ଆଈଙ୍କୁ କଟୁରିରେ ହାଣି ହତ୍ୟା କଲେ ନାତି

ବାଲିକୁଦା,୧୭ା୮(ତାପସ ସ୍ବାଇଁ)ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଗଦେଇଗିରି ଗଁାରେ ବୁଧବାର ସକାଳେ ଆଈଙ୍କୁ କଟୁରିରେ ହାଣି ନାତି ହତ୍ୟା କରିଛି। ହତ୍ୟା କରିବା ପରେ ଗଁାର ୨ ଜଣ ମହିଳା ଓ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ କଟୁରିରେ ଆକ୍ରମଣ କରି ଆହତ କରିଛି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୬ ବର୍ଷର ଶିଶୁଟି ସାମାନ୍ୟ ଆହତ ହୋଇଛି। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହୋଇଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ଧରାପଡ଼ିଛନ୍ତି। ଲୋକେ ଥାନାକୁ ଜଣାଇବାରେ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ନେଇ ଅଟକ ରଖିଛି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ହେଉଛନ୍ତି ଗଦେଇଗିରି ଗଁାର ଜୀବନ ଜ୍ୟୋତି ସାହୁ(୨୮)। ମୃତକ ହେଉଛନ୍ତି ଅଳାବୋଳ ପଞ୍ଚାୟତ ନରିଲୋ ଗଁାର ଶଙ୍କର ସାହୁଙ୍କ ପତ୍ନୀ ସଖି(୭୫)। ମୃତ ସଖୀଙ୍କ ହତ୍ୟାକାରୀ ହେଉଛନ୍ତି ନିଜ ବଡ଼ ଝିଅର ପୁଅ ନାତି ଜୀବନ। ଜୀବନ ଏକ ନାବାଳିକା ଅପହରଣ ଓ ତା’ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ସେ ଆଳିପିଙ୍ଗଳ ଜେଲରେ ବିଚାରାଧୀନ କଏଦୀ ଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ଜେଲ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ସେବେଠାରୁ ସେ ଫେରାର ଥିଲେ। ପୋଲିସ ଖୋଜୁଥିଲେ ମଧ୍ୟ ଜୀବନଙ୍କୁ ପାଇ ନ ଥିଲା। ବୁଧବାର ଜୀବନ ଆସି ଆଈ ସଖୀଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଏଥିସହ ୨ ହେମ ଦାସ, ସନ୍ଧ୍ୟା ଦାସ ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ତାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ମାମୁ ମା’ଙ୍କୁ ହତ୍ୟା ଓ ଏମାନଙ୍କୁ ଆକ୍ରମଣ ପରେ ଖସି ପଳାଇ ଯିବାକୁ ବସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାକୁ ମାଡ଼ି ବସି ଅଟକ ରଖିଥିଲେ। ଖବର ପାଇ ଆଇଆଇସି ସଲିଳ ପ୍ରଧାନ ପୋଲିସ ଟିମ ସହ ପହଞ୍ଚତ୍ ଅଭିଯୁକ୍ତ ଜୀବନଙ୍କୁ ଥାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ଜୀବନ ହତ୍ୟାରେ ବ୍ୟବହାର କରିଥିବା କଟୁରିକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷରେ ତାର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ସନ୍ଧ୍ୟା ଓ ହେମଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଆହତ ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ପୋଲିସ ମୃତଦେହକୁ ଜବତ କରି ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତା ସଖୀଙ୍କ ପୁଅ, ଅଭିଯୁକ୍ତ ଜୀବନଙ୍କ ମାମୁ ଲକ୍ଷ୍ମୀଧରଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୪୨୦/୨୩ରେ ହତ୍ୟା ମାମଲା ରୁଜୁ ହୋଇଛି। ଏସ୍‌ଡିପିଓ ରମେଶ ସିଂ ଘଟଣା ସ୍ଥଳରେ ପହଞ୍ଚତ୍ ପାରିପାଶ୍ୱିକ ସ୍ଥିତ ଅନୁଧ୍ୟାନ କରି ଫେରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?