ମହାପ୍ରଭୁଙ୍କ ଜମି ବିକ୍ରିରୁ ସରକାର ନିବୃତ ରୁହନ୍ତୁ: ଭାଜପା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟ ସରକାର ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ କଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇ କୋଟି କୋଟି ଟଙ୍କାର ଧନସମ୍ପତ୍ତି ଲୁଟ୍‌ କଲେ। ଗରିବ ଭକ୍ତଙ୍କ ରହିବା ପାଇଁ ଉଦ୍ଦିଷ୍ଟ ବଗଲା ଧର୍ମଶାଳାକୁ ବିକ୍ରି କରିଦେଲେ। ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର, ମଠ ଭାଙ୍ଗିଲେ। ସ୍ବର୍ଗଦାର ଜମିକୁ ଲୁଟ୍‌ କଲେ। ଗତବର୍ଷ କରୋନାର ଆଳ ଦେଖାଇ ମିଥ୍ୟା ତଥ୍ୟ ଏବଂ ଦାମୀ ଓକିଲ ଲଗାଇ ରଥଯାତ୍ରା କରାଇ ନ ଦେବାର ଷଡ଼ଯନ୍ତ୍ର ରଚିଥିଲେ। ଆଉ ଏବେ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାଖାପାଖି ୩୫ ହଜାର ଏକର ଜମି ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ରାଜ୍ୟ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ନଚେତ ଆଗାମୀ ଦିନରେ ଭାଜପା ରାଜରାସ୍ତାକୁ ଓହ୍ଲାଇବା ସହ ଆଇନଗତ ପଦକ୍ଷେପ ନେବ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରି ରାଜ୍ୟ ସରକାର ମହାପାପ କରିଛନ୍ତି। ମାର୍ଚ୍ଚ ୧୬ ତାରିଖରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ମୂଲ୍ୟବାନ ଜମି ରାଜ୍ୟ ସରକାର ବିକ୍ରି କରିବାର ପ୍ରକ୍ରିୟାରେ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟ ଭିତରେ ୨୪ଟି ଜିଲାରେ ଥିବା ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି ଏବଂ ୩୪,୮୭୬.୯୮୩ ଏକର ଜମି ବିକ୍ରି କରିବା ପାଇଁ ଯୋଜନା ଚାଲିଛି। କଟକରେ ଭାରତୀ କୋଠାର ୩୧୫.୩୩୭ ଏକର ଜମିକୁ ରାଜ୍ୟ ସରକାର ବିକ୍ରି କରିସାରିଲେଣି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କ ରୀତିନୀତି ଓ ସମ୍ପତ୍ତି ସହ ବିଭ୍ରାଟ ହେଲେ ହିନ୍ଦୁ ସମାଜ ଏବଂ ଓଡ଼ିଆ ଜାତି କେବେ ବି ଏହା ଗ୍ରହଣ କରିବ ନାହିଁ। ପୂର୍ବରୁ ରାଜ୍ୟ ସରକାର ଅନେକ ସମୟରେ ମହାପ୍ରଭୁଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି। ଗତବର୍ଷ ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରାକୁ ଅଟକାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ରାଜ୍ୟ ସରକାର ମହାପ୍ରଭୁଙ୍କୁ ଅପମାନିତ କରିଆସୁଛନ୍ତି। ଓଡ଼ିଆ ଅସ୍ମିତାଙ୍କୁ କ୍ଷୁଣ୍ଣ କରିବାର ଅପଚେଷ୍ଟା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟକୁ କଡ଼ା ନିନ୍ଦା କରିଛିି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନମଣ୍ଡଳୀର ଭାଜପା ଟିକେଟ ପାଇଁ ଲେଖାଶ୍ରୀ ଭୁଲ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ମୁଖପାତ୍ର ଈପସିତା ସାହୁ କହିଛନ୍ତି।
ସେ କହିଛନ୍ତି ଯେ ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇ ଆସୁଛନ୍ତି। ସେ ଯଦି ଏସବୁ ପିପିଲି ଟିକେଟ ଆଶାରେ କହୁଥାଆନ୍ତି ତେବେ ପିପିଲିବାସୀ କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ସହିବେ ନାହିଁ। ଲେଖାଶ୍ରୀ ବୁଝିବା ଦରକାର ଯେ ୨୦୦୧ରୁ ୨୦୧୦ ମଧ୍ୟରେ ମହାପ୍ରଭୁଙ୍କର ୨୯୧ ଏକର ଜମି ଦିଆଯାଇଥିଲା। ଯେଉଁ ସମୟରେ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା କରାଯାଇଛି। ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି। ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନମଣ୍ଡଳୀର ଭାଜପା ଟିକେଟ ତାଙ୍କୁ ମିଳିବ ନାହିଁ। ମିଥ୍ୟା ତଥ୍ୟ ପାଇଁ ସେ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଈପ୍‌ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?