ଧାର ଧରୁନାହିଁ ସରକାରଙ୍କ ପଦକ୍ଷେପ

ଯାଜପୁର ଅଫିସ,୨୭।୭: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକାଯାଇ ଅଧିକ ରାଜସ୍ବ ଆଦାୟ କରିବା ଉଦ୍ଦେଶ୍ୟରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ପରୋକ୍ଷ ପ୍ରୋତ୍ସାହନ ଯୋଗୁ ଏଠାରେ ସରକାରଙ୍କ କୌଣସି ପଦକ୍ଷେପ ଧାର ଧରୁ ନାହିଁ। ବେଆଇନ ଖଣିଜ ଦ୍ରବ୍ୟ ଚୋରାଚାଲାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ଟିଏଫ୍‌(ସ୍ପେଶିଆଲ ଟାସ୍କ ଫୋର୍ସ) କିମ୍ବା ଓଆଇଏସ୍‌ଏଫ୍‌(ଓଡିଶା ଶିଳ୍ପ ସୁରକ୍ଷା ବଳ) ଭଳି ପ୍ରସ୍ତାବ ଏଠାରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ କେତେଜଣ ରାଜସ୍ବ ଅଧିକାରୀ ଓ ମାଫିଆଙ୍କ ସଲାସୁତୁରାରେ ବେଆଇନ ଖାଦାନ ଏବଂ ଅନୁମତିପ୍ରାପ୍ତ ଖାଦାନରୁ ନିର୍ଦ୍ଧାରିତ କ୍ଷମତାଠାରୁ ବହୁ ଗୁଣ କଳାପଥର, ମୋରମ, ବାଲି ଆଦି ଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦା-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯ା୭ା୨୦୨୦ରେ ଅଙ୍କିତା କନଷ୍ଟ୍ରକ୍ସନକୁ ମୋରମ୍‌ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ପୋଖରୀ ଖୋଳା ନାମରେ ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାର୍ଯ୍ୟରେ ଏହି ମୋରମ୍‌ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ଏହାପରେ ଗତ ୧୩ ତାରିଖରେ ପଛିକୋଟ ଗ୍ରାମବାସୀ ବ୍ୟାସନଗର ତହସିଲଦାର, ଯାଜପୁରରୋଡ୍‌ ରେଞ୍ଜରଙ୍କ ସହଯୋଗରେ ଜଙ୍ଗଲ ଜମିରୁ ମୋରମ୍‌ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହିକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅଧସ୍ତନ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ରସଂଖ୍ୟା ୧୧୧୧୩/ ୧୫ା୭ା୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭ା୭ା୨୦୨୦ରେ ଯାଜପୁର ରୋଡ୍‌ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୧୫ଦିନ ମଧ୍ୟରେ ଉଚ୍ଚପଦସ୍ଥ ସ୍ତରରେ ପତ୍ର ଆଦାନପ୍ରଦାନ ପରେ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୬୫୩/୨୨ା୭ା୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ।
ଏଠାରେ ପ୍ରଶ୍ନ ଉଠେ ଯେ, ଉକ୍ତ ଜମି ଜଙ୍ଗଲ ନା ରୟତ ଜମି ସେ ନେଇ କୌଣସି ତଦନ୍ତ ନ କରି ତହସିଲଦାର କିପରି ଏକ ଘରୋଇ କମ୍ପାନୀକୁ ମୋରମ୍‌ ଉତ୍ତୋଳନ କରିବାକୁ ଅନୁମତି ପ୍ରଦାନ କଲେ। ଏଥିରେ ଲକ୍ଷାଧିକ ଟଙ୍କା ଦେଣନେଣ ହୋଇଥିବା ସନ୍ଦେହ କରାଯାଉଛି। ଏଥିଯୋଗୁ ୧୫ ଦିନ ମଧ୍ୟରେ ଅଙ୍କିତା କନଷ୍ଟ୍ରକ୍ସନ ଦିନରାତି ମେଶିନ ଲଗାଇ ଲକ୍ଷାଧିକ ଟଙ୍କାର ମୋରମ ଚୋରାଚାଲାଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ଘଟଣାରେ ସରକାର ନିରପେକ୍ଷ ତଦନ୍ତ କରି ବ୍ୟାସନଗର ତହସିଲଦାରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବ୍ୟାସନଗର ତହସିଲଦାର ଶରତଚନ୍ଦ୍ର ମହାପାତ୍ର କୁହନ୍ତି, ପୋଖରୀ ଖୋଳିବା ପାଇଁ ସେଠାରେ ଅନୁମତି ଦିଆଯାଇଥିଲା। ଯେଉଁ ପରିମାଣର ମୋରମ ଉତ୍ତୋଳନ ହେବ ସେହି ପରିମାଣର ରାଜସ୍ବ ଆଦାୟ ହେବ। ତେଣୁ ସେହି ଜମିରେ କେତେ ପରିମାଣର ମୋରମ୍‌ ଉତ୍ତୋଳନ ହୋଇଛି ତାହାର ମାପଚୁପ ପାଇଁ ପଛିକୋଟ ଆରଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷେ ଗତ ୧୧ ତାରିଖରେ ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ପାହାଡର ୬ ନମ୍ବର ଖାଦାନରୁ ବେଆଇନ କଳାପଥର ପରିବହନ ଗାଡ଼ିକୁ ଅଟକାଇ ରମ୍ପେଇ ଗ୍ରାମର କେତେଜଣ ଯୁବକ ସ୍ଥାନୀୟ ପୋଲିସ ଓ ତହସିଲ ପ୍ରଶାସନକୁ ଖବର ଦେଇଥିଲେ ହେଁ କେହି ଶୁଣି ନ ଥିଲେ। ଏହାର ୩ ଦିନ ପରେ ଅର୍ଥାତ ୧୫ ତାରିଖରେ ଧର୍ମଶାଳା ତହସିଲଦାର ରାହାଡପୁର ପାହାଡକୁ ରାସ୍ତା ଖୋଳି ସଂଯୋଗ କାଟି ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ନପୂରୁଣୁ ପଥର ବ୍ୟବସାୟୀମାନେ ଖାଲ ପୋତି ପୁଣି କଳାପଥର ଉତ୍ତୋଳନ ଜାରି ରଖିଛନ୍ତି। ଏହାବାଦ ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହାରେ ୧୪୪ ଧାରା ଜାରି ସତ୍ତ୍ବେ କଳାପଥର ଖାଦାନ ଚାଲିଛି। ସେହିପରି ବାଜବାଟୀ, ବିଛାଖଣ୍ଡି, ବରଡା, କୁସୁନପୁର ଅଞ୍ଚଳରେ କଳାପଥର ଚୋରାଚାଲାଣ ଥମୁନି। ଏଭଳିସ୍ଥିତିରେ ରାଜ୍ୟ ସରକାରଙ୍କ କୌଣସି ନିଷ୍ପତ୍ତି ଜିଲାରେ କାହିଁକି କାର୍ଯ୍ୟକାରୀ ହେଉନାହିଁ ତାହା ଜିଲାସାରା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ କୁହନ୍ତି, ଅଭିଯୋଗର ସତ୍ୟତା ସେ ଜାଣି ନାହାନ୍ତି। ତେଣୁ କୌଣସି ପ୍ରକାର ମତାମତ ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri