବେଳେ ଲମ୍ବା କାନ୍ଦଣା, ବିଲୁଆଙ୍କ ହୁକେ ହୁ, କୋଇଲିର କୁହୁତାନ, ଏପରି ଅନେକ ଧ୍ୱନିର ବାସ୍ତବିକ ବ୍ୟବସ୍ଥା ଆମେ ସବୁ ଅନୁଭବ କରିଥାଉ। ଏ ଦୁନିଆରେ ସମସ୍ତେ କହିବା ପାଇଁ, ଦେଖିବା ପାଇଁ ଠାରୁ ବେଶି ଶୁଣିବା ପାଇଁ ଚାହାନ୍ତି। ଆଉ ଭାବ ଆଦାନପ୍ରଦାନ ହେଉଛି ମଣିଷର ସହଜାତ ଗୁଣ, ପ୍ରକୃତି ଓ ପ୍ରବୃତ୍ତି। ତେବେ ବର୍ତ୍ତମାନର କିଛି ଅସ୍ବାଭାବିକ ବିଲକ୍ଷଣ ଏହି ଧ୍ୱନିର ତରଙ୍ଗକୁ ନିଷ୍ପ୍ରଭ କରିବାକୁ ଯାଉଛି।
ସମଗ୍ର ବିଶ୍ୱରେ ସାମୁଦ୍ରିକ ଉତ୍ତେଜନା ଓ ସମଗ୍ର ସମୁଦ୍ରାଞ୍ଚଳ ଯେଉଁପରି ବିପଜ୍ଜନକ ହୋଇପଡ଼ିଛି ତାହା ପରିବେଶ ବିଜ୍ଞାନୀଙ୍କ ପାଇଁ ଚିନ୍ତାର ବିଷୟ । ଆମେରିକା-ଇରାନ-ଇସ୍ରାଏଲ ସାମରିକ ଯୁଦ୍ଧରେ ସବୁଠାରୁ ବଡ଼ କଷ୍ଟକୁ ସାମ୍ନା କରୁଛନ୍ତି ଡଲଫିନ୍‌ ଓ ସାମୁଦ୍ରିକ ଜୀବମାନେ । ଦିନ ଥିଲା ତିମିମାନଙ୍କ ସଂଗୀତ ଓ ବିଶାଳକାୟ ଡଲଫିନ୍‌ର ଏକ ପ୍ରକାର ସୁଷୁରି ଶବ୍ଦରେ ପୂରି ଉଠୁଥିଲା ସମୁଦ୍ରର ବିସ୍ତୃତ ଅଞ୍ଚଳ। ବର୍ତ୍ତମାନ ଆମମାନଙ୍କ ତିଆରି ମେଶିନରୁ ଅବିରାମ କର୍କଶ ଧ୍ୱନି ନିର୍ଗତ ହୋଇ ସେମାନଙ୍କ ସ୍ବରକୁ ଏକ ପ୍ରକାର ଅଥଳ ଜଳରେ ହଜାଇ ଦେଇଛି। ସାମୁଦ୍ରିକ ପରିସଂସ୍ଥାନ ପ୍ରତି ଭୟାବହ ବିପଦ ହୋଇ ବୃଦ୍ଧି ପାଉଛି ସାଗର ଶବ୍ଦ ପ୍ରଦୂଷଣ। ବିଶେଷଜ୍ଞଙ୍କ ଗବେଷଣା ଅନୁଯାୟୀ,ସାଗର ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ବାଣିଜି୍ୟକ ଜାହାଜ। ଏବେ ପୃଥିବୀର ବିଭିନ୍ନ ସମୁଦ୍ର ଅଞ୍ଚଳରେ ୨୫୦୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ଜାହାଜ ଆତଯାତ କରୁଛି। ସେମାନଙ୍କ ଇଞ୍ଜିନ ପଙ୍ଖାରୁ ନିରନ୍ତର କର୍କଶ ଶବ୍ଦ ଅଥଳ ଜଳରାଶିକୁ ଗତି କରୁଛି। କେବଳ ବାଣିଜି୍ୟକ ଜାହାଜ ନୁହେଁ, ଯୁଦ୍ଧପୋତ ଏପରି କି କ୍ରୁଜ୍‌ ସବୁ ସାମୁଦ୍ରିକ ପରିସଂସ୍ଥାର ବିପଦକୁ ବଢ଼ାଇ ଦେଉଛି।
ସମଗ୍ର ବିଶ୍ୱରେ ବାଣିଜ୍ୟ କ୍ଷେତ୍ର ପାଇଁ ସାମୁଦ୍ରିକ ପଥ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବ୍ୟବସାୟ ପାଇଁ ଅଳ୍ପ ଖର୍ଚ୍ଚ ହୋଇଥାଏ। ତେବେ ଏହି ବାଣିଜ୍ୟ ବୃଦ୍ଧି ହେତୁ ସମୁଦ୍ରରେ ଦିନକୁ ଦିନ ବଡ଼ ଓ ଦ୍ରୁତଗାମୀ ଜାହାଜ ଚଳାଚଳ କରୁଛନ୍ତି। ୧୯୬୦ ଦଶକକୁ ଦେଖିଲେ ବର୍ତ୍ତମାନ ସମୟରେ କେତେକ ଅଞ୍ଚଳରେ ସାମୁଦ୍ରିକ ଶବ୍ଦ ପ୍ରଦୂଷଣ ପ୍ରତି ଦଶନ୍ଧିରେ ଦୁଇ ଗୁଣିତ ନୁହେଁ ବରଂ ବହୁ ଗୁଣିତ ହୋଇ ଆସୁଛି। ଆମ ପାଖରେ ଥିବା ଭାରତ ମହାସାଗର କଥା ପ୍ରଥମେ ବିଚାରିବା। ଏହି ମହାସାଗରରେ ଭେଳା ଭେଳା ଜାହାଜ ଗମନା ଗମନ ଯୋଗୁ ସାଗରର ଶବ୍ଦ ପ୍ରଦୂଷଣ ସମସ୍ୟା ଉତ୍କଟ ହେଉଛି। ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧି ହେତୁ ଭାରତର ପଶ୍ଚିମ ଉପକୂଳରେ ଶବ୍ଦ ପ୍ରଦୂଷଣ ଖୁବ୍‌ ବୃଦ୍ଧି ପାଉଛି। ଆମେ ସମସ୍ତେ ଭୁଲିଯାଉଛେ, ଏହି ଅଥଳ ଜଳ ଭିତରର ଅନ୍ଧକାର ଦୁନିଆରେ ସାମୁଦ୍ରିକ ଜୀବମାନେ ଧ୍ୱନି ଉପରେ ନିର୍ଭର କରି ଚଳନ୍ତି। ଅନେକ ଶହ କିଲୋମିଟର ଦୂରରେ ଥିବା ଅନ୍ୟ ତିମିମାନଙ୍କ ସହିତ ଭାବ ଯୋଡ଼ିବା ଲାଗି ତିମି ମାନେ ନିମ୍ନ ସ୍ବରରେ ଗୀତ ଗାଇ ଥାଆନ୍ତି। ଡଲଫିନମାନେ ଇକୋଲୋକେସନ ବା ନିଜେ ଛାଡ଼ୁଥିବା ଧ୍ୱନିର ପ୍ରତିଧ୍ୱନି ଉପରେ ନିର୍ଭର କରି ଶିକାର ସନ୍ଧାନ କରନ୍ତି। ବର୍ତ୍ତମାନ ଯେଉଁପରି ବିଶାଳକାୟ ମେଶିିନର ଧ୍ୱନି ଯୋଗୁ ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି ନିଷ୍ପ୍ରଭ ହୋଇଯାଉଛି। କେବଳ ସେମାନଙ୍କ ଦୁଃଖ ଏତିକିରେ ସରିନାହିଁ। ସାଥୀ ପାଇବା ହେଉ ବା ଖାଦ୍ୟ ସନ୍ଧାନ ଏପରି କି ବିପଦ ଏଡ଼ାଇବା ଏହି ସାମୁଦ୍ରିକ ଜୀବଙ୍କ ପକ୍ଷେ କଷ୍ଟକର ହୋଇଯାଉଛି।
ସମସ୍ୟା ଏତିକିରେ ସରୁନାହିଁ, ଶବ୍ଦ ପ୍ରଦୂଷଣ ଯୋଗୁ ସାମୁଦ୍ରିକ ଜୀବଙ୍କ ମସ୍ତିଷ୍କ ଭାରାକ୍ରାନ୍ତ ହେଉଛି। ସେମାନେ ସାମୂହିକ ଅଥବା ସବୁଦିନ ପାଇଁ ସେମାନଙ୍କ ସ୍ମରଣ ଶକ୍ତି ହରାଉଛନ୍ତି। ଏହାସହ ସେମାନଙ୍କର ଦେଶାନ୍ତର ଯାତ୍ରା ଓ ଖାଦ୍ୟ ପାଇବାରେ ବ୍ୟାଘାତ ସୃଷ୍ଟି ହେଉଛି। ମେଶିନ ଧ୍ୱନି ଯୋଗୁ ଭୟଭୀତ ହୋଇ ଜଳରୁ ବାହାରକୁ ଡିଅଁା ମାରିବା ଫଳରେ କେତେକ ଅସୁସ୍ଥତା ଭୋଗୁଛନ୍ତି, କିଛି ବେଳାଭୂମିରେ ଫସି ଯାଉଛନ୍ତି ତ ଆଉ କେତେକଙ୍କ ଜୀବନ ଚାଲିଯାଉଛି। ଭାରତ ମହାସାଗରେ ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧିପାଉଥିବାରୁ ଭାରତରେ ଥିବା ୭,୫୦୦ କିଲୋମିଟର ସୁପ୍ରଶସ୍ଥ ଉପକୂଳ ଅଚିରେ ସାଗର ଶବ୍ଦ ପ୍ରଦୂଷଣ କବଳିତ ହେବାର ଆଶଙ୍କା ଭିତରେ ରହୁଛି। ସାଗର ଶବ୍ଦ ପ୍ରଦୂଷଣ ଚିନ୍ତାଜନକ ହେଲେ ବି ନିରାକରଣର ବାଟ ରହିଛି। ଦ୍ରୁତ ଓ ବିଶାଳକାୟ ଜାହାଜଗୁଡ଼ିକ ବେଗ ହ୍ରାସ କଲେ ଶବ୍ଦ ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇବ। ଆଜିକାଲି ବୈଜ୍ଞାନିକ ପଦ୍ଧତିରେ ନୂତନ ଶୈଳୀରେ ନିର୍ମିତ ପଙ୍ଖା ଓ ଜାହାଜରେ ଦିଆଯାଉଥିବା ଆସ୍ତରଣ ଯୋଗୁ ଶବ୍ଦ ପ୍ରଦୂଷଣ ହ୍ରାସ ପାଇପାରିବ। ତୈଳ ଓ ପ୍ରାକୃତିକ ବାଷ୍ପ ସନ୍ଧାନ ଏକ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଏହାକୁ କିଏ ଅସ୍ବୀକାର କରୁନାହିଁ, କିନ୍ତୁ ଏହାର ଗମନ ପରିବର୍ତ୍ତେ କମ୍ପନ ଭିିତ୍ତିକ ପଦ୍ଧତି ଅବଲମ୍ବନ କଲେ କମ ଶବ୍ଦ ହେବ।
ଓଡ଼ିଶା କଥା ମଧ୍ୟ ଆଲୋଚନା ରଖୁଛୁ। ବ୍ରହ୍ମପୁର, ପାରାଦୀପ, ମହାକାଳପଡ଼ା ପରି ସମୁଦ୍ରକୁ ଲାଗିଥିବା ମୁହାଣ ଏବଂ ବିଭିନ୍ନ ନଦୀରେ ବଡ଼ ବଡ଼ ମାଛଧରା ଡଙ୍ଗା ବିଶେଷକରି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଓ ବଡ଼ ବଡ଼ ଭେଳା, ଯେଉଁଥିରେ ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲାଗିଛ, ତାହା ଜଳଜୀବଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି। ପ୍ରଥମତଃ ବୁକୁ ଚିରା କମ୍ପନ ଓ ଦ୍ୱିତୀୟତଃ ଯେଉଁପରି ବିଷାକ୍ତ ତେଲ ଓ ଆବର୍ଜନା ଜଳରାଶିକୁ ବିଷାକ୍ତ କରୁଛି। ଏହା ପ୍ରାଣୀଜଗତର ଖାଦ୍ୟ ପାଇଁ ନୁହେଁ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ମଧ୍ୟ ବିଷାକ୍ତ ବୋଲି ଗବେଷକମାନଙ୍କର ମତ। ସେହିପରି ସ୍ପର୍ଶକାତର ଅଞ୍ଚଳଗୁଡ଼ିକ ଚିହ୍ନଟ କରି ନିଃଶବ୍ଦ ସାମୁଦ୍ରିକ ଜୋନ କରାଗଲେ ସାଗର ଶବ୍ଦ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇବ। ସମଗ୍ର ଜୀବ ମଣ୍ଡଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଏହି ମୂକ ଜଳଚରଙ୍କ କଥା ଆସନ୍ତୁ ଅନ୍ତତଃ ଟିକିଏ ତ ଚିନ୍ତା କରିବା।
ବାକ୍‌ ଶ୍ରବଣ ବିଶେଷଜ୍ଞ, ‘ଧ୍ୱନି’,
କାଠଗୋଲା ରୋଡ୍‌, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri