ମହାପ୍ରଭୁଙ୍କ ଜମି ବିକ୍ରିରୁ ସରକାର ନିବୃତ ରୁହନ୍ତୁ: ଭାଜପା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟ ସରକାର ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ କଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇ କୋଟି କୋଟି ଟଙ୍କାର ଧନସମ୍ପତ୍ତି ଲୁଟ୍‌ କଲେ। ଗରିବ ଭକ୍ତଙ୍କ ରହିବା ପାଇଁ ଉଦ୍ଦିଷ୍ଟ ବଗଲା ଧର୍ମଶାଳାକୁ ବିକ୍ରି କରିଦେଲେ। ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର, ମଠ ଭାଙ୍ଗିଲେ। ସ୍ବର୍ଗଦାର ଜମିକୁ ଲୁଟ୍‌ କଲେ। ଗତବର୍ଷ କରୋନାର ଆଳ ଦେଖାଇ ମିଥ୍ୟା ତଥ୍ୟ ଏବଂ ଦାମୀ ଓକିଲ ଲଗାଇ ରଥଯାତ୍ରା କରାଇ ନ ଦେବାର ଷଡ଼ଯନ୍ତ୍ର ରଚିଥିଲେ। ଆଉ ଏବେ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାଖାପାଖି ୩୫ ହଜାର ଏକର ଜମି ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ରାଜ୍ୟ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ନଚେତ ଆଗାମୀ ଦିନରେ ଭାଜପା ରାଜରାସ୍ତାକୁ ଓହ୍ଲାଇବା ସହ ଆଇନଗତ ପଦକ୍ଷେପ ନେବ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରି ରାଜ୍ୟ ସରକାର ମହାପାପ କରିଛନ୍ତି। ମାର୍ଚ୍ଚ ୧୬ ତାରିଖରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ମୂଲ୍ୟବାନ ଜମି ରାଜ୍ୟ ସରକାର ବିକ୍ରି କରିବାର ପ୍ରକ୍ରିୟାରେ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟ ଭିତରେ ୨୪ଟି ଜିଲାରେ ଥିବା ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି ଏବଂ ୩୪,୮୭୬.୯୮୩ ଏକର ଜମି ବିକ୍ରି କରିବା ପାଇଁ ଯୋଜନା ଚାଲିଛି। କଟକରେ ଭାରତୀ କୋଠାର ୩୧୫.୩୩୭ ଏକର ଜମିକୁ ରାଜ୍ୟ ସରକାର ବିକ୍ରି କରିସାରିଲେଣି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କ ରୀତିନୀତି ଓ ସମ୍ପତ୍ତି ସହ ବିଭ୍ରାଟ ହେଲେ ହିନ୍ଦୁ ସମାଜ ଏବଂ ଓଡ଼ିଆ ଜାତି କେବେ ବି ଏହା ଗ୍ରହଣ କରିବ ନାହିଁ। ପୂର୍ବରୁ ରାଜ୍ୟ ସରକାର ଅନେକ ସମୟରେ ମହାପ୍ରଭୁଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି। ଗତବର୍ଷ ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରାକୁ ଅଟକାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ରାଜ୍ୟ ସରକାର ମହାପ୍ରଭୁଙ୍କୁ ଅପମାନିତ କରିଆସୁଛନ୍ତି। ଓଡ଼ିଆ ଅସ୍ମିତାଙ୍କୁ କ୍ଷୁଣ୍ଣ କରିବାର ଅପଚେଷ୍ଟା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟକୁ କଡ଼ା ନିନ୍ଦା କରିଛିି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନମଣ୍ଡଳୀର ଭାଜପା ଟିକେଟ ପାଇଁ ଲେଖାଶ୍ରୀ ଭୁଲ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ମୁଖପାତ୍ର ଈପସିତା ସାହୁ କହିଛନ୍ତି।
ସେ କହିଛନ୍ତି ଯେ ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇ ଆସୁଛନ୍ତି। ସେ ଯଦି ଏସବୁ ପିପିଲି ଟିକେଟ ଆଶାରେ କହୁଥାଆନ୍ତି ତେବେ ପିପିଲିବାସୀ କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ସହିବେ ନାହିଁ। ଲେଖାଶ୍ରୀ ବୁଝିବା ଦରକାର ଯେ ୨୦୦୧ରୁ ୨୦୧୦ ମଧ୍ୟରେ ମହାପ୍ରଭୁଙ୍କର ୨୯୧ ଏକର ଜମି ଦିଆଯାଇଥିଲା। ଯେଉଁ ସମୟରେ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା କରାଯାଇଛି। ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି। ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନମଣ୍ଡଳୀର ଭାଜପା ଟିକେଟ ତାଙ୍କୁ ମିଳିବ ନାହିଁ। ମିଥ୍ୟା ତଥ୍ୟ ପାଇଁ ସେ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଈପ୍‌ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri