Posted inଜାତୀୟ

ବଦଳୁଛି ଗଙ୍ଗା ଗତିପଥ

ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି ଚିନ୍ତାରେ ପକାଇବା ଭଳି ଏକ ଅନୁସନ୍ଧାନ ରିପୋର୍ଟ ସାମ୍‌ନାକୁ ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) କାନପୁର ପକ୍ଷରୁ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଗଙ୍ଗା ନଦୀ ପ୍ରବାହର ଦିଗ ବଦଳୁଛି। ଆଗକୁ ଏହା ପ୍ରଳୟଙ୍କାରୀ ବନ୍ୟାକୁ ଡାକି ଆଣିବ ବୋଲି ସାଇଣ୍ଟିଫିକ୍‌ ରିପୋର୍ଟ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି।
ବିନାଶକାରୀ ମାନବୀୟ କାର୍ଯ୍ୟକଳାପ ଯୋଗୁ ନଦୀ ଭଳି ପ୍ରାକୃତିକ ଉତ୍ସ କ୍ରମାଗତ ଭାବେ ପ୍ରଭାବିତ ହେବାରେ ଲାଗିଛି। ଏବେ ପ୍ରଦୂଷଣର ମାତ୍ରା ବୃଦ୍ଧି ସିଧାସଳଖ ଭାବେ ଗଙ୍ଗାନଦୀର ଗତି ପଥ ବଦଳାଇଦେଇଛି। ନଦୀରେ ବନ୍ଧ ନିର୍ମାଣ ମଧ୍ୟ ଏହାର ପ୍ରମୁଖ କାରଣ ପାଲଟିଛି। ଦେବପ୍ରୟାଗଠାରେ ଏକତ୍ରିତ ହୋଇ ଗଙ୍ଗା ସୃଷ୍ଟି କରିଥିବା ଭାଗୀରଥୀ ଏବଂ ଅଳକାନନ୍ଦା ନଦୀ ଉପରେ ମଧ୍ୟ ଅଧ୍ୟୟନ କେନ୍ଦ୍ରୀଭୂତ ହୋଇଛି ଏବଂ ମଣିଷ କାର୍ଯ୍ୟ ଯୋଗୁ ପର୍ବତାଞ୍ଚଳ କିପରି କ୍ଷତିଗ୍ରସ୍ତ ହୋଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ଗଙ୍ଗୋତ୍ରୀ ଗ୍ଲେସିୟରରୁ ବାହାରି ଥିବା ଭାଗୀରଥୀ ଏବଂ ସତୋପନ୍ଥ ଗ୍ଲେସିୟରରୁ ବାହାରିଥିବା ଅଳକାନନ୍ଦା ଦେବପ୍ରୟାଗଠାରେ ଗଙ୍ଗା ସହ ମିଶିଛନ୍ତି। ଗଙ୍ଗା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ଋଷିକେଶ ପର୍ଯ୍ୟନ୍ତ ଉପର ଗଙ୍ଗା ବେସିନ୍‌କୁ ଅଧ୍ୟୟନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି, ଭାଗୀରଥୀ ବେସିନ୍‌ରେ୪ଟି ଡ୍ୟାମ୍‌ ୨୦୧୦ ପୂର୍ବରୁ ଆରମ୍ଭ ହୋଇଥିବାବେଳେ ୨୦୧୫ ପରେ ଅଳକାନନ୍ଦା ବେସିନ୍‌ରେ ୨ଟି ଡ୍ୟାମ ହୋଇଥିଲା। ୧୯୯୫ରୁ ୨୦୦୫ ମଧ୍ୟରେ ଅଳକାନନ୍ଦା ବେସିନ୍‌ରେ ପାଣି ପ୍ରବାହ ଦୁଇଗୁଣା ହୋଇଛି। ପାଣି ପ୍ରବାହ ହାର ବୃଦ୍ଧି ବନ୍ୟା ଆଶଙ୍କାକୁ ଆହୁରି ବଢ଼ାଇଥିବା କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ସହିତ ଅଳକାନନ୍ଦା ଅଞ୍ଚଳରେ ବନ୍ଧ ନିର୍ମାଣ ଜଳ ପ୍ରବାହର ଦିଗ ବଦଳାଇ ଦେଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ନଦୀ ଗତିପଥ ଉପରେ ପଡ଼ୁଥିବା ପ୍ରଭାବକୁ ରୋକି ହୋଇପାରିବ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। ଏଥିସହ ନଦୀଗୁଡ଼ିକରେ ମନୁଷ୍ୟ କାର୍ଯ୍ୟକଳାପ ବନ୍ଦ ନ ହେଲେ ଏହାର ସୁଦୂରପ୍ରସାରୀ ପରିଣାମ ଦେଖିବାକୁ ମିଳିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

ଇରାନର ପାଞ୍ଚଟି ପ୍ରଦେଶ ଉପରେ ଆକ୍ରମଣ କଲା ଆମେରିକା, ମିଶାଇଲ ସିଷ୍ଟମ ସହ IRGC ସ୍ପିଡବୋଟକୁ ଟାର୍ଗେଟ

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରବିବାର, ଆମେରିକାର ସେନା ହୋର୍ମଜଗାନ, ମାର୍କାଜି, ଆହଭାଜ, ବୁଶେହର, ଖୁଜେସ୍ତାନ ଏବଂ ସିସ୍ତାନ-ବାଲୁଚେସ୍ତାନ ସମେତ ଅନେକ…

ଭିଜିଲାନ୍ସ ପଞ୍ଝାରେ ଓସିସି ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri