Posted inଜାତୀୟ

ଫାଇଲ୍‌ ଚାପିଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୧୧ା୧୧: ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ୨୦୨୩ ଜୁନ୍‌ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ପକାଇ ରଖିଥିବାରୁ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଥିବା ସରକାର ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ସୀମିତ କ୍ଷମତା ଥିବାରୁ ସେ ବିଲ୍‌ଗୁଡ଼ିକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଚାପି ରଖିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଶୁକ୍ରବାର କହିଛନ୍ତି, ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ସ୍ବୀକୃତି ନ ଦେବା ଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ‘ଅତ୍ୟନ୍ତ ଚିନ୍ତାଜନକ’ ବିଷୟ। ପ୍ରତିଷ୍ଠିତ ପରମ୍ପରା ଓ ରୀତିକୁ ନେଇ ଆମ ଦେଶ ଚାଲିଛି। ଏସବୁକୁ ରାଜ୍ୟପାଳ ମାନିବା ଆବଶ୍ୟକ। ବିଧେୟକଗୁଡ଼ିକ ଉପରେ ରାଜ୍ୟପାଳ ସ୍ବାକ୍ଷର ନ କରିବା ନିଅଁା ସହ ଖେଳିବା ସଦୃଶ। ରାଜ୍ୟପାଳମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ନୁହନ୍ତି, ଏକଥା ସେମାନେ ଭୁଲିଯିବା ଅନୁଚିତ। ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଘୋଷଣା କରିବା ସମ୍ପର୍କିତ ରାଜ୍ୟପାଳଙ୍କ କ୍ଷମତାକୁ ନେଇ ଖଣ୍ଡପୀଠ ପ୍ରଶ୍ନ ଉଠାଇବା ସହ ତାଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।
ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକ ଉପରେ ସେ ମୋହର ଦେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଲ୍‌ ମଞ୍ଜୁରୀରେ ବିଳମ୍ବକୁ ନେଇ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଘଭି ଶୁଣାଣି ବେଳେ ଯୁକ୍ତି ବାଢ଼ିଥିଲେ, ବିଧାନସଭାରେ ଗୃହୀତ ୧୨ଟି ବିଲ୍‌ ରାଜ୍ୟପାଳଙ୍କ ଅଫିସରେ ପଡ଼ିରହିଛି। ଉତ୍ତମ ଆଚରଣ ପାଇଁ ବନ୍ଦୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ଆଗୁଆ ମୁକ୍ତ କରିବା (ରେମିସନ) ଅର୍ଡର, ଦୈନନ୍ଦିନ ନଥିପତ୍ର, ନିଯୁକ୍ତି ନିର୍ଦ୍ଦେଶନାମା, ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟପାଳ ସ୍ବାକ୍ଷର ନ କରିବା ଏବଂ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ମୋହର ନ ଦେବା ଫଳରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ ଅସାମ୍ବିଧାନିକ ଉପାୟରେ କାର୍ଯ୍ୟ କରୁଛନ୍ତି ଏବଂ ବାହ୍ୟ କାରଣରୁ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ଅସାମ୍ବିଧାନିକ, ବେଆଇନ, ଏକତରଫା ଏବଂ ମନ୍ଦ ଉଦ୍ଦେଶ୍ୟରେ କ୍ଷମତାର ଅପବ୍ୟବହାର ଭାବେ ଘୋଷଣା କରାଯାଉ ବୋଲି ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ନଭେମ୍ବର ୨୦ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ।
ବାମପନ୍ଥୀ ସରକାର ନଭେମ୍ବର ୮ରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥର ରାଜ୍ୟ ହାଇକୋର୍ଟଙ୍କ ଏକ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି, ଯହିଁରେ ୮ ବିଲ୍‌କୁ ମଞ୍ଜୁର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବାକୁ ମନା କରିଦେଇଛନ୍ତି। ପୂର୍ବରୁ ଚଳିତମାସ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ବିଧାନସଭା ଦ୍ୱାରା ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ମଞ୍ଜୁର କରୁ ନ ଥିବା ଦର୍ଶାଇଥିଲେ। ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ଗୁଡ଼ିକୁ ପକାଇ ରଖିବା ‘ଏକଚ୍ଛତ୍ରବାଦୀ କାର୍ଯ୍ୟ’ ବୋଲି ଘୋଷଣା କରିବାକୁ ସରକାର କରିଥିବା ନିବେଦନକୁ କେରଳ ହାଇକୋର୍ଟ ୨୦୨୨ ନଭେମ୍ବର ୨୦ରେ ଖାରଜ କରିଦେଇଥିଲେ। ଏଥିସହ ଏକ ସଂସଦୀୟ ଗଣତନ୍ତ୍ରରେ ଜଣେ ରାଜ୍ୟପାଳ ସମ୍ବିଧାନର ଅନୁଚ୍ଛେଦ ୨୦୦ ବଳରେ ନେଉଥିବା ପଦକ୍ଷେପକୁ ବେଆଇନ ଘୋଷଣା କରିବା ଅଦାଲତଙ୍କ ପକ୍ଷେ ଉପଯୁକ୍ତ ନୁହେଁ ବୋଲି ହାଇକୋର୍ଟ କହିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟପାଳଙ୍କ ଟେବୁଲରେ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ୩ ବିଲ୍‌ ଏବଂ ବର୍ଷେ ହେଲା ଅନ୍ୟ ୩ ବିଧେୟକ ପଡ଼ିରହିଛି। ଏଗୁଡ଼ିକ ମଧ୍ୟରୁ ୫ଟି ବିଲ୍‌ ବିଶ୍ୱବିଦ୍ୟାଳୟ ଆଇନ ସମ୍ପର୍କିତ। ରାଜ୍ୟପାଳ ଲୋକଙ୍କ ମୌଳିକ ଅଧିକାରଗୁଡ଼ିକୁ ନୂ୍ୟନ କରିବାକୁ ଉଦ୍ୟମ ଚଳାଇଥିବା ସରକାରଙ୍କ ଓକିଲ ସି.କେ. ସସି ଯୁକ୍ତି ବାଢ଼ିଛନ୍ତି। ଏହା ଉପରେ ରାଜ୍ୟପାଳ ଖାନ୍‌ ଶୁକ୍ରବାର କହିଛନ୍ତି, ସେ ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟରେ କୌଣସି ସଙ୍କଟ ସୃଷ୍ଟି କରିଥିବା ନେଇ କିଛି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ରାଜ୍ୟ ସରକାର ଅନେକ ଥର ନିଜ ସୀମା ଡେଇଁଥିବା ସମାଲୋଚନା କରିଛନ୍ତି।
ମାର୍ଚ୍ଚ ୨୦ରେ ତେଲଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ସରକାର ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ଙ୍କ ବିରୋଧରେ ସୁପ୍ରିମକୋର୍ଟରେ ରିଟ୍‌ ପିଶିଟନ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଯୁକ୍ତି ବାଢ଼ିଥିଲେ, ବିଧାନସଭାରେ ଗୃହୀତ ୧୦ ବିଲ୍‌ ରାଜଭବନରେ ୨୦୨୨ ସେପ୍ଟେମ୍ବରରୁ ପଡ଼ିରହିଛି। ବିରୋଧୀ ଦଳ ଦ୍ୱାରା ଶାସିତ ରାଜ୍ୟ ବୋଲି ସେ ସେଗୁଡ଼ିକରେ ସ୍ବାକ୍ଷର କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳ କେତୋଟି ବିଲ୍‌ରେ ସ୍ବାକ୍ଷର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?