ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ ଅସ୍ୱାସ୍ଥ୍ୟକର ଜଙ୍କ ଫୁଡ୍‌ ବଦଳରେ ପୌଷ୍ଟିକ ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ମହାରାଷ୍ଟ୍ର ସରକାର ୨ ସେପ୍ଟେମ୍ବରରେ ଏନେଇ ଏକ ସରକାରୀ ପ୍ରସ୍ତାବ ଜାରି କରିଛନ୍ତି । ଏହି ନିୟମ ସମସ୍ତ ସରକାରୀ ଓ ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍ ସହ ମିଟିଂ, ଇଭେଣ୍ଟ, ଟ୍ରେନିଂ ସେସନ୍ ଏବଂ କନ୍‌ଫରେନ୍ସରେ ପରିବେଷଣ ହେଉଥିବା ଖାଦ୍ୟ ଉପରେ ମଧ୍ୟ ଲାଗୁ ହେବ। ସରକାରଙ୍କ ‘ହେଲ୍‌ଥି ମେନ୍ୟୁ’ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (ICMR-NIN) ଏବଂ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତୁତ ହେବ।

ଏଥିରେ କମ୍ ଲୁଣ, କମ୍ ଚିନି ଓ କମ୍ ତେଲରେ ପ୍ରସ୍ତୁତ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ରହିବ। ଖରାପ ଜୀବନଶୈଳୀ ଯୋଗୁଁ ଡାଇବେଟିସ୍, ହାଇ ବ୍ଲଡ୍ ପ୍ରେସର, ମୋଟାପଣ ଓ ହୃଦଘାତ ଭଳି ସମସ୍ୟା ବଢ଼ୁଥିବାରୁ ସରକାର ଅଫିସ୍‌ରେ ଲୋକଙ୍କୁ ଜଙ୍କ ଫୁଡ୍ ବଦଳରେ ସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ଚାହୁଁଛନ୍ତି। ସରକାରୀ କାର୍ଯ୍ୟାଳୟରେ ଫଳ, ଭଜା କିମ୍ବା ସିଝା ଚଣା, କମ୍ ଲୁଣ ଥିବା ବାଦାମ, ଅଙ୍କୁରିତ ଶସ୍ୟର ସାଲାଡ୍, ଭେଜିଟେବଲ୍ ପୋହା, ଉପମା, ଇଡ୍‌ଲି-ସାମ୍ବାର, ବାଜରା ଖେଚୁଡ଼ି, ଥାଲିପିଠ୍, ସିଝା ଅଣ୍ଡା, ଡ୍ରାଏ ଫ୍ରୁଟ୍ସ ଓ ସାଲାଡ୍ ପରିବେଷଣ କରିବାକୁ କୁହାଯାଇଛି।

ଚା’ ଓ କଫି ବଦଳରେ ନଡ଼ିଆ ପାଣି, ଛାଛ, ସୋଲକଢ଼ି, ବିନା ଚିନିର କ୍ଷୀର, ଗ୍ରୀନ୍ ଟି, ହର୍ବାଲ୍ ଟି ଏବଂ କମ୍ ଚିନି କିମ୍ବା ଗୁଡ଼ରେ ପ୍ରସ୍ତୁତ ଲେମ୍ବୁ ପାଣି ଭଳି ବିକଳ୍ପ ଦେବାକୁ ପରାମର୍ଶ ଦିଆଯାଇଛି। ଲଞ୍ଚ ଓ ଡିନର୍‌ରେ ଜୁଆର, ବାଜରା ଓ ରାଗି ରୁଟି, ମଲ୍ଟିଗ୍ରେନ୍ ରୁଟି, ବ୍ରାଉନ୍ ରାଇସ୍, ଡାଲି, ଅଙ୍କୁରିତ ଶସ୍ୟର ବ୍ୟଞ୍ଜନ, ସବୁଜ ଓ ଋତୁକାଳୀନ ପନିପରିବା, ଦହି, ଛାଛ ଏବଂ ସାଲାଡ୍ ରଖିବାକୁ କୁହାଯାଇଛି।ସରକାରୀ ନିର୍ଦ୍ଦେଶ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ ପାଇଁ ଏକ ‘ମେନ୍ୟୁ ଇନ୍‌ସ୍ପେକ୍ସନ୍ କମିଟି’ ଗଠନ କରାଯିବ। ଏହା ସହ ଜଣେ ନୋଡାଲ୍ ଅଫିସର୍‌ଙ୍କୁ ମଧ୍ୟ ନିଯୁକ୍ତ କରାଯିବ।

ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ସହ ମିଶି କ୍ୟାଣ୍ଟିନ୍‌ଗୁଡ଼ିକର ସମୟ ସମୟରେ ଅଡିଟ୍ ମଧ୍ୟ କରାଯିବ। ଅଧିକ ଲୁଣ, ଚିନି ଓ ତେଲ ଥିବା ଖାଦ୍ୟ ସହ ଅଲ୍ଟ୍ରା-ପ୍ରୋସେସ୍ଡ ଏବଂ ପ୍ୟାକେଜ୍‌ଡ ଜଙ୍କ ଫୁଡ୍‌ର ବିକ୍ରିକୁ ଧୀରେ ଧୀରେ କମାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri