ସ୍ଥିତି ହରାଉଛି ‘ହାବସ୍‌ପୁରୀ’ ହସ୍ତତନ୍ତ

ଭୁବନେଶ୍ୱର,୨୨।୧୧ (ବ୍ୟୁରୋ): ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ଦିଆଯିବ ଏକ ନୂଆ ରୂପ। ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ୧୨୪୬ କୋଟି ଖର୍ଚ୍ଚ କରିବେ ଭାରତ ଓ ଗୁଜରାଟ ସରକାର। ଏହି ପ୍ରକଳ୍ପକୁ ଗାନ୍ଧିବାଦୀମାନେ, ବିଭିନ୍ନ ରାଜନୈତିକ ଦଳ ଓ ଗାନ୍ଧିଜୀଙ୍କ ବିଚାରଧାରାରେ ବିଶ୍ୱାସ ରଖୁଥିବା ଯୁବ, ଛାତ୍ର, ମହିଳା ସଂଗଠନଗୁଡ଼ିକ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ଏ ନେଇ ଗତ ୧୭ରୁ ୨୪ ତାରିଖ ଯାଏ ସଭା, ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦ କରାଯାଉଛି। ଓଡ଼ିଶାରେ ମଧ୍ୟ ତୀବ୍ର ବିରୋଧ ଆରମ୍ଭ ହୋଇଛି। ପ୍ରକଳ୍ପ ବନ୍ଦ ପାଇଁ ଗାନ୍ଧିବାଦୀ ପ୍ରଫେସର ଡ. ଭଗବାନ ପ୍ରକାଶଙ୍କ ନେତୃତ୍ୱରେ ଗୌରାଙ୍ଗ ମହାପାତ୍ର ଓ ରବି ବେହେରା ପ୍ରମୁଖ ଗତ ୩୦ ତାରିଖରେ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାବରମତୀ ପୁନଃନିର୍ମାଣ ପ୍ରକଳ୍ପକୁ ବନ୍ଦ କରି ଏହି ଟଙ୍କାରେ ବେକାର ଯୁବକ ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରାଯାଉ, ଦେଶର ୭୫ବର୍ଷ ସ୍ବାଧୀନତା ପୂର୍ତ୍ତି ପାଳନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଆଦି ଦାବି ରହିଛି। ଆଗାମୀ ୨୯ ତାରିଖରୁ ପାର୍ଲାମେଣ୍ଟ ଅଧିବେଶନ ଥିବାରୁ ରାଜ୍ୟର ସମସ୍ତ ଏମ୍‌ପି ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ବିଷୟରେ ସ୍ବର ଉତ୍ତୋଳନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସରକାରୀ ପ୍ରୋତ୍ସାହନ ମିଳୁନି
ରାଜ୍ୟ ତଥା ବାହାରେ ହାବସପୁରୀ ଶାଢ଼ିର ଚାହିଦା ରହିଛି। ବଜାର, ସରକାରୀ ପ୍ରୋତ୍ସାହନ ନ ଥିବାରୁ ଉଚିତ ପ୍ରାପ୍ୟ ମିଳିପାରୁନି। ଯୁବପିଢ଼ିମଧ୍ୟ ଏଥିପ୍ରତି ମନ ବଳାଉ ନାହାନ୍ତି। ଗାଁରେ ପ୍ରାୟ ୬ରୁ ୭ଟି ପରିବାର ଏବେ ଶାଢ଼ି ବୁଣୁଛନ୍ତି। ଗୋଟିଏ ଶାଢ଼ି ବୁଣିବାକୁ ପ୍ରାୟ ୪ରୁ ୫ଦିନ ଲାଗୁଛିି। ସରକାରୀ ସ୍ତରରେ ବିକ୍ରିବଟା ପାଇଁ ବ୍ୟବସ୍ଥା ନ ଥିବାରୁ ନିଜ ଚେଷ୍ଟାରେ ମୁଁ ଶାଢ଼ି ବିକ୍ରି କରୁଛି।

-ଜଳନ୍ଧର ମେହେର, ବୁଣାକାର
ପ୍ରଶିକ୍ଷଣ ପାଇଁ କଳାହାଣ୍ଡିରେ ଓ୍ବାର୍କଶପ୍‌ କରିବି

କଳାହାଣ୍ଡିର ଏହା ବହୁ ପୁରାତନ କଳା। ସମ୍ବଲପୁରୀ ବସ୍ତ୍ରକୁ ଯେପରି ମଡର୍ନ ଲୁକ୍‌ ଦେଇ ବିଭିନ୍ନ ଫ୍ୟାଶନ ଶୋ’ରେ ପ୍ରଦର୍ଶନ କରାଯାଉଛି, ହାବସପୁରୀକୁ ମଧ୍ୟ ସେପରି ବିଶ୍ୱ ବଜାରରେ ବ୍ରାଣ୍ଡିଂ କରାଯାଇପାରିବ। ଏହାଦ୍ୱାରା ଓଡ଼ିଶାର ଗୌରବରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେବ। ଏ ନେଇ ପ୍ରଶିକ୍ଷିତ ବୁଣାକାରଙ୍କୁ ଡାକି ନୂତନ ବୁଣାକାରଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଯୋଜନା କରିଛି। ଖୁବ୍‌ଶୀଘ୍ର ୨/୩ଟି ସଂସ୍ଥା ସହିତ ମିଶି ସରକାରଙ୍କ ନିକଟରେ ଏ ନେଇ ପ୍ରସ୍ତାବ ରଖିବି। କଳାହାଣ୍ଡିରେ ଏକ ଓ୍ବାର୍କଶପ୍‌ ମଧ୍ୟ କରିବାକୁ ଚେଷ୍ଟା କରୁଛି। ହାବସ୍‌ପୁରୀକୁ କିପରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇପାରିବ ଓ ଏହାର ସ୍ବତନ୍ତ୍ରତା ବଢ଼ିବ ସେଥିପାଇଁ କାମ କରିବି।

-ସୁଜିତ୍‌ ମେହେର, ଫ୍ୟାଶନ ଡିଜାଇନର
ବୟନିକା ଶାଢ଼ୀ ଖୋଜୁଛି, ମାର୍କେଟରେ ନାହିଁ

ହାବସ୍‌ପୁରୀର ମାର୍କେଟିଂ ଭଲ ଅଛି। ମାତ୍ର ନୂଆ ବୁଣାକାରମାନେ ଏଥିପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯେତିକି ବୁଣା ହେଉଛି ତାହା ବିକ୍ରି ହେଉଛି। ବୟନଶିଳ୍ପ ଏବଂ ହସ୍ତତନ୍ତ ବିଭାଗ ପକ୍ଷରୁ ଚିଚେଇଗୁଡା, ଜୁନାଗଡ, ନେହେରୁନଗର ଆଦି ଅଞ୍ଚଳରେ ବହୁବାର ପ୍ରଶିକ୍ଷଣ ଶିବିର ହୋଇଥିଲେ ମଧ୍ୟ ଲୋକେ ଆସୁ ନାହାନ୍ତି। ଷ୍ଟାଇପେଣ୍ଡ୍‌ ନେଇ ଘରେ ବସୁଛନ୍ତି। ରାଜ୍ୟ ସରକାରଙ୍କ ସଂସ୍ଥା ବୟନିକା ଏହି ଶାଢ଼ି ନେବାକୁ ଆଗ୍ରହୀ। ମାତ୍ର ମାର୍କେଟରେ ଶାଢ଼ି ନାହିଁ। ସେହିପରି ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ଜଣେ ଏହି ଶାଢ଼ି କିଣି ପାରିବ। ତେବେ ଲୋକମାନେ ନିଜର କୌଳିକ ବୃତ୍ତିକୁ ଛାଡି ଦାଦନ ଖଟିବାକୁ ଯାଉଛନ୍ତି। ଲୋକମାନେ କେବଳ ଅଭିଯୋଗ କଲେ ହେବ ନାହିଁ।

-ଇନ୍ଦ୍ରମଣି କାଣ୍ଡି, ଡେପୁଟି ଡାଇରେକ୍ଟର,
ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri