ଶାଶୁଘର ଯିବା ଲାଗି ୬ ଘଣ୍ଟା ବସି ରହିଲା କନ୍ୟା

ରାଜନଗର,୨୯ା୨(ଭାସ୍କର ରାଉତରାୟ) କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ହାତିନା ପଞ୍ଚାୟତ କଏଥା ଗାଁର ବରଯାତ୍ରୀଙ୍କ ଗଣ୍ଡଗୋଳ ଯୋଗୁ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏଥିପାଇଁ ବରକନ୍ୟାଙ୍କୁ ପ୍ରାୟ ୬ଘଣ୍ଟା ଅଟକି ରହିବାକୁ ପଡିଥିଲା ା ବରପକ୍ଷ ୬୬ହଜାର ଟଙ୍କା ଜୋରିମାନା ଦେବା ପରେ ବରକନ୍ୟା ଗାଁକୁ ଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, କଏଥା ଗାଁର ପ୍ରଫୁଲ୍ଲ ପଢିହାରୀଙ୍କ ଝିଅଙ୍କ ସହିତ ଏହି ଥାନା ଅଧୀନ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସଙ୍କ ବାହାଘର ଥିଲା। ବାହାଘର ପାଇଁ ମଙ୍ଗଳବାର ରାତିରେ ବରଙ୍କୁ ନେଇ ବରଯାତ୍ରୀମାନେ କଏଥା ଗାଁରେ ପହଞ୍ଚତ୍ ଥିଲେ। ବରଯାତ୍ରୀମାନେ ନିଶାସକ୍ତ ଅବସ୍ଥାରେ ଅଶ୍ଲୀଳ ଭାଷା ପ୍ରୟୋଗ କରି ଗାଁଦାଣ୍ଡରେ ନାଚିକୁଦି ଯାଉଥିଲେ। ବର ପହଞ୍ଚତ୍ବାରେ ବିଳମ୍ବ ହେବାରୁ କନ୍ୟା ଘର ଲୋକେ ଶୀଘ୍ର ଶୀଘ୍ର ଶୋଭାଯାତ୍ରାକୁ ନେବାକୁ ଚାହୁଁ ଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ବଚସା ଓ ବଚସାରୁ ମାରପିଟ। ଏହାପରେ ଯଦୁଚନ୍ଦ୍ରପୁର ଗାଁର ପ୍ରଭାତ କୁମାର ରାଉଳ ଓ ତାଙ୍କ ସହିତ ଅନ୍ୟ ୩ ଯୁବକ କନ୍ୟାଘର ଗାଁର ଅର୍ଜୁନ ପଢିହାରୀଙ୍କ ଘରର ଗ୍ରୀଲ ବାଡେଇବା ସହ ଘର ଆଗରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଅର୍ଜୁନଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ଏହି ଯୁବକମାନେ ତାଙ୍କୁ ଧମକ ଦେଇଥିଲେ। ମୁଁ ଯୁବ କଂଗ୍ରେସ ସଭାପତି ଥିଲି। ମୋ ଦେହରେ ହାତ ଦେଇଛମାନେ ଗାଁକୁ ଜାଳି ପାଉଁଶ କରିଦେବି ବୋଲି ପ୍ରଭାତ କହିବା ସହ ଧମକ ଦେଇଥିଲେ। ଅର୍ଜୁନଙ୍କ ପରିବାର ଲୋକେ ବରଯାତ୍ରୀ ମଦ ପିଇଥିବାରୁ ଏହାକୁ ଗୁରୁତର ସହ ନେଇ ନ ଥିଲେ। ବରଯାତ୍ରୀ ଯିବାପରେ ଅର୍ଜୁନଙ୍କ ପରିବାର ଲୋକେ ଘରର କବାଟ ବନ୍ଦ କରି ଶୋଇଥିଲେ। କିନ୍ତୁ ପ୍ରଭାତ ଅର୍ଜୁନଙ୍କ ଘର ନିକଟରେ ପହଞ୍ଚତ୍ ଏକ ଚାଳଘରୁ ଛଣ ଓଲାରି ଅର୍ଜୁନଙ୍କ ଘର ଆଗରେ ଥିବା ଅଟୋରିକ୍ସାରେ ନିଆଁ ଲଗାଇ ଦେଇଥିଲେ ା ଅଟୋରିକ୍ସା ପୋଡିଯିବା ପରେ ପ୍ରଭାତ ଓ ନିଜ ସାଙ୍ଗମାନଙ୍କୁ ଧରି ସେଠାରୁ ଚମ୍ପଟ ମାରିଥିଲେ। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅର୍ଜୁନ ଏ ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗାଁରେ ଉତ୍ତେଜନା ପ୍ରକାଶ ପାଇବାରୁ କନ୍ୟାଘର ଲୋକେ ଶୀଘ୍ର ବାହାଘର ସାରି ବରକନ୍ୟାଙ୍କୁ ବିଦା କରିବା ପାଇଁ ଲାଗିପଡିଥିଲେ। ପ୍ରାତଃ ପ୍ରାୟ ୫ଟା ସମୟରେ ବରକନ୍ୟାଙ୍କୁ ଗାଡ଼ିରେ ବସାଇ ବିଦା କରାଯାଉଥିଲା ା ହେଲେ ଗାଁ ଲୋକେ ଛାଡି ନ ଥିଲେ। କ୍ଷତିପୂରଣ ନ ମିଳିବା ଯାଏ ବରକନ୍ୟା ଯାଇ ପାରିବେନି ବୋଲି ଗ୍ରାମବାସୀ ଅଡ଼ି ବସିବା ସହିତ ରାସ୍ତାରୋକ କରିଥିଲେ। ଏହି ଘଟଣାକୁ ନେଇ ବରକନ୍ୟା ପ୍ରାୟ ୬ଘଣ୍ଟା ଗାଡ଼ିରେ ବସି ରହିଥିଲେ ା ଶେଷରେ ଗାଁରେ ବୈଠକ ବସିବା ପରେ ଏହି ବିବାଦର ସମାଧାନ ହୋଇଥିଲା ା ଅଟୋରିକ୍ସା ପୋଡ଼ି ବାବଦରେ ୬୫ ହଜାର ଟଙ୍କା ଓ ଗାଁରେ ଅଶାନ୍ତି ସୃଷ୍ଟି କରିଥିବାରୁ ୧ ହଜାର ଟଙ୍କା ଜରିମାନା ବରପକ୍ଷ ଦେବା ପରେ ବରକନ୍ୟା ମୁକୁଳି ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri