Posted inଫୁରସତ

ରାସ୍ତା ପଚାରିବା ବାହାନାରେ ଅସଦାଚରଣ କରୁଥିଲେ ଯୁବକ; ସ୍କୁଟିକୁ ଟାଣି ନାଳରେ ପକାଇଦେଲେ ଯୁବତୀ; ତା’ ପରେ..

ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଜଣେ ମହିଳା ଯୌନ ଉତ୍ପୀଡନ ତଥା ଅସଦାଚରଣର ଶିକାର ହୁଅନ୍ତି ବୋଲି କୁହାଯାଏ। ନିକଟରେ ଏଭଳି ଏକ ଘଟଣାକ୍ରମର ସାମ୍ନା କରିଛନ୍ତି ଗୁଆହାଟିର ଭାବନା କଶ୍ୟପ। ଜଣେ ଯୁବକ ରାସ୍ତା କେଉଁଆଡେ ପଚାରିବା ବାହାନାରେ ଭାବନାଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କୁ ପାନେ ଦେବାରେ ସଫଳ ହୋଇଛନ୍ତି।

ଘଟଣାଟି ଏପରି, ଗୁଆହାଟିର ବ୍ୟସ୍ତବହୁଳ ରୁକ୍ମୁଣୀ ନଗର ଜିଏସ୍‌ ରୋଡ୍‌ର ପଛରେ ଥିବା ଏକ ଗଳି ଦେଇ ଭାବନା ଯାଉଥିଲେ। ଏହି ସମୟରେ ଉକ୍ତ ଯୁବକ ଏକ ସ୍କୁଟିରେ ଆସି ତାଙ୍କୁ ସହରର ସିନାକିକୁ ରାସ୍ତା କେଉଁଆଡେ ବୋଲି ପଚାରିଥିଲେ। ସେ ଭଦ୍ର ଭାବେ ତାହା ଜାଣି ନ ଥିବା କହିଥିଲେ। ଏହାପରେ ଯୁବକଜଣଙ୍କ ଜୋରଜବରଦସ୍ତ ତାଙ୍କ ପାଖକୁ ଆସି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଭାବନା ତାଙ୍କୁ ପୋଲିସ ହାତରେ ଦେବାରେ ସଫଳ ହୋଇଥିଲେ।

ଫେସବୁକ୍‌ରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ନେଇ ଯୁବତୀ ଯୁବକଙ୍କ ଫଟୋ ଓ କିଛି ଭିଡିଓ ଶେୟାର କରି ଲେଖିଥିଲେ, ନବେ ଦଶକରେ ମୋର ଜନ୍ମ। ଏଣୁ ଆସାମର ଜିଏସ୍‌ ରୋଡ୍‌ରେ ଯୁବତୀଙ୍କ ପ୍ରତି ଅସଦାଚରଣ କରାଯାଇଥିବାର ଅନେକ ଘଟଣା ବିଷୟରେ ଶୁଣିଥିଲି। ହେଲେ କେବେ ହେଲେ ତାହା ଅନୁଭବ କରି ନ ଥିଲି। ଯାହା ଆଜି ମୋ ସହ ହେଲା। ମୋତେ ଅସଦାଚରଣ କରି ସେ ପଳାଇବାକୁ ଚାହିଁଥିଲା। ହେଲେ ମୁଁ ତାହା ହେବାକୁ ଦେଇ ନ ଥିଲି। ତାଙ୍କୁ ଜୋର୍‌ରେ ଟାଣି ଦେଇଥିଲି। ସେ ନିଜର ସ୍କୁଟିକୁ ଛଡ଼ାଇବାକୁ ଚେଷ୍ଟା କରିବା ବେଳେ ମୁଁ ପଛଚକ ଟାଣି ଗାଡ଼ିକୁ ଏକ ଡ୍ରେନରେ ପକାଇ ଦେଇଥିଲି ବୋଲି ସେ ଲେଖିଥିଲେ।

ପରେ ଆସାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ସୋସିଆଲ ମିଡିଆରେ ଏହି ସାହସୀ ଯୁବତୀଙ୍କ ପୋଷ୍ଟଟି ଭାଇରାଲ ହେଉଛି। ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିବା ସହ ଯୁବତୀଙ୍କ ସାହସକୁ ପ୍ରଶଂସା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?