Posted inଜାତୀୟ

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚର୍ଚ୍ଚା ବିନା ଏହି ଆଇନଗୁଡିକ ଯେପରି ପ୍ରତ୍ୟାହାର କରାଯାଇଛି, ଏହା ଦର୍ଶାଉଛି ଯେ ସରକାର ଆଲୋଚନାକୁ ଭୟ କରୁଛନ୍ତି। ଏଥିସହିତ ସେ ଟୁଇଟ୍‌ କରି କହିଛନ୍ତି ଯେ ଆଲୋଚନାକୁ ଅନୁମତି ନାହିଁ – ଏମଏସପି ଉପରେ, ଶହୀଦ ଅନ୍ନଦାତାଙ୍କ ନ୍ୟାୟ ଉପରେ, ଲଖିମପୁର ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଉପରେ …ସଂସଦରେ ଆଲୋଚନା ଅଧିକାର ଛଡାଇ ନିଆଯାଉଛି। ସରକାର ଭୟଭୀତ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି, ତିନୋଟି କଳା କୃଷି ନିୟମ ପ୍ରତ୍ୟାହାର କରିବାକୁ ପଡ଼ିବ। ଆମେ ଏହା ପୂର୍ବରୁ କହିଛୁ । ଆମେ ଜାଣିଥିଲୁ ୩-୪ ବଡ ପୁଞ୍ଜିପତିଙ୍କ ଶକ୍ତି ଭାରତର କୃଷକଙ୍କ ସାମ୍ନାରେ ଠିଆ ହୋଇପାରିବ ନାହିଁ ଏବଂ ଏହା ଘଟିଲା ମଧ୍ୟ। ଏହା ହେଉଛି କୃଷକଙ୍କ ସଫଳତା, ଦେଶର ସଫଳତା। ଆମେ ୭୦୦ ଶହୀଦ କୃଷକ, ଏମଏସପି, ଲଖିମପୁର ଖେରୀ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ସରକାର ଏଥିପାଇଁ ଅନୁମତି ଦେଇ ନାହାଁନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେବନି ଭାରତ

ନୂଆଦିଲ୍ଲୀ,୨୮ା୫ : ଭାରତ ପଛଘୁଞ୍ଚା ଦେବନାହିଁ। ପୂର୍ବ ଲଦାଖର ବିବାଦ ହୋଇଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିବ। ଚାଇନା ସୀମା ଉଲ୍ଲଂଘନ କରି ଭାରତୀୟ...

ଇସ୍କନ ମନ୍ଦିର ଆସିଲେ ଦେବାକୁ ପଡିବ ସ୍ବାସ୍ଥ୍ୟ ପ୍ରମାଣପତ୍ର

ମଥୁରା,୫।୩: ଦିଲ୍ଲୀର ମଥୁରାରେ ଥିବା ବୃନ୍ଦାବନ ଇସ୍କନ ମନ୍ଦିରର ପିଆର୍‌ଓ ସୌରଭ ଦାସ ଗୁରୁବାର କହିଛନ୍ତି, ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଇସ୍କନ ମନ୍ଦିର ନ...

ଥାନାରେ ବିବାହ କଲେ ମହିଳା କନଷ୍ଟେବଳ, ଘୋଡ଼ା ଚଢ଼ି ବିଦା ହେଲେ ଶାଶୁଘର

ଜୟପୁର,୨୮।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ...

କଣ୍ଟେନରରେ ଜଳିଗଲା ୪୦ ଇ-ସ୍କୁଟର

ନାସିକ,୧୨।୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜିତେନ୍ଦ୍ର ଇଲେକ୍ଟିକ୍‌ ଭେହିକ୍ଲସ୍‌ର ଏକ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଇ-ସ୍କୁଟର ଜଳିଯାଇଛି। ମିଳିଥିବା ସୂଚନା ମୁତାବକ,...

ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି: ନଟୱର ସିଂ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟଙ୍କ ମଧ୍ୟରୁ ମନିଷ ତିୱାରୀ ଓ କପିଲ ସିବଲଙ୍କ ପରେ ଏବେ ପୂର୍ବତନ ବୈଦେଶିକମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ...

କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଗତବର୍ଷ ଦେଶର ଅର୍ଥନୀତି ପାଇଁ ସମୟ ଆହ୍ବାନମୂଳକ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ...

Advertisement
Archives

Model This Week