Posted inଜାତୀୟ

ଚାଷୀଙ୍କ ଜୀବିକା ପ୍ରତି ସରକାର ଉଦାସୀନ

ନୂଆଦିଲ୍ଲୀ, ୨୪ା୬: କେନ୍ଦ୍ର ସରକାର ଗତ ୭ ତାରିଖରେ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ(ଆମଦାନୀ ଓ ରପ୍ତାନି) ବିଲ୍‌, ୨୦୨୩ ଆଣିଥିଲେ। ଏହା ପ୍ରଚଳିତ ପ୍ରାଣୀଧନ ଆମଦାନୀ(ସଂଶୋଧନ) ଆଇନ, ୨୦୦୧ ସ୍ଥାନରେ କାର୍ଯ୍ୟକାରୀ ହୋଇଥାନ୍ତା। ଏଥିପାଇଁ ଜନସାଧାରଣ ଏବଂ ଆମଦାନିକାରୀ ରପ୍ତାନିକାରୀମାନେ ୧୦ ଦିନ ମଧ୍ୟରେ ମତାମତ ରଖିବା ଲାଗି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ପ୍ରାଣୀ କଲ୍ୟାଣ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉକ୍ତ ଚିଠା ବିଲ୍‌ ପ୍ରତ୍ୟାହାର କରିନିଆଗଲା ବୋଲି ବିଭାଗ ପକ୍ଷରୁ ଗତ ୨୦ ତାରିଖରେ କୁହାଯାଇଥିଲା। ପ୍ରାଣୀ ଅଧିକାର କର୍ମୀ ଏବଂ ଆର୍‌ଏସ୍‌ଏସ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଭାରତୀୟ କିଷାନ ସଂଘ(ବିକେଏସ୍‌) ଓ ଅନ୍ୟ ସଂଗଠନଗୁଡ଼ିକ ବିଲ୍‌କୁ ସମାଲୋଚନା କରିଥିଲେ। ବିଲ୍‌କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ ରପ୍ତାନି ଉପରେ ବାଣିଜି୍ୟକ ନୀତିକୁ ନେଇ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ପ୍ରାଣୀଧନର ତତ୍ତ୍ୱାବଧାରକମାନଙ୍କ ସମ୍ପର୍କରେ ସରକାର ବିଚାର କରିନାହାନ୍ତି। ଦେଶ ଭିତରକୁ ନୂଆ ରୋଗ ଯେପରି ଆସି ନ ପାରିବ ସେଥିପାଇଁ ପ୍ରାଣୀଧନ ଆମଦାନୀକୁ ନିୟନ୍ତ୍ରଣ କରିବା ନିମନ୍ତେ ମୂଳ ଆଇନ ୧୮୯୮ରେ ଅଣାଯାଇଥିଲା। ୨୦୦୧ରେ ଏଥିରେ ସଂଶୋଧନ କରାଯାଇ ପ୍ରାଣୀଧନ ଉତ୍ପାଦ ଯଥା ମାଂସ, ଅଣ୍ଡା, କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ, ପୋଷା ଜନ୍ତୁଙ୍କ ଖାଦ୍ୟ ଆଦିର ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ କେତେକ ଧାରା ଯୋଡ଼ାଯାଇଥିଲା। ସରକାର ପ୍ରତ୍ୟାହାର କରିନେଇଥିବା ନୂଆ ଚିଠା ବିଲ୍‌ରେ ଭାରତର ସମସ୍ତ ପୋଷା ଜୀବଜନ୍ତୁଙ୍କୁ ସାମିଲ କରିବା ପାଇଁ ପ୍ରାଣୀଧନର ସଂଜ୍ଞାକୁ ବିସ୍ତାରିତ କରାଯାଇଥିଲା। ପ୍ରାଣୀଧନ ଓ ଏହାର ଉତ୍ପାଦ ରପ୍ତାନିକୁ ସକ୍ରିୟତାର ସହ ପ୍ରୋତ୍ସାହିତ ଓ ବିକଶିତ କରିବା ଲାଗି ଆଇନରେ ଏକ ନୂଆ ଧାରାକୁ ସାମିଲ କରାଯାଇଥିଲା। ତେବେ ସରକାର ବିଲ୍‌ ପ୍ରସ୍ତୁତ କରିବା ଓ ତାକୁ ପ୍ରତ୍ୟାହାର କରିନେବା ବେଳେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା ଦେଶର କୋଟି କୋଟି ଭୂମିହୀନ, କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଜୀବନ ଓ ଜୀବିକାକୁ ବିଚାରକୁ ନେଇ ନ ଥିବା ସ୍ପଷ୍ଟ ହୋଇଛି। ଏହି ଚାଷୀମାନେ ହେଉଛନ୍ତି ଦେଶର ପ୍ରାୟ ୭୦ ପ୍ରତିଶତ ପ୍ରାଣୀଧନର କେୟାରଟେକର। ତେଣୁ ସରକାର ବିଲ୍‌ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ପ୍ରାଣୀଧନ ଓ ଏହାର ଉତ୍ପାଦ ଲାଗି ‘ଭାରତରେ ପ୍ରସ୍ତୁତ-ଭାରତରୁ ରପ୍ତାନି’ ନୀତି ଆଣିବା ନେଇ ଉତ୍ତରଦାୟିତ୍ୱରୁ ଓହରିଯାଇପାରିବେ ନାହିଁ।
ପ୍ରାଣୀଧନ ବିକାଶ, କୃଷି, ଜମି ଉପଯୋଗ ଏବଂ ଜଙ୍ଗଲ ନୀତି ଯୋଗୁ ଦେଶରେ ପ୍ରାଣୀଧନ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ରପ୍ତାନିଭିତ୍ତିକ ପ୍ରାଣୀ ଓ ଏହାର ଉତ୍ପାଦନ ନୀତି ଯୋଗୁ ସେମାନଙ୍କ ସଂଖ୍ୟା ଆହୁରି କମିବ। ଗୋରୁ, ମଇଁଷି, ଛେଳି, ମେଣ୍ଡା, କୁକୁର, ଘୋଡ଼ା, ମାଙ୍କଡ଼, ଘୁଷୁରି, ଓଟ ଆଦି ପ୍ରାଣୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବାବେଳେ କେତେକ ସ୍ବଦେଶୀ ପ୍ରାଣୀ ବିରଳ ହେବାକୁ ବସିଲେଣି। ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଡେଏରି ନୀତିର ଉଦ୍ୟୋଗୀକରଣ ସହ ମରୁଡ଼ି ମୁକାବିଲା, କ୍ଷୀର, ଗୋମାଂସ, ଖତ ଓ ଚମଡ଼ା ଉତ୍ପାଦଗୁଡ଼ିକର ଆବଶ୍ୟକତା ପୂରଣ ଦିଗରେ ପାରମ୍ପରିକ ପ୍ରଜନନ ପ୍ରଣାଳୀରୁ ହଟି ହାଇବ୍ରିଡ୍‌ ଉପାୟରେ ପ୍ରାଣୀଙ୍କ ପ୍ରଜାତି ସୃଷ୍ଟି କରାଯିବା ଏହାର ଉଦ୍ଦେଶ୍ୟ। ଏଥିଯୋଗୁ ଗୃହପାଳିତ ପଶୁ ସେମାନଙ୍କ ଜିନ୍‌ଗତ ମୌଳିକତା ହରାଇବେ ବୋଲି ପ୍ରାଣୀଧନ ଅଧିକାର କର୍ମୀମାନେ ସମାଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ଜୁନ୍‌ ୭ରେ ଓଡ଼ିଶା ସିଭିଲ ସର୍ଭିସ୍‌ ପ୍ରିଲିମ୍‌

କଟକ,୧୭।୫(କାର୍ତ୍ତିକ ସାହୁ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରି ପରୀକ୍ଷା-୨୦୨୫ର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍‌ ୭…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri