ସ୍ଥିତି ହରାଉଛି ‘ହାବସ୍‌ପୁରୀ’ ହସ୍ତତନ୍ତ

ଭୁବନେଶ୍ୱର,୨୨।୧୧ (ବ୍ୟୁରୋ): ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ଦିଆଯିବ ଏକ ନୂଆ ରୂପ। ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ୧୨୪୬ କୋଟି ଖର୍ଚ୍ଚ କରିବେ ଭାରତ ଓ ଗୁଜରାଟ ସରକାର। ଏହି ପ୍ରକଳ୍ପକୁ ଗାନ୍ଧିବାଦୀମାନେ, ବିଭିନ୍ନ ରାଜନୈତିକ ଦଳ ଓ ଗାନ୍ଧିଜୀଙ୍କ ବିଚାରଧାରାରେ ବିଶ୍ୱାସ ରଖୁଥିବା ଯୁବ, ଛାତ୍ର, ମହିଳା ସଂଗଠନଗୁଡ଼ିକ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ଏ ନେଇ ଗତ ୧୭ରୁ ୨୪ ତାରିଖ ଯାଏ ସଭା, ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦ କରାଯାଉଛି। ଓଡ଼ିଶାରେ ମଧ୍ୟ ତୀବ୍ର ବିରୋଧ ଆରମ୍ଭ ହୋଇଛି। ପ୍ରକଳ୍ପ ବନ୍ଦ ପାଇଁ ଗାନ୍ଧିବାଦୀ ପ୍ରଫେସର ଡ. ଭଗବାନ ପ୍ରକାଶଙ୍କ ନେତୃତ୍ୱରେ ଗୌରାଙ୍ଗ ମହାପାତ୍ର ଓ ରବି ବେହେରା ପ୍ରମୁଖ ଗତ ୩୦ ତାରିଖରେ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାବରମତୀ ପୁନଃନିର୍ମାଣ ପ୍ରକଳ୍ପକୁ ବନ୍ଦ କରି ଏହି ଟଙ୍କାରେ ବେକାର ଯୁବକ ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରାଯାଉ, ଦେଶର ୭୫ବର୍ଷ ସ୍ବାଧୀନତା ପୂର୍ତ୍ତି ପାଳନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଆଦି ଦାବି ରହିଛି। ଆଗାମୀ ୨୯ ତାରିଖରୁ ପାର୍ଲାମେଣ୍ଟ ଅଧିବେଶନ ଥିବାରୁ ରାଜ୍ୟର ସମସ୍ତ ଏମ୍‌ପି ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ବିଷୟରେ ସ୍ବର ଉତ୍ତୋଳନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସରକାରୀ ପ୍ରୋତ୍ସାହନ ମିଳୁନି
ରାଜ୍ୟ ତଥା ବାହାରେ ହାବସପୁରୀ ଶାଢ଼ିର ଚାହିଦା ରହିଛି। ବଜାର, ସରକାରୀ ପ୍ରୋତ୍ସାହନ ନ ଥିବାରୁ ଉଚିତ ପ୍ରାପ୍ୟ ମିଳିପାରୁନି। ଯୁବପିଢ଼ିମଧ୍ୟ ଏଥିପ୍ରତି ମନ ବଳାଉ ନାହାନ୍ତି। ଗାଁରେ ପ୍ରାୟ ୬ରୁ ୭ଟି ପରିବାର ଏବେ ଶାଢ଼ି ବୁଣୁଛନ୍ତି। ଗୋଟିଏ ଶାଢ଼ି ବୁଣିବାକୁ ପ୍ରାୟ ୪ରୁ ୫ଦିନ ଲାଗୁଛିି। ସରକାରୀ ସ୍ତରରେ ବିକ୍ରିବଟା ପାଇଁ ବ୍ୟବସ୍ଥା ନ ଥିବାରୁ ନିଜ ଚେଷ୍ଟାରେ ମୁଁ ଶାଢ଼ି ବିକ୍ରି କରୁଛି।

-ଜଳନ୍ଧର ମେହେର, ବୁଣାକାର
ପ୍ରଶିକ୍ଷଣ ପାଇଁ କଳାହାଣ୍ଡିରେ ଓ୍ବାର୍କଶପ୍‌ କରିବି

କଳାହାଣ୍ଡିର ଏହା ବହୁ ପୁରାତନ କଳା। ସମ୍ବଲପୁରୀ ବସ୍ତ୍ରକୁ ଯେପରି ମଡର୍ନ ଲୁକ୍‌ ଦେଇ ବିଭିନ୍ନ ଫ୍ୟାଶନ ଶୋ’ରେ ପ୍ରଦର୍ଶନ କରାଯାଉଛି, ହାବସପୁରୀକୁ ମଧ୍ୟ ସେପରି ବିଶ୍ୱ ବଜାରରେ ବ୍ରାଣ୍ଡିଂ କରାଯାଇପାରିବ। ଏହାଦ୍ୱାରା ଓଡ଼ିଶାର ଗୌରବରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେବ। ଏ ନେଇ ପ୍ରଶିକ୍ଷିତ ବୁଣାକାରଙ୍କୁ ଡାକି ନୂତନ ବୁଣାକାରଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଯୋଜନା କରିଛି। ଖୁବ୍‌ଶୀଘ୍ର ୨/୩ଟି ସଂସ୍ଥା ସହିତ ମିଶି ସରକାରଙ୍କ ନିକଟରେ ଏ ନେଇ ପ୍ରସ୍ତାବ ରଖିବି। କଳାହାଣ୍ଡିରେ ଏକ ଓ୍ବାର୍କଶପ୍‌ ମଧ୍ୟ କରିବାକୁ ଚେଷ୍ଟା କରୁଛି। ହାବସ୍‌ପୁରୀକୁ କିପରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇପାରିବ ଓ ଏହାର ସ୍ବତନ୍ତ୍ରତା ବଢ଼ିବ ସେଥିପାଇଁ କାମ କରିବି।

-ସୁଜିତ୍‌ ମେହେର, ଫ୍ୟାଶନ ଡିଜାଇନର
ବୟନିକା ଶାଢ଼ୀ ଖୋଜୁଛି, ମାର୍କେଟରେ ନାହିଁ

ହାବସ୍‌ପୁରୀର ମାର୍କେଟିଂ ଭଲ ଅଛି। ମାତ୍ର ନୂଆ ବୁଣାକାରମାନେ ଏଥିପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯେତିକି ବୁଣା ହେଉଛି ତାହା ବିକ୍ରି ହେଉଛି। ବୟନଶିଳ୍ପ ଏବଂ ହସ୍ତତନ୍ତ ବିଭାଗ ପକ୍ଷରୁ ଚିଚେଇଗୁଡା, ଜୁନାଗଡ, ନେହେରୁନଗର ଆଦି ଅଞ୍ଚଳରେ ବହୁବାର ପ୍ରଶିକ୍ଷଣ ଶିବିର ହୋଇଥିଲେ ମଧ୍ୟ ଲୋକେ ଆସୁ ନାହାନ୍ତି। ଷ୍ଟାଇପେଣ୍ଡ୍‌ ନେଇ ଘରେ ବସୁଛନ୍ତି। ରାଜ୍ୟ ସରକାରଙ୍କ ସଂସ୍ଥା ବୟନିକା ଏହି ଶାଢ଼ି ନେବାକୁ ଆଗ୍ରହୀ। ମାତ୍ର ମାର୍କେଟରେ ଶାଢ଼ି ନାହିଁ। ସେହିପରି ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ଜଣେ ଏହି ଶାଢ଼ି କିଣି ପାରିବ। ତେବେ ଲୋକମାନେ ନିଜର କୌଳିକ ବୃତ୍ତିକୁ ଛାଡି ଦାଦନ ଖଟିବାକୁ ଯାଉଛନ୍ତି। ଲୋକମାନେ କେବଳ ଅଭିଯୋଗ କଲେ ହେବ ନାହିଁ।

-ଇନ୍ଦ୍ରମଣି କାଣ୍ଡି, ଡେପୁଟି ଡାଇରେକ୍ଟର,
ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?