Posted inଫୁରସତ

ଗ୍ରୀକ୍‌ ଡିଜ୍‌ନିଲାଣ୍ଡ

ଏଥେନ୍‌ସ: ଗ୍ରୀସ୍‌ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍‌ର ଡିଜ୍‌ନିଲାଣ୍ଡ କୁହାଯାଏ। ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ। ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତି ରହିଛି। ଏହାର ଖର୍ଚ୍ଚ ଅଧିକ ହେବାରୁ ତାକୁ ଖାଲି ଛଡ଼ାଯାଇଛି। ଫଳରେ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରିପୋର୍ଟ ମୁତାବକ, ୧୯୬୦ରେ ଜଣେ ଡାକ୍ତର ଚାର୍ଲାମ୍ବୋସ୍‌ ଫର୍ନାରକିସ୍‌ ଏହି ମହଲକୁ ତିଆରି କରିଥିଲେ। ଯେଉଁଥିରେ ମଧ୍ୟଯୁଗୀୟ କାରିଗରଙ୍କୁ ନେଇ ଟ୍ରୋଜନ ଯୁଦ୍ଧ ଏବଂ ଗ୍ରୀକ୍‌ କ୍ରାନ୍ତିର ପ୍ରତୀକ ଦେଖିବାକୁ ମିଳେ। ଟ୍ରୋଜନ ଯୁଦ୍ଧର ଏକ ବଡ଼ ମୂର୍ତ୍ତି ମହଲ ବାହାରେ ରହିଛି। ଏକ ସମୟରେ ଏହି ମହଲର ମାଲିକଙ୍କ ଏକ ଲାଇବ୍ରେରି ମଧ୍ୟ ଥିଲା। ମହଲ ବାହାରେ ଥିବା ପଡ଼ିଆରେ ଗ୍ରୀକ୍‌ର ପ୍ରାଚୀନ ଦେବତାଙ୍କ ମୂର୍ତ୍ତି ଥିବା ଦେଖିବାକୁ ମିଳେ। ତେବେ ଡାକ୍ତର ଫର୍ନାରକିସ୍‌ ଏହି ମହଲରେ ନିଜେ ରହିବାକୁ ତିଆରି କରିଥିଲେ। ତାଙ୍କ ଜେଜେ ମା’, ଜେଜେ ବାପାଙ୍କଠାରୁ ଶୁଣିଥିବା କାହାଣୀ ଶୁଣି ସେ ଏହି ମହଲକୁ ପ୍ରସ୍ତୁତ କରିଥିଲେ। ନିର୍ମାଣର କିଛି ବର୍ଷ ପରେ ଏହାକୁ ହୋଟେଲ, ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ କରାଯାଇଥିଲା। ହେଲେ ଏବେ ଏହାର ଦରଜା ବନ୍ଦ ରହିିଛି। ଏହାର ଚାରିପଟେ ଅଳିଆ ପଡ଼ିରହିଛି। ତେବେ ସ୍ଥାନୀୟ ଅଫିସରମାନେ ମହଲକୁ ପୁନଃ ଖୋଲିବାକୁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ପରେ ସେହି ଡାକ୍ତର ଗ୍ରୀସ୍‌ର ଫିଲାଣ୍ଟାରେ ମଧ୍ୟ ଏଇଫିଲ୍‌ ଟାୱାର ଭଳି ଦେଖିବାକୁ ଏକ ଛୋଟ ବିଲ୍ଡିଂ ମଧ୍ୟ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri