Posted inଫୁରସତ

ସମୁଦ୍ରରେ ଏକ କାଠରେ ବିତାଇଲେ ୩୬ ଘଣ୍ଟା

ଗାନ୍ଧୀନଗର: ଅନେକ ସମୟରେ ଲୋକେ ଏପରି କିଛି ସ୍ଥାନରେ ଫସିଯାଆନ୍ତି, ଯେଉଁଠାରେ ବଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ପଡ଼େ। ନିକଟରେ ଜଣେ ବାଳକଙ୍କ ସହିତ ଏପରି କିଛି ଘଟିଛି। ଗୁଜରାଟ ସୁରଟର ୧୪ ବର୍ଷୀୟ ଲଖନ ଅମ୍ବାଜୀ ସମୁଦ୍ରରେ ଗୋଟିଏ କାଠ ସାହାଯ୍ୟରେ ୩୬ ଘଣ୍ଟା ବିତାଇଥିବା ଜଣାପଡ଼ିଛି। ଲଖନ କହିଛନ୍ତି, ସେ ତାଙ୍କ ପରିବାର ସହିତ ଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କ ସାନଭାଇ ସମୁଦ୍ରରେ ଫସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସେ ସମୁଦ୍ରକୁ ଲମ୍ଫ ମାରିଥିଲେ। ଲଖନଙ୍କ ଛୋଟ ଭାଇ ତ ବଞ୍ଚିଗଲେ, ହେଲେ ତାଙ୍କ ପାଦ ଖସିଯିବାରୁ ସେ ପରିବାର ଓ ସ୍ଥାନୀୟ ଲୋକଙ୍କ ସାମ୍ନାରେ ସମୁଦ୍ରରେ ବୁଡ଼ିଗଲେ। ତାଙ୍କୁ କିଛି ଯୁବକ ସାହାଯ୍ୟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଭାସିଯାଇଥିଲେ। ପରେ ଲଖନ ସେଠାରେ ଭାସୁଥିବା ଏକ କାଠର ସାହାରା ନେଲେ। କାଠ ଉପରେ ସେ ବସିଥିଲେ ମଧ୍ୟ ପାଣି ତାଙ୍କ ମୁହଁରେ ବାଜୁଥିବାରୁ ସେ ଶୋଇପାରୁ ନ ଥିଲେ। ପରେ ରାତି ଅନ୍ଧାରରେ ସମୁଦ୍ରରେ ଏକା ବିତାଇବାକୁ ପଡ଼ିଲା। ତା’ପର ଦିନ ଅପରାହ୍ନରେ ତାଙ୍କୁ ଏକ ଜାହାଜ ମିଳିଲା। ହେଲେ ସେ ସେହି ଜାହାଜରେ ସମୁଦ୍ରରୁ ବାହାରିପାରି ନ ଥିଲେ। ପରେ ସା ହେବାରୁ ଏକ ଡଙ୍ଗା ସେଠାକୁ ଆସିବାରୁ ତାଙ୍କୁ ସେଠାରୁ ଉଦ୍ଧାର କଲା। ଏହା ଭିତରେ ପରିବାର ଲୋକେ ସେଠାକାର ବିଧାୟକଙ୍କୁ ଜଣାଇଥିଲେ। ସରକାର ମଧ୍ୟ ଲଖନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ହେଲେ ଏଥିରେ କୌଣସି ସଫଳତା ମିଳି ନ ଥିଲା। ପରେ ଲଖନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?