Posted inଜାତୀୟ

ଚାଷୀଙ୍କ ଜୀବିକା ପ୍ରତି ସରକାର ଉଦାସୀନ

ନୂଆଦିଲ୍ଲୀ, ୨୪ା୬: କେନ୍ଦ୍ର ସରକାର ଗତ ୭ ତାରିଖରେ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ(ଆମଦାନୀ ଓ ରପ୍ତାନି) ବିଲ୍‌, ୨୦୨୩ ଆଣିଥିଲେ। ଏହା ପ୍ରଚଳିତ ପ୍ରାଣୀଧନ ଆମଦାନୀ(ସଂଶୋଧନ) ଆଇନ, ୨୦୦୧ ସ୍ଥାନରେ କାର୍ଯ୍ୟକାରୀ ହୋଇଥାନ୍ତା। ଏଥିପାଇଁ ଜନସାଧାରଣ ଏବଂ ଆମଦାନିକାରୀ ରପ୍ତାନିକାରୀମାନେ ୧୦ ଦିନ ମଧ୍ୟରେ ମତାମତ ରଖିବା ଲାଗି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ପ୍ରାଣୀ କଲ୍ୟାଣ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉକ୍ତ ଚିଠା ବିଲ୍‌ ପ୍ରତ୍ୟାହାର କରିନିଆଗଲା ବୋଲି ବିଭାଗ ପକ୍ଷରୁ ଗତ ୨୦ ତାରିଖରେ କୁହାଯାଇଥିଲା। ପ୍ରାଣୀ ଅଧିକାର କର୍ମୀ ଏବଂ ଆର୍‌ଏସ୍‌ଏସ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଭାରତୀୟ କିଷାନ ସଂଘ(ବିକେଏସ୍‌) ଓ ଅନ୍ୟ ସଂଗଠନଗୁଡ଼ିକ ବିଲ୍‌କୁ ସମାଲୋଚନା କରିଥିଲେ। ବିଲ୍‌କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ ରପ୍ତାନି ଉପରେ ବାଣିଜି୍ୟକ ନୀତିକୁ ନେଇ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ପ୍ରାଣୀଧନର ତତ୍ତ୍ୱାବଧାରକମାନଙ୍କ ସମ୍ପର୍କରେ ସରକାର ବିଚାର କରିନାହାନ୍ତି। ଦେଶ ଭିତରକୁ ନୂଆ ରୋଗ ଯେପରି ଆସି ନ ପାରିବ ସେଥିପାଇଁ ପ୍ରାଣୀଧନ ଆମଦାନୀକୁ ନିୟନ୍ତ୍ରଣ କରିବା ନିମନ୍ତେ ମୂଳ ଆଇନ ୧୮୯୮ରେ ଅଣାଯାଇଥିଲା। ୨୦୦୧ରେ ଏଥିରେ ସଂଶୋଧନ କରାଯାଇ ପ୍ରାଣୀଧନ ଉତ୍ପାଦ ଯଥା ମାଂସ, ଅଣ୍ଡା, କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ, ପୋଷା ଜନ୍ତୁଙ୍କ ଖାଦ୍ୟ ଆଦିର ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ କେତେକ ଧାରା ଯୋଡ଼ାଯାଇଥିଲା। ସରକାର ପ୍ରତ୍ୟାହାର କରିନେଇଥିବା ନୂଆ ଚିଠା ବିଲ୍‌ରେ ଭାରତର ସମସ୍ତ ପୋଷା ଜୀବଜନ୍ତୁଙ୍କୁ ସାମିଲ କରିବା ପାଇଁ ପ୍ରାଣୀଧନର ସଂଜ୍ଞାକୁ ବିସ୍ତାରିତ କରାଯାଇଥିଲା। ପ୍ରାଣୀଧନ ଓ ଏହାର ଉତ୍ପାଦ ରପ୍ତାନିକୁ ସକ୍ରିୟତାର ସହ ପ୍ରୋତ୍ସାହିତ ଓ ବିକଶିତ କରିବା ଲାଗି ଆଇନରେ ଏକ ନୂଆ ଧାରାକୁ ସାମିଲ କରାଯାଇଥିଲା। ତେବେ ସରକାର ବିଲ୍‌ ପ୍ରସ୍ତୁତ କରିବା ଓ ତାକୁ ପ୍ରତ୍ୟାହାର କରିନେବା ବେଳେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା ଦେଶର କୋଟି କୋଟି ଭୂମିହୀନ, କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଜୀବନ ଓ ଜୀବିକାକୁ ବିଚାରକୁ ନେଇ ନ ଥିବା ସ୍ପଷ୍ଟ ହୋଇଛି। ଏହି ଚାଷୀମାନେ ହେଉଛନ୍ତି ଦେଶର ପ୍ରାୟ ୭୦ ପ୍ରତିଶତ ପ୍ରାଣୀଧନର କେୟାରଟେକର। ତେଣୁ ସରକାର ବିଲ୍‌ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ପ୍ରାଣୀଧନ ଓ ଏହାର ଉତ୍ପାଦ ଲାଗି ‘ଭାରତରେ ପ୍ରସ୍ତୁତ-ଭାରତରୁ ରପ୍ତାନି’ ନୀତି ଆଣିବା ନେଇ ଉତ୍ତରଦାୟିତ୍ୱରୁ ଓହରିଯାଇପାରିବେ ନାହିଁ।
ପ୍ରାଣୀଧନ ବିକାଶ, କୃଷି, ଜମି ଉପଯୋଗ ଏବଂ ଜଙ୍ଗଲ ନୀତି ଯୋଗୁ ଦେଶରେ ପ୍ରାଣୀଧନ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ରପ୍ତାନିଭିତ୍ତିକ ପ୍ରାଣୀ ଓ ଏହାର ଉତ୍ପାଦନ ନୀତି ଯୋଗୁ ସେମାନଙ୍କ ସଂଖ୍ୟା ଆହୁରି କମିବ। ଗୋରୁ, ମଇଁଷି, ଛେଳି, ମେଣ୍ଡା, କୁକୁର, ଘୋଡ଼ା, ମାଙ୍କଡ଼, ଘୁଷୁରି, ଓଟ ଆଦି ପ୍ରାଣୀଙ୍କ ସଂଖ୍ୟା ଯଥେଷ୍ଟ କମିଥିବାବେଳେ କେତେକ ସ୍ବଦେଶୀ ପ୍ରାଣୀ ବିରଳ ହେବାକୁ ବସିଲେଣି। ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଡେଏରି ନୀତିର ଉଦ୍ୟୋଗୀକରଣ ସହ ମରୁଡ଼ି ମୁକାବିଲା, କ୍ଷୀର, ଗୋମାଂସ, ଖତ ଓ ଚମଡ଼ା ଉତ୍ପାଦଗୁଡ଼ିକର ଆବଶ୍ୟକତା ପୂରଣ ଦିଗରେ ପାରମ୍ପରିକ ପ୍ରଜନନ ପ୍ରଣାଳୀରୁ ହଟି ହାଇବ୍ରିଡ୍‌ ଉପାୟରେ ପ୍ରାଣୀଙ୍କ ପ୍ରଜାତି ସୃଷ୍ଟି କରାଯିବା ଏହାର ଉଦ୍ଦେଶ୍ୟ। ଏଥିଯୋଗୁ ଗୃହପାଳିତ ପଶୁ ସେମାନଙ୍କ ଜିନ୍‌ଗତ ମୌଳିକତା ହରାଇବେ ବୋଲି ପ୍ରାଣୀଧନ ଅଧିକାର କର୍ମୀମାନେ ସମାଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?