ୟୁକ୍ରେନ୍‌ର ଭବିଷ୍ୟତ

ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍‌ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ ପାଖରେ ଆଣ୍ଠୁମାଡି ବସିଥିଲି ଏବଂ ଆମ ପଛରେ ରୁଷିଆର ଏକ ଚର୍ଚ୍ଚ ବି ଥିଲା। ଏହାକୁ ମୋ ଜେଜେବାପା ନିର୍ମାଣ କରିଥିଲେ ଏବଂ ସେଠାରେ ବି ତାଙ୍କୁ ସମାଧି ଦିଆଯାଇଥିଲା। ବୃଦ୍ଧା ଜଣକ ହେଉଛନ୍ତି ଗ୍ରାମର ଏକମାତ୍ର ଜୀବିତ ବ୍ୟକ୍ତି, ଯିଏକି ଆମ ପରିବାର ରହୁଥିବା ସମୟକୁ ମନେରଖିପାରିଛନ୍ତି। ଆମେ ରହୁଥିବା ସମୟରେ ତାଙ୍କ ବୟସ ୬ କିମ୍ବା ୭ ଥିଲା। ସେ ଆମ ଘରର ରୋଷେଇ ଘର କବାଟ ପର୍ଯ୍ୟନ୍ତ ଦୌଡ଼ି ଆସୁଥିଲେ, ତାଙ୍କ ଆପ୍ରୋନରେ ବ୍ଲୁବେରି ବୋହି ନେଇ ଯାଉଥିଲେ ଏବଂ ମୋ ଜେଜେବାପାଙ୍କ ଭଉଣୀଙ୍କଠାରୁ ଏକ ଚାମଚ ଗରମ ବ୍ଲାକ୍‌କ୍ବେରୀ ଜାମ ଖାଉଥିଲେ। ଏହାପରେ, ବୋଲ୍‌ସେଭିକ ବିପ୍ଳବ ଆସିଲା। ସେଠାରୁ ମୋ ପରିବାର ପଳାଇଗଲା ଓ ଚର୍ଚ୍ଚ ବନ୍ଦ ହୋଇଗଲ। ସହରର ସୋଭିଏଟ୍‌ ଏଜେଣ୍ଟମାନେ ଶେଷରେ ଖାଦ୍ୟଶସ୍ୟ ଜବତ କଲେ । ଫଳରେ ସମସ୍ତେ ଭୋକରେ ରହିଲେ। ହୋଲୋଡୋମୋର ଦୁର୍ଭିକ୍ଷକୁ ଷ୍ଟାଲିନ ୟୁକ୍ରେନ୍‌ ଉପରେ ଲଦିଦେଲେ। ୟୁରୋପର ସବୁଠାରୁ ଉର୍ବର ମାଟି ଚାଷ କରିଥିବା ଲୋକଙ୍କୁ ଘାସ ଖାଇବାକୁ ବାଧ୍ୟ କରିଥିଲେ।

ତା’ପରେ ଆସିଲା ଯୁଦ୍ଧ। ସେତେବେଳେ ନାଜିମାନେ ସେହି ଗାଁରେ ଘରସବୁ ପୋଡ଼ିଦେଲେ ଏବଂ ସ୍ଥାନୀୟ ଇହୁଦୀଙ୍କୁ ହତ୍ୟା କଲେ। ମୋ ପାଖରେ ଚର୍ଚ୍ଚରେ ବସିଥିବା ବୁଢ଼ୀ ତାଙ୍କ କାହାଣୀ କହି ଶେଷରେ ମୋ ଆଡକୁ ଆଉଜିପଡ଼ି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ମୁଁ ସେହି କାନ୍ଦର ମୁହୂର୍ତ୍ତକୁ କେବେ ବି ଭୁଲି ପାରିନାହିଁ ଏବଂ ଯେତେବେଳେ ତାହା ମନେପଡ଼ିଯାଏ ସେତେବେଳେ ୟୁକ୍ରେନ୍‌ର ସଂଗ୍ରାମ କ’ଣ ତାହା ମୁଁ ବୁଝିପାରେ। ଏବେ ପୂର୍ବ ୟୁକ୍ରେନ୍‌ରେ ପୋକ୍ରୋଭସ୍କକୁ ରକ୍ଷା କରିବା ପାଇଁ ସୈନ୍ୟମାନେ ଲଢ଼ୁଛନ୍ତି। ଖାର୍କିଭରେ ବୋମା ବିସ୍ଫୋରଣରେ ବିଧ୍ୱସ୍ତ ଘରୁ ଅଗ୍ନିଶମ କର୍ମଚାରୀମାନେ ସାଧାରଣ ନାଗରିକଙ୍କୁ ବାହାର କରୁଛନ୍ତି। ଡ୍ରୋନ୍‌ ପାଇଲଟ୍‌ମାନେ କୃଷ୍ଣସାଗରରେ ରୁଷିଆର ଜାହାଜକୁ ଟାର୍ଗେଟ୍‌ କରି ଏକ ଭିନ୍ନ ଇତିହାସ ଛାଡ଼ିଯିବା ପାଇଁ ସଂଗ୍ରାମ କରୁଛନ୍ତି। ଏହାକୁ ଆମେ ବୁଝି ପାରୁନାହଁୁ। ସେମାନଙ୍କ ସଂଗ୍ରାମରୁ ପାଶ୍ଚାତ୍ୟ ୟୁରୋପୀୟ ଏବଂ ଆମେରିକୀୟ ଜନସାଧାରଣ ଅଧିକ ଦୂରେଇ ରହୁଛନ୍ତି। ଏହି ଗଣହତ୍ୟା ଅବିଶ୍ୱସନୀୟ ମନେହୁଏ।

ତେବେ ଫେବୃଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଢ଼େଇ ଲକ୍ଷ ରୁଷୀୟ ଏବଂ ପ୍ରାୟ ତାହାଠାରୁ ଅଧିକ ୟୁକ୍ରେନୀୟଙ୍କ ମୃତ୍ୟୁ କିମ୍ବା ଆହତ ହେବା ସମ୍ଭବ କି? ଆମ ରାଜନେତାଙ୍କ ଦୃଢ଼ ବିଶ୍ୱାସ ଯେ ୟୁକ୍ରେନ୍‌ ବିଜୟ ଉପରେ ଆମର ସୁରକ୍ଷା ନିର୍ଭର କରେ। କିନ୍ତୁ ତାହାର ବାସ୍ତବତା ନ ଥିବା ମନେହୁଏ ଏବଂ ଏହା ବିଶ୍ୱାସଯୋଗ୍ୟ ନୁହେଁ।
ପ୍ରକୃତରେ ୟୁକ୍ରେନୀୟମାନେ ଆମ ପାଇଁ ଲଢ଼ିବାର କାରଣ ହେଉଛି ସେମାନେ ୟୁରୋପୀୟ ସାମ୍ରାଜ୍ୟବାଦ ବିରୋଧରେ ଶେଷ ଯୁଦ୍ଧ ଲଢ଼ୁଛନ୍ତି। ୟୁରୋପରେ ଥିବା ଅନ୍ୟ ସମସ୍ତ ସାମ୍ରାଜ୍ୟବାଦ ଶକ୍ତି ଏହାର ଉପନିବେଶଗୁଡ଼ିକୁ ତ୍ୟାଗ କରି ସାମ୍ରାଜ୍ୟବାଦ ଉପନିବେଶୀ ଲୋକଙ୍କର କରିଥିବା କ୍ଷତି ଉପରେ ମୂଲ୍ୟାୟନ ଆରମ୍ଭ କରିଥିଲେ। ତେବେ ସାମ୍ରାଜ୍ୟରେ ଜାତିଗତ କ୍ରମର ଉତ୍‌ଥାନ ସହିତ ଜାତିଗତ ପ୍ରାଧାନ୍ୟ, ହିଂସା ଏବଂ ନିଷ୍ଠୁରତା ବଢ଼ିଲା। ଏହି ବିଷାକ୍ତ ତତ୍ତ୍ୱଗୁଡ଼ିକ ଆମକୁ ପ୍ରଭାବିତ କରୁଛି ଏବଂ ଶେଷ ହୋଇଯାଇଥିବା ସାମ୍ରାଜ୍ୟବାଦର ଅତୀତ ସ୍ମୃତି ଏବେ ଅଧିକ କ୍ଷତି କରୁଛି। ଏପରିକି ଆମେରିକାରେ କୌଣସି ସାମ୍ରାଜ୍ୟ ନ ଥିଲେ ମଧ୍ୟ ଏହାର ଏକ ବିଶ୍ୱସ୍ତରୀୟ ପ୍ରଭୁତ୍ୱ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାରରେ ଏହି ପୁରୁଣା ଭାବନା ଆମେରିକାକୁ ପୁଣିଥରେ ମହାନ୍‌ କରିବା ପାଇଁ ଆହ୍ବାନ ଦେଇଛି।

ମନେରଖିବାକୁ ହେବ ଯେ, ଯେପର୍ଯ୍ୟନ୍ତ ତୁମେ ସାମ୍ରାଜ୍ୟବାଦ ଓ ଏହାର କ୍ଷତିକାରକ ଭାବନାରୁ ଦୂରେଇ ନ ରହିବ ସେ ପର୍ଯ୍ୟନ୍ତ ଗଣତନ୍ତ୍ର ପ୍ରତିଷ୍ଠା କରିପାରିବ ନାହିଁ। ଯେ ପର୍ଯ୍ୟନ୍ତ ତୁମେ ଏହା ନ କରିଛ, ତୁମର ରାଜନୀତିକୁ ଭ୍ରାନ୍ତ ସ୍ବପ୍ନ ଗ୍ରାସ କରିବ। ସ୍ପେନ୍‌ର ଐତିହାସିକମାନେ ମୋତେ କହିଛନ୍ତି ଯେ, ବିଂଶ ଶତାବ୍ଦୀର ଆରମ୍ଭରେ କ୍ୟୁବା ଏବଂ ଫିଲିପାଇନ୍ସ ହାତରୁ ଚାଲିଯିବା ଥିଲା ସ୍ପେନ୍‌ ସାମ୍ରାଜ୍ୟର ଅନ୍ତିମ ପରାଜୟ। ସ୍ପେନ୍‌ ଫ୍ରାଙ୍କୋଙ୍କ ହାତକୁ ଯାଇଥିଲା ଏବଂ ସେଠାରେ ଗଣତନ୍ତ୍ର ଆସିବା ପାଇଁ ଦୁଇ ପିଢ଼ି ଲାଗିଗଲା। ଆଫ୍ରିକାରେ ସାମ୍ରାଜ୍ୟବାଦୀ ଶାସନ ୧୯୭୪ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ଗଣତାନ୍ତ୍ରିକ ପରିବର୍ତ୍ତନକୁ ରୋକିଥିଲା। ଫ୍ରାନ୍ସଠାରୁ ଅଲଗା ହୋଇ ଆଲଜେରିଆ ସ୍ବତନ୍ତ୍ର ହେବା ଏବଂ ଉତ୍ତର ଆଫ୍ରିକାରୁ ଫ୍ରାନ୍ସ ଓହରି ଆସିବା ପରେ ଚାଲର୍‌ସ ଡି ଗୌଲେ ପ୍ରତିଷ୍ଠା କରିଥିବା ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅବମାନନା ଯୋଗୁ ମରିନ ଲି ପେନ୍‌ଙ୍କ ଦକ୍ଷିଣପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ଯେତେବେଳେ ସମାଜଗୁଡ଼ିକ ସେମାନଙ୍କର ଅତୀତର କଠିନ ସ୍ଥିତିକୁ ସ୍ବୀକର କରନ୍ତି ସେତେବେଳେ ସେମାନେ କଳ୍ପନା ନୁହେଁ ବରଂ ବାସ୍ତବ ଆଧାରିତ ରାଜନୀତିର ସମ୍ଭାବନା ସୃଷ୍ଟି କରନ୍ତି। ବ୍ରିଟେନ୍‌ରେ ୧୯୪୫ର ଲେବର ଗଭର୍ନମେଣ୍ଟ ଭଲ ଭାବେ ବୁଝିଥିଲେ ଯେ ଭାରତ ଏବଂ ପାଲେଷ୍ଟାଇନକୁ ନ ଛାଡ଼ିଲେ ନିଜର ଗଣତନ୍ତ୍ର ପ୍ରତିଷ୍ଠା କରିପାରିବ ନାହିଁ। ୟୁରୋପ ଏବଂ ଏସିଆରେ ଏକ ସର୍ବୋଚ୍ଚ କ୍ଷମତାର ବାସ୍ତବତାରୁ ଦୂରେଇ ଯିବା ପୂର୍ବରୁ ନିଃସର୍ତ୍ତ ପରାସ୍ତ ହେବାକୁ ପଡ଼ିଥିଲା। ହେଲେ ରୁଷିଆ ହେଉଛି ଏକମାତ୍ର ୟୁରୋପୀୟ ଦେଶ, ଯାହାକି ନିଜ ସାମ୍ରାଜ୍ୟର ଅତୀତର କଠିନ ପରିସ୍ଥିତିକୁ ଭଲ ଭାବେ ଉପଲବ୍ଧି କରିନାହିଁ। ଷ୍ଟାଲିନ୍‌ ଛାଡ଼ି ଯାଇଥିବା ଉତ୍ତରାଧିକାରକୁ ସ୍ବୀକାର କରିବାକୁ ମନାକରି, ୟୁକ୍ରେନ୍‌ ଉପରେ ଆକ୍ରମଣ କରି ନିଜର ଗଣତାନ୍ତ୍ରିକ ଭବିଷ୍ୟତ ପାଇଁ ସବୁ ରାସ୍ତା ବନ୍ଦ କରିଦେଲା। ଏହାର ଲୋକମାନେ ଜଣେ ବ୍ୟକ୍ତିଙ୍କ ଚିରାଚରିତ ଅତ୍ୟାଚାରକୁ ସମର୍ଥନ କରିଛନ୍ତି। ଏହା ହେଉଛି ସାଂଘାତିକ ସାମାଜିକ ସମସ୍ୟା, ଯେଉଁଥିରେ ୟୁକ୍ରେନ୍‌ ଆମ ନାମରେ ଲଢ଼ୁଛି। ୟେୁକ୍ରେନ୍‌ର ନାଗରିକମାନେ ୟୁରୋପରେ ଯୋଗଦେବାକୁ ଚାହାନ୍ତି ବୋଲି କହିବା ଅର୍ଥ ହେଉଛି ସେମାନେ ନିଜକୁ ସାମ୍ରାଜ୍ୟବାଦ ଶକ୍ତିରୁ ଦୂରେଇ ନେଇ ସ୍ବାଧୀନ ଭାବରେ ବଞ୍ଚତ୍ବାକୁ ଚାହାନ୍ତି।

ସମସ୍ତ ସାମ୍ରାଜ୍ୟର ଅତୀତ ସ୍ମୃତିକୁ ସମାଧି ଦିଆଯିବା ଭଲ। ଏପରିକି ସେହି ବୃଦ୍ଧାଙ୍କ ଓ ମୋ ପାଇଁ ପ୍ରାଚୀନ ଶାସନର ମଧୁର ଦିନକୁ ମଧ୍ୟ। ଚର୍ଚ୍ଚ ପରିସରରେ ମୋ ପୂର୍ବପୁରୁଷମାନେ ସମାଧି ନେଇ ଶାନ୍ତିରେ ରହିଥିବା ଭଳି ପୁରାତନ ରୁଷିଆରୁ ଅଲଗା ହୋଇ ୟୁକ୍ରେନ୍‌କୁ ସ୍ବାଧୀନ ଭାବେ ନିଜର ଶାନ୍ତି ସ୍ଥାପନ କରିବାକୁ ପଡ଼ିବ। ତୁମକୁ ସମସ୍ତ ଇତିହାସର ମାଲିକ ହେବାକୁ ପଡ଼ିବ। ୟୁକ୍ରେନୀୟମାନେ ଶାନ୍ତି ଆପଣାଇ ସେଥିରେ ହିଁ ବଞ୍ଚତ୍ପାରିବେ। ଏକ ମୁକ୍ତ ୟୁକ୍ରେନ୍‌ ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସଂଗ୍ରାମ କରିବାକୁ ପଡ଼ିବ। ତେବେ ଯାଇ ଏହା ଆତଙ୍କବାଦ, ହିଂସା ଏବଂ ଭୟକୁ ପରାସ୍ତ କରି ଏକ ନୂତନ ଇତିହାସ ସୃଷ୍ଟି କରିବା ଆରମ୍ଭ କରିପାରିବ ।

ପ୍ରଫେସର (ହିଷ୍ଟ୍ରି ଆଣ୍ଡ୍‌ ରେକ୍ଟର ଏମରିଟ୍‌ସ),ସେଣ୍ଟ୍ରାଲ ୟୁରୋପିଆନ ୟୁନିଭର୍ସିଟି, ଭିଏନା


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri