ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁର୍ଗାଙ୍କ ଫଟୋଚିତ୍ର ପୂଜା ପାଉଥିବା ବେଳେ ସମ୍ପ୍ରତି ଏହା ଆକର୍ଷଣୀୟ ମେଢ଼ରେ ପରିବର୍ତ୍ତିତ ହୋଇଛି। ଚଳିତବର୍ଷ ୪୦ କେଜି ରୌପ୍ୟ ଅଳଙ୍କାରରେ ଦେବୀ ଦଶଭୁଜା ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବୀଦେବ ଆଭୂଷିତ ହେବେ। ଅସ୍ତ୍ରଶସ୍ତ୍ର ମଧ୍ୟ ରୌପ୍ୟରେ ନିର୍ମିତ ହୋଇଛି। ସଂପ୍ରତି ଦେଶରେ ବନ୍ୟପ୍ରାଣୀ ଲୋପ ପାଇବାରେ ଲାଗିଛି। ଜଙ୍ଗଲ ସୁରକ୍ଷା ଓ ବଣ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା କମିଟି ୧୬ଫୁଟ୍‌ ଉଚ୍ଚତାର କିଙ୍ଗକଙ୍ଗ (ସିମ୍ପାଞ୍ଜି) ମେଢ଼ ନିର୍ମାଣ କରୁଛି। ସମ୍ବଲପୁର ମହାନଗର ନିଗମର କାନିଜୁରି ଶିଳ୍ପୀ ଚଏତୁ କନ୍ଧଙ୍କ ତତ୍ତ୍ବାବଧାନରେ ୮ଜଣ କାରିଗର ସଚେତନତା ମେଢ଼ ତିଆରି କରୁଛନ୍ତି। ଏଥିସହ ମୁଖ୍ୟଦ୍ୱାରରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଜ ବନାନୀ, ପାହାଡ଼, ଝରଣା ଓ ବଣ୍ୟପ୍ରାଣୀରେ ସଜ୍ଜିତ କରାଯାଉଛି। ମୂର୍ତ୍ତି କାରିଗର ମୋହନ ରଣା ଓ ଦେବାନନ୍ଦ ରଣା ୮ଫୁଟ୍‌ ଉଚ୍ଚତାର ଦଶଭୁଜା ଦୁର୍ଗା ଓ ପାର୍ଶ୍ୱ ଦେବୀଦେବ ତିଆରି କରୁଛନ୍ତି। କମିଟି ସଭାପତି ଦୀପକ ବରାଳ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ୯ରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି। ୩ଶହ ସଭ୍ୟ ସାମର୍ଥ୍ୟ ଅନୁସାରେ ପୂଜା କମିଟିକୁ ଅର୍ଥଦାନ କରିଛନ୍ତି। ୩ଦିନ ଧରି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେବ। ଦଶମୀ ଦିନ ୨ହଜାର ଭକ୍ତଙ୍କ ପାଇଁ ମହାଭୋଗ ପ୍ରସ୍ତୁତ କରାଯିବ। ସାଧାରଣ ସମ୍ପାଦକ ସୋମନାଥ ସେଠ କହିଛନ୍ତି ଯେ, ଭଷାଣୀ ଶୋଭାଯାତ୍ରାରେ ମୟୂରଭଞ୍ଜର କଳସ ନାଚ, ସୁନ୍ଦରଗଡ଼ର ମହିଳା ସମ୍ପ୍ରଦା, ସୋନପୁର ଜିଲା ଭଣ୍ଡାର ଗ୍ରାମର ଘଣ୍ଟବାଦ୍ୟ, ଗଞ୍ଜାମ ଜିଲାର ଯୋଡ଼ି ଶଙ୍ଖ, ରାୟଗଡ଼ାର ଝାଞ୍ଜ, କୁଚିଣ୍ଡାର ବାଡ଼ିନାଚ, ବଙ୍ଗାଳି ଢ଼ାକି ବାଜା, ସମ୍ବଲପୁରର ଦୁଲଦୁଲି ଓ ଡିଜେ ସାମିଲ ହେବ। ଦୁର୍ଗାପୂଜା ଲାଗି କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରି, ଆଖଡ଼ା ଓସ୍ତାଦ ପ୍ରଶାନ୍ତ ସେଠ, ଉପଦେଷ୍ଟା ଦିଲୀପ କୁମାର ସାହୁ, ଦୁର୍ଗା ପରଡିଆ, ଗୋବିନ୍ଦ ସାଙ୍କ ସମେତ ୩ଶହ ସଭ୍ୟ ପ୍ରସ୍ତୁତିରେ ଲାଗିଛନ୍ତି। ପଡ଼ାର କାରିଗର ସତ୍ୟଜିତ ନାଏକ, ରାକେଶ ବର୍ଗେ ଓ ସୁନିଲ ବାଗ ଦେବୀଙ୍କ ପରଭା ନିର୍ମାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨୮୯ ଟୋକନ ବାତିଲ ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲାରେ ୪ ହଜାର ୨୮୯ ଚାଷୀଙ୍କ ଟୋକନ ବାତିଲ ହେବା ପରେ ପ୍ରତିବାଦ ବଢ଼ିଥିଲା । ତେବେ ଚାଷୀଙ୍କ ବିରୋଧ ପୂର୍ବରୁ...

ବନ୍ଧୁକ ଦେଖାଇ ବଳାତ୍କାର

ସଜନାଗଡ଼,୧୮ା୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ରେ ଟେକି ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର...

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର...

ଝଡ଼ବର୍ଷାରେ ଭାଙ୍ଗିଲା ଗଛଡାଳ

ରସୁଲପୁର,୨୪।୯(ରଞ୍ଜିତ ରାଉତ): ଝଡ଼ବର୍ଷା ଯୋଗୁ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ବଜାର ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ମା’ଝାଡ଼ଖଣ୍ଡି ଠାକୁରାଣୀଙ୍କ ନିକଟରେ ଶନିବାର...

ନିଆଁ ଲଗାଇବା ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୮।୪(ଡି.ଏନ.ଏ.): ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ଗାଲେରି ଏବଂ ତାରସିଂ ରେଞ୍ଜରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ଏଥିଲାଗି ବନ୍ୟପ୍ରାଣୀ ବିପଦରେ ପଡ଼ୁଥିବା ବେଳେ ମୂଲ୍ୟବାନ...

ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ।...

ସଜେଇ ହେଉଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୨୯ା୧୦(ଡିଏନଏ): ଶୀତ ଋତୁରେ ପର୍ଯ୍ୟଟନ କଥା କହିଲେ ସାଧାରଣଃ କନ୍ଧମାଳ ଜିଲା କଥା ମନକୁ ଆସିଥାଏ। ସହରର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ,...

Advertisement
Archives

Model This Week