ଆଈଙ୍କୁ କଟୁରିରେ ହାଣି ହତ୍ୟା କଲେ ନାତି

ବାଲିକୁଦା,୧୭ା୮(ତାପସ ସ୍ବାଇଁ)ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଗଦେଇଗିରି ଗଁାରେ ବୁଧବାର ସକାଳେ ଆଈଙ୍କୁ କଟୁରିରେ ହାଣି ନାତି ହତ୍ୟା କରିଛି। ହତ୍ୟା କରିବା ପରେ ଗଁାର ୨ ଜଣ ମହିଳା ଓ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ କଟୁରିରେ ଆକ୍ରମଣ କରି ଆହତ କରିଛି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୬ ବର୍ଷର ଶିଶୁଟି ସାମାନ୍ୟ ଆହତ ହୋଇଛି। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହୋଇଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ଧରାପଡ଼ିଛନ୍ତି। ଲୋକେ ଥାନାକୁ ଜଣାଇବାରେ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ନେଇ ଅଟକ ରଖିଛି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ହେଉଛନ୍ତି ଗଦେଇଗିରି ଗଁାର ଜୀବନ ଜ୍ୟୋତି ସାହୁ(୨୮)। ମୃତକ ହେଉଛନ୍ତି ଅଳାବୋଳ ପଞ୍ଚାୟତ ନରିଲୋ ଗଁାର ଶଙ୍କର ସାହୁଙ୍କ ପତ୍ନୀ ସଖି(୭୫)। ମୃତ ସଖୀଙ୍କ ହତ୍ୟାକାରୀ ହେଉଛନ୍ତି ନିଜ ବଡ଼ ଝିଅର ପୁଅ ନାତି ଜୀବନ। ଜୀବନ ଏକ ନାବାଳିକା ଅପହରଣ ଓ ତା’ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ସେ ଆଳିପିଙ୍ଗଳ ଜେଲରେ ବିଚାରାଧୀନ କଏଦୀ ଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ଜେଲ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ସେବେଠାରୁ ସେ ଫେରାର ଥିଲେ। ପୋଲିସ ଖୋଜୁଥିଲେ ମଧ୍ୟ ଜୀବନଙ୍କୁ ପାଇ ନ ଥିଲା। ବୁଧବାର ଜୀବନ ଆସି ଆଈ ସଖୀଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଏଥିସହ ୨ ହେମ ଦାସ, ସନ୍ଧ୍ୟା ଦାସ ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ତାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ମାମୁ ମା’ଙ୍କୁ ହତ୍ୟା ଓ ଏମାନଙ୍କୁ ଆକ୍ରମଣ ପରେ ଖସି ପଳାଇ ଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାକୁ ମାଡ଼ି ବସି ଅଟକ ରଖିଥିଲେ। ଖବର ପାଇ ଆଇଆଇସି ସଲିଳ ପ୍ରଧାନ ପୋଲିସ ଟିମ ସହ ପହଞ୍ଚତ୍ ଅଭିଯୁକ୍ତ ଜୀବନଙ୍କୁ ଥାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ଜୀବନ ହତ୍ୟାରେ ବ୍ୟବହାର କରିଥିବା କଟୁରିକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷରେ ତାର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ସନ୍ଧ୍ୟା ଓ ହେମଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଆହତ ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ପୋଲିସ ମୃତଦେହକୁ ଜବତ କରି ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତା ସଖୀଙ୍କ ପୁଅ, ଅଭିଯୁକ୍ତ ଜୀବନଙ୍କ ମାମୁ ଲକ୍ଷ୍ମୀଧରଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୪୨୦/୨୩ରେ ହତ୍ୟା ମାମଲା ରୁଜୁ ହୋଇଛି। ଏସ୍‌ଡିପିଓ ରମେଶ ସିଂ ଘଟଣା ସ୍ଥଳରେ ପହଞ୍ଚତ୍ ପାରିପାଶ୍ୱିକ ସ୍ଥିତ ଅନୁଧ୍ୟାନ କରି ଫେରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri