ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ ଆରମ୍ଭ କରିବା ପାଇଁ ଗୃହକର୍ତ୍ତାଙ୍କୁ ଡକେଇଲେ। ତାଙ୍କ ଉପରେ ଜଳ ସିଞ୍ଚି ସ୍ବସ୍ତି ବାଚନ କରୁ କରୁ ଗୃହକର୍ତ୍ତା କହିଲେ, ଗୋସେଇଁ ଟିକେ ରୁହନ୍ତୁ। ଶ୍ରାଦ୍ଧ ଆରମ୍ଭ କରିବା ପୂର୍ବରୁ ସବୁଜିନିଷପତ୍ର ଯୋଗାଡ଼ ହୋଇଛି କି ନାହିଁ ଦେଖିଲେନି ତ! ପଣ୍ଡିତେ ଉତ୍ତର ଦେଲେ ମୁଁ ଦେଖିସାରିଛି, ସବୁ ଠିକ୍‌ ଅଛି। ନା ସବୁ ଜିନିଷ ନାହିଁ, ଆଉ ଥରେ ଦେଖନ୍ତୁ। ତୁମେ ସିନା ଆଜି ପ୍ରଥମଥର ପାଇଁ ଶ୍ରାଦ୍ଧ ଦେଉଛ, ମୁଁ ପରା ତୁମ ଘରେ ତିନି ପିଢ଼ି ହେଲାଣି ଏ କାମ କରିଆସୁଛି। ଗୃହସ୍ଥଜଣକ କହିଲେ, ମୁଁ ନୂଆ ବୋଲି ମତେ ଭୁଲେଇ ଜଲଦି କାମ ସାରିଦେବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ସବୁ ଜାଣିଛି। ଶ୍ରାଦ୍ଧ ସିନା ନୂଆ ଦେଉଛି ହେଲେ ପ୍ରତିବର୍ଷ ମୁଁ ଏଠି ବସି ସବୁ ଦେଖେ। ପ୍ରତିବର୍ଷ ଶ୍ରାଦ୍ଧ ଶେଷ ହେବା ଯାଏ ଆମ ବିଲେଇକୁ ଏଠି ଗୋଟିଏ ଟୋକେଇ ତଳେ ଘୋଡ଼େଇ ରଖାଯିବା ମୁଁ ଦେଖି ଆସିଛି। ଏ ବର୍ଷ ଅବଶ୍ୟ ସେ ବିଲେଇଟି ମରିଯାଇଛି ତା’ ବୋଲି କ’ଣ ବିଲେଇ ଅଭାବ ଅଛନ୍ତି ଯେ ବିନା ବିଲେଇରେ କାମ ଚଳେଇବା? ଏଥରକ ପଣ୍ଡିତେ କହିଲେ ଆରେ ବାବୁ ଶ୍ରାଦ୍ଧକର୍ମ ଚାଲିଥିବାବେଳେ ତୁମ ଘରର ପୋଷା ବିରାଡ଼ିଟା ଏଠିକି ଆସି ଏଠିସେଠି ମୁହଁ ମାରି ମାରା କରିଦିଏ। ଯେତେ ଘଉଡ଼େଇଲେ ବି ଯାଏନା। ତେଣୁ ତା’ ଉପରେ ଟୋକେଇଟିଏ ଘୋଡ଼େଇଦେଇ କାମ ସରିଲା ପରେ ଛାଡ଼ି ଦିଆଯାଏ। ତା’ ବୋଲି… ଏହା ଶୁଣି ସେଠାରେ ହସର ରୋଳ ଖେଳିଗଲା।

ଏହି ଲଘୁକଥାଟିକୁ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଲା ଅନ୍ଧବିଶ୍ୱାସ କିପରି ସୃଷ୍ଟିହୁଏ ତା’ର କିଞ୍ଚତ୍ତ୍‌ ତ୍ସୂଚନା ଦେବା। ସମାଜରେ ଯେତେସବୁ ଲୋକକଥା, ଲୋକଗୀତି, ପ୍ରବାଦ, ପ୍ରହେଳି, ଢଗଢମାଳି, ଲୌକିକ ବଚନିକା ଆଦି ରହିଆସିଛି, ସେସବୁ ପିଢ଼ିପିଢ଼ିର ବାସ୍ତବ ଅନୁଭୂତି, ଅଭିଜ୍ଞତା ଓ ଆବଶ୍ୟକତା ଉପରେ ଆଧାରିତ। ତେଣୁ ସେସବୁକୁ ମାନିନେବା ଯେପରି ବିଜ୍ଞତାର ପରିଚାୟକ, ହେୟ ଜ୍ଞାନ କରିବା ସେହିପରି ଅଜ୍ଞତାର ପରିଚୟ। କିନ୍ତୁ ତାକୁ ଠିକ୍‌ ଭାବରେ ନ ବୁଝି ନ ଶୁଝି, ତା’ର ମର୍ମ ନ ଜାଣି ଦେଖାଶିଖାରେ ଭାସିଯିବା ମୂର୍ଖତାର ନିଦର୍ଶନ। ଏ ବିଷୟରେ କେତୋଟି ଉଦାହରଣର ଆଲୋଚନା କରାଯାଇପାରେ। ସାଧାରଣତଃ ବିଶ୍ୱାସ ରହିଛି ଯେ ମଣିଷ ଜୀବନରେ ଭାଗ୍ୟ ହିଁ ସବୁକିଛି, ଯେଣେ ଇଚ୍ଛା ତେଣେ ଯାଆ କର୍ମ (ଭାଗ୍ୟ)ଘେନି ବୁଲୁଥାଆ। ଏହିକଥାଟିକୁ ସମ୍ପୂର୍ଣ୍ଣଭାବରେ ବିଶ୍ୱାସ କରି ଯଦି ସବୁ ଭାଗ୍ୟ ଉପରେ ଛାଡ଼ି ଦିଆଯାଏ ତେବେ କର୍ମପ୍ରବାହ ଅଟକି ଯିବ ଏବଂ କର୍ମ ବିନା ଜୀବନ ଜଡ଼ ଓ ଶୁଷ୍କ ପାଲଟିଯିବ। ବୃଦ୍ଧ ବ୍ୟାଘ୍ର କଙ୍କଣ ଉପାଖ୍ୟାନ ଟିକେ ମନେପକାନ୍ତୁ । ଭାଗ୍ୟେ ନୈତତ୍ସମ୍ଭବତି ଅର୍ଥାତ୍‌ ଭାଗ୍ୟରେ ଥିଲେ ଏହା ମିଳିବ, ଏପରି ଧାରଣାର ବଶବର୍ତ୍ତୀ ହୋଇ ବିଚରା ପଥିକଟିଏ ସେଦିନ ବୃଦ୍ଧ ବ୍ୟାଘ୍ରର ଛଳନାକୁ ଜାଣି ନ ପାରି ସେ ଯାଚୁଥିବା ସୁବର୍ଣ୍ଣ କଙ୍କଣଟିକୁ ପାଇବା ଆଶାରେ ତା’ ନିକଟକୁ ଧାଇଁ ଯାଇଥିଲା। ହେଲେ ତା’ର ପରିଣାମ କ’ଣ ହେଲା? ଗୋଟିଏ ପଟେ ବାଘ ଭଳି ହିଂସ୍ର ଜନ୍ତୁର ସ୍ବଭାବ ଅନ୍ୟ ପଟେ ଭାଗ୍ୟ ଉପରେ ଭରସା ଏହି ଦୁଇଟିର ସନ୍ଧିକ୍ଷଣରେ ବିବେକର ସାହାରା ନେବା ଉଚିତ୍‌ ଏବଂ ବିବେକ ସୂଚେଇଦିଏ ଯେ ସୁବର୍ଣ୍ଣ କଙ୍କଣ ମଣିଷର ଜୀବନଠାରୁ ଅଧିକ ମୂଲ୍ୟବାନ୍‌ ନୁହେଁ। ବେଳେବେଳେ ଏମିତି ହୁଏ ଅନେକ ସମୟରେ ଉଡ଼ା ଖବରରୁ ମଧ୍ୟ ଅନ୍ଧବିଶ୍ୱାସ ଜନ୍ମ ନେଇଥାଏ, ଯେପରି ଯଜ୍ଞକୁଣ୍ଡ ଓ ସ୍ବର୍ଣ୍ଣମୁଦ୍ରା ଆଖ୍ୟାୟିକା। ଗୋଟିଏ ଗ୍ରାମରେ ଅନୁଷ୍ଠିତ ହେଉଥିବା ନବଦିନ ବ୍ୟାପୀ ଯଜ୍ଞ ସମାପ୍ତିର କିଛିଦିନ ପରେ ଥରେ ଜଣେ ମହିଳା ପାଣି ଆଣିବାକୁ ସେଇ ବାଟଦେଇ ନଦୀକୁ ଯାଉଥିଲାବେଳେ ହଠାତ୍‌ ଜୋରରେ ବର୍ଷା ଆରମ୍ଭ ହୋଇଗଲା। ସେଥିରୁ ରକ୍ଷା ପାଇବା ପାଇଁ ସେ ପାଖରେ ଥିବା ଯଜ୍ଞଘରକୁ ପଶିଗଲେ। ତା’ଭିତରେ ତାଙ୍କୁ ପରିସ୍ରା ଲାଗିଲା। ସେ ପରିତ୍ୟକ୍ତ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲେ। ହଠାତ୍‌ ତାଙ୍କର ନଜରରେ ପଡ଼ିଲା ସେ ପରିସ୍ରା କରିଥିବା ସ୍ଥାନରେ ଏକ ସ୍ବର୍ଣ୍ଣମୁଦ୍ରା ଥୁଆହୋଇଛି। ତାହାକୁ ନେଇ ଘରକୁ ଫେରିଆସିଲେ। ଘଟଣାଟି କୌଣସି ପ୍ରକାରେ ପ୍ରଘଟ ହୋଇଗଲା। ଲୋକେ ବିଶ୍ୱାସ କଲେ ଯେ ଯଜ୍ଞକୁଣ୍ଡରେ ପରିସ୍ରା କଲେ ସ୍ବର୍ଣ୍ଣମୁଦ୍ରା ମିଳେ। ତା’ପରେ କେବଳ ଗୋଟିଏ ପରିବାରକୁ ଛାଡ଼ି ଅନ୍ୟସବୁ ପରିବାର ସ୍ବର୍ଣ୍ଣମୁଦ୍ରା ଲୋଭରେ ସେୟା କଲେ ଏବଂ ସେହି ପରିବାର ଛଡ଼ା ସମସ୍ତେ ତା’ର କୁପରିଣାମ ଭୋଗିଲେ। ଉଭୟ ପ୍ରକାରର ପରିବାର ମଧ୍ୟରେ ଥିବା ପାର୍ଥକ୍ୟ ହିଁି ବିବେକର ଆହ୍ବାନ୍‌ ଯାହା ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ପ୍ରଭେଦକୁ ସୂଚେଇ ଦିଏ।

ଶାସ୍ତ୍ରୀନଗର, ୟୁନିଟ୍‌-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri