Posted inଫୁରସତ

ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ଜଣେ ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ତାଙ୍କର ପିଲାଟି ବେଳୁ। ସେଥିପାଇଁ ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଚିତ୍ର ଶିଖିବା ଆରମ୍ଭ କରିଥିଲେ ସେ। ଜଣେ ଜଗନ୍ନାଥପ୍ରେମୀ ଭାବେ ପ୍ରଥମେ ସେ ଜଗନ୍ନାଥ ଚିତ୍ର ଆଙ୍କିବାକୁ ଭଲପାଆନ୍ତି। ଆଉ ଏହି ନିଶା ପାଇଁ ସେ ନ୍ୟାଶନାଲ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନାମକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ସହର ଆମ୍ବପୁଆ ମାରୁତି ନଗର ଅଞ୍ଚଳର ମା’ ନକ୍ଷତ୍ରମାଳା ଓ ପିତା ନୀଳମାଧବ ପଣ୍ଡାଙ୍କ ଝିଅ ମନୀଷା କୁମାରୀ। ମାତ୍ର ୮ମ ଶ୍ରେଣୀରୁ ସେ ବିଭିନ୍ନ ଚିତ୍ର ଅଙ୍କନ କରିଆସୁଛନ୍ତି। ଗତ ଲକ୍‌ଡାଉନ ସମୟରେ ଏକ କାଗଜ ପ୍ଲେଟରେ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ଅନେକଙ୍କଠାରୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହା ବ୍ୟତୀତ ସେ ବିଭିନ୍ନ ବର୍ଜ୍ୟବସ୍ତୁରେ ମଧ୍ୟ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରିଥିଲେ। ଏହାକୁ ସେ ନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ଆବେଦନ କରିଥିଲେ ଏବଂ ରେକଡର୍‌ସରେ ସ୍ଥାନ ମଧ୍ୟ ପାଇଥିଲେ। ଏହାପରଠୁ ସେ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିବା ସେ କହିଛନ୍ତିି। ଏଥିସହ ସେ ପଟ୍ଟଚିତ୍ର ସମେତ ୱାର୍ଲି ଆର୍ଟ, ମଣ୍ଡଳ ଆର୍ଟ, ଡଟ୍‌ ମଣ୍ଡଳ, ଲିପନ ଚିତ୍ରକଳା ଓ ବୋତଲରେ ଚିତ୍ରକଳା କରୁଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ଅବ୍ୟବହୃତ କାଗଜ ପ୍ଲେଟଗୁଡ଼ିକରେ ଜଗନ୍ନାଥଙ୍କ ଦଶ ଅବତାର, ନବଗୁଞ୍ଜର ବେଶ ଆଙ୍କିଛନ୍ତି, ଯାହା ଦେଖିବା ପାଇଁ ବେଶ୍‌ ସୁନ୍ଦର ଓ ଆକର୍ଷକ। କେବଳ ଏତିକି ନୁହେଁ, ସେ ପ୍ଲାଷ୍ଟିକ ଚାମଚ, ପ୍ଲେଟ, ହରଡ଼ ଡାଲି, ମାଟିପାତ୍ର, ଔଷଧ ଷ୍ଟ୍ରିପ, ବୋତଲ, କଉଡ଼ି, ମାଟିହାଣ୍ଡି, ଆଲ୍‌ମଣ୍ଡ, ଅବଢ଼ା ହାଣ୍ଡି, ଓସ୍ତ ପତ୍ର, ପଥର, ଶାଳଗ୍ରାମ ଆଦିରେ ଜଗନ୍ନାଥ କଳାକୃତି ଆଙ୍କି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଭଳି କଳାକୃତି ପାଇଁ ମନୀଷାଙ୍କୁ ଅଫିସିଆଲ ଇଣ୍ଡିଆ, ଅଡୁରା ଲ୍ୟାଣ୍ଡ, ମଣିକର୍ଣ୍ଣିକା ଆର୍ଟ ଗାଲେରିରୁ ଜଣେ ଦକ୍ଷ ଚିତ୍ରଶିଳ୍ପୀ ରୂପେ ସମ୍ବର୍ଦ୍ଧିିତ କରାଯାଇଛି।
– ସ୍ମୃତିରଞ୍ଜନ ମହାଳିକ


Enter your email to get our daily news in your inbox.

All Right Reserved By Dharitri.Com

ଲିଭରରୁ ବାହାରିଲା ୨୦ ସେମିର ଷ୍ଟିଲ୍‌ ଛୁରୀ…

ନୂଆଦିଲ୍ଲୀ, ୨୮।୭: ଏମ୍ସ୍‌ର ଡାକ୍ତରମାନେ ଏକ ନିଆରା ଅପରେଶନ୍‌ କରିଛନ୍ତି। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଲିଭରରେ ରହିଥିବା ୨୦ ସେମି ଲମ୍ବର ଷ୍ଟିଲ୍‌ ଛୁରୀ ବାହାର...

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି...

ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି।...

ପୂଜାଫୁଲର କରନ୍ତୁ ଏଭଳି ବ୍ୟବହାର, ହେବ ସୌଭାଗ୍ୟ ପ୍ରାପ୍ତି

ବାରାଣସୀ: ମନ୍ଦିରକୁ ପୂଜା କରିବାକୁ ଗଲାବେଳେ ପୂଜାରୀ ଶ୍ରଦ୍ଧାଳୁମାନଙ୍କୁ ପୂଜାଫୁଲ ଅବା ମାଳ ପ୍ରଦାନ କରିଥାନ୍ତି। ତେବେ ଏହାକୁ ରଖିବା ନେଇ କେତେକ ଶ୍ରଦ୍ଧାଳୁ ସମସ୍ୟାରେ...

ବରଙ୍କ ଭଉଣୀ ରଖିଲେ ଏମିତି ସର୍ତ୍ତ: ଏବେ ଭାଙ୍ଗିବାକୁ ବସିଛି ବାହାଘର…

ବିବାହ ହେଉଛି ହସଖୁସିର ଉତ୍ସବ। ମାତ୍ର ଏକ ପ୍ରସ୍ତାବିତ ବିବାହରେ ଜଣେ ବରଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ସବୁକିଛି ହେଉଛି। ଖାଇବା, ପିଇବାଠାରୁ ଆରମ୍ଭ କରି...

ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି,...

ବିମାନକୁ ଗୋଡ଼ାଇଲେ ଏଲିଅନ୍ସ !

ଓ୍ବାଶିଂଟନ: ଆମେରିକୀୟ ପାଇଲଟମାନେ ଆକାଶରୁ ଖସିଥିବା ଏକ ଉଜ୍ଜ୍ୱଳ ଜିନିଷକୁ କାବୁ କରିଥିବା ଦାବି କରିଛନ୍ତି। ଯେତେବେଳେ ପାଇଲଟ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ...

ଶତ୍ରୁ ସହ ମିତ୍ରତା

ଦୁନିଆର ସବୁଠାରୁ ଭୟାନକ ପ୍ରାଣୀମାନଙ୍କ ବିଷୟରେ ଯଦି କହିବା ତେବେ ନିଶ୍ଚିତ ଭାବରେ କୁମ୍ଭୀର ଏହି ତାଲିକାରେ ସ୍ଥାନ ପାଇବ। କିନ୍ତୁ ବେଳେବେଳେ ଏହି ଭୟଙ୍କର...

Advertisement
Archives

Model This Week