ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ବତନ୍ତ୍ର ହେବାକୁ ଯାଉଛି। ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅପରପକ୍ଷେ ସରକାର ଏହି ଅଧିବେଶନ ସମୟରେ ଡିଜିଟାଲ୍‌ ମୁଦ୍ରା ବିରୋଧରେ ଏକ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲ୍‌ରେ ଘରୋଇ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ଏହି ବେସରକାରୀ ମୁଦ୍ରାର ବିକଳ୍ପ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ଆର୍‌ବିଆଇ କହିଛି ଯେ, ଏହି ଡିଜିଟାଲ୍‌ ମୁଦ୍ରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି। ତଥାପି, ଏହା ଏକ ବ୍ୟକ୍ତିଗତ ମୁଦ୍ରା ଭାବରେ ଗଣା ହେବ ନାହିଁ ବୋଲି ବିଗତ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ମତ ଦେଇଛି। ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ କହିଛି ଯେ, ନିକଟ ଅତୀତରେ ବେସରକାରୀ ଡିଜିଟାଲ୍‌ ମୁଦ୍ରାର ଲୋକପ୍ରିୟତା ବହୁଳ ଭାବରେ ବୃଦ୍ଧି ପାଇଛି। ଏହାକୁ ନେଇ ଭାରତରେ ସରକାର ଏବଂ ନିୟାମକମାନେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି। ଆର୍‌ବିଆଇ ଏହାର ଆବଶ୍ୟକତା ଅଛି କି ନାହିଁ ତାହା ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଭାରତରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ସରକାର ପ୍ରକାଶ କରିନାହାନ୍ତି କିମ୍ବା ଆସିନାହିଁ ବୋଲି ଜଣାପଡିଛି। ୨୦୧୮ରେ ସରକାର ଏକ ସର୍କୁଲାର ଜରିଆରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସେବାକୁ ନିଷିଦ୍ଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି ବେଳେ ସର୍କୁଲାରରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବା ସହିତ ସର୍ବସାଧାରଣଙ୍କ ପାଇଁ ସୂଚନା ରହିବା ନେଇ ସ୍ବୀକୃତି ପ୍ରଦାନ କରିଛନ୍ତି। ୨୦୧୯ରେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ତେବେ ସରକାର ସଂସଦରେ ଏ ସମ୍ପର୍କିତ କୌଣସି ବିଲ୍‌ ଆଗତ କରିନାହାନ୍ତି। ଏହାର ଅଫିସିଆଲ୍‌ ଡିଜିଟାଲ୍‌ ମୁଦ୍ରା ବିଲ୍‌ ୨୦୨୧ର କ୍ରିପ୍ଟୋକରେନ୍ସି ଏବଂ ରେଗୁଲେଶନ୍‌ର କିଛି ବ୍ୟତିକ୍ରମ ସହିତ ଡିଜିଟାଲ୍‌ ମୁଦ୍ରାର ପ୍ରୋତ୍ସାହନକୁ ଅନୁମତି ଦେବ କି ନାହିଁ ତାହା ଆଗାମୀ ବଜେଟରେ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌

ଭୁବନେଶ୍ୱର,୧।୩:ଆଜିଓ’ର ବହୁ ପ୍ରତୀକ୍ଷିତ ତଥା ଫ୍ଲାଗ୍‌ଶିପ୍‌ ଇଭେଣ୍ଟ ‘ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଆଡିଡାସ୍‌ ଏବଂ ସୁପରଡ୍ରାଇ...

ବଜାରରେ ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦

ଭୁବନେଶ୍ୱର,୧।୩ (ଅଭୟ ଦାଶ):ଦେଶର ପ୍ରମୁଖ ପ୍ରିମିୟମ ଏସ୍‌ୟୁଭି ନିର୍ମାତା ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ୨୦୨୪...

ବେଦାନ୍ତ ଆଲୁମିନିୟମ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧।୩:ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀର ଓଡିଶା ୟୁନିଟ ଝାରସୁଗୁଡା ପକ୍ଷରୁ...

Paytm Crisis: ପେମେଣ୍ଟ ବ୍ୟାଙ୍କଠୁ ନିଜକୁ ଦୂରେଇ ରଖିଲା ପେଟିଏମ,ସଙ୍କଟ ମଧ୍ୟରେ ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: ଚାଲିଥିବା ସଙ୍କଟ ମଧ୍ୟରେ ଫିଣ୍ଟେକ କମ୍ପାନୀ ପେଟିଏମ ଏକ ବଡ଼ ପଦକ୍ଷେପ ନେଇଛି। ପେଟିଏମର ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୯୭ କମ୍ୟୁନିକେଶନ ବିବାଦରେ ଫସିଥିବା ପେଟିଏମ...

ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୮.୪% ହାରରେ ବୃଦ୍ଧି ପାଇଲା ଭାରତର ଅର୍ଥନୀତି

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୮.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଏକ ବର୍ଷ ପୂର୍ବେ ୪.୩ ପ୍ରତିଶତ...

PM KISAN: ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା।...

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ...

ପ୍ରଜ୍ଞାନନ୍ଦ ପୁଣି ଦେଶର ନମ୍ବର ଓ୍ବାନ୍‌

ପ୍ରାଗ୍‌, ୨୯।୨: ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଆର. ପ୍ରଜ୍ଞାନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri