ଭୋକର ଭବିଷ୍ୟତ

ନିକଟରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ)ରେ ଭାରତ ୧୦୭ ଦେଶ ମଧ୍ୟରୁ ୯୪ ସ୍ଥାନରେ ରହିଛି। ଗତବର୍ଷ ଏହାର ସ୍ଥାନ ୧୦୨ ଥିଲା। ଏଥର ୮ ପାଦ ଆଗେଇଥିଲେ ମଧ୍ୟ ଭାରତର ସ୍ଥାନ ‘ଅତି ଗମ୍ଭୀର’ ବର୍ଗରେ ରହିଛି। ଏପରି କି କ୍ଷୁଧା ପୀଡ଼ିତ ଦେଶ ଭାବେ ବିଶ୍ୱରେ ପରିଚିତ ଥିବା ଆଫ୍ରିକା ମହାଦେଶର ସୁଦାନ ସହ ଭାରତର ର଼୍ୟାଙ୍କ୍‌ ସମାନ ହୋଇଯାଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଭଳି ରାଷ୍ଟ୍ରଠାରୁ ଭାରତ ପଛେଇ ଯାଇଛି। ପ୍ରତି କଥାରେ ଭାରତୀୟମାନେ ପାକିସ୍ତାନକୁ ସମାଲୋଚନା କରିଥାଆନ୍ତି। ହେଲେ ପାକିସ୍ତାନ ୮୮ତମ ସ୍ଥାନରେ ରହି ଭାରତ ଆଗକୁ ଚାଲିଯାଇଛି।
ଭାରତୀୟ ନେତୃତ୍ୱ ବିଶ୍ୱ ମଞ୍ଚରେ ଅନେକ ପ୍ରକାର ବାହାଦୁରି ମାରିଥାଆନ୍ତି। ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ବିଷୟରେ ଢେର ପ୍ରଚାର କରାଯାଉଛି। କିନ୍ତୁ ଏହାର ସୁବିଧା ଅନେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ। କେଉଁଠାରେ ଥିଲାବାଲା ଲୋକ ଅଭାବୀଙ୍କ ଖାଦ୍ୟ ଖାଇଦେଉଥିବା ବେଳେ ଆଧାର କାର୍ଡ ଦେଖାଇ ନ ପାରି ଭିନ୍ନକ୍ଷମମାନେ ଯୋଜନାର ସୁବିଧା ପାଇପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅସଂଖ୍ୟ କୋଟି ଟଙ୍କା ବ୍ୟୟରେ ଆଧାରକାର୍ଡ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏମାନଙ୍କ ସହ ଗରିବ ଲୋକ ରାଶନ ନ ପାଇ ସେବାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ବାୟୋମେଟ୍ରିକ୍‌ ସାମଞ୍ଜସ୍ୟ ଭଳି ଅନେକ କାରଣ ରହିଛି। ଦେଶର କୋଣଅନୁକୋଣରେ ଏଭଳି ବହୁ ଉଦାହରଣ ଦେଖିବାକୁ ମିଳୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ବିଫଳତା କ୍ଷୁଧା ବଢ଼ାଇ ଦେଉଛି। ଏଥିସହିତ ଚଳିତବର୍ଷର କରୋନା ମହାମାରୀ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କରିଛି। ଅନ୍ୟପକ୍ଷରେ ଲୋକଙ୍କ ରୋଜଗାର କମିଯିବା ଓ ସେମାନଙ୍କ ହାତରେ ଆବଶ୍ୟକ ଅର୍ଥ ନ ଥିବାରୁ ସେମାନେ ପୁଷ୍ଟିକର ଖାଦ୍ୟ କିଣି ଖାଇପାରୁ ନାହାନ୍ତି। ଭାରତରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ମହିଳା ଓ ଶିଶୁ। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ଯୋଗାଣ ଠିକ୍‌ ଭାବେ ହୋଇ ନ ପାରିବାରୁ ବିଶେଷକରି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଚଳିତ ମାସ ୧୫ ତାରିଖରେ ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ଅଞ୍ଚଳର କାଚେଲି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିବା ସଦ୍ୟ ଉଦାହରଣ। ଏକ ଆକଳନରୁ ଜଣାପଡ଼ିଛି ଯେ, ଗ୍ରାମୀଣ ଭାରତରେ ୪ ଜଣରୁ ୩ ଜଣ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ପାଇ ନ ଥାଆନ୍ତି। ଜିଏଚ୍‌ଆଇ ମଧ୍ୟ ରିପୋର୍ଟ ଦେଇଛି ଯେ, ଭାରତ ଜନସଂଖ୍ୟାର ୧୪ ପ୍ରତିଶତ ଅପପୁଷ୍ଟିର ଶିକାର ହୋଇଛନ୍ତି। ତେଣୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍‌ଏଫ୍‌୍‌ଏସ୍‌ଏ)କୁ କାର୍ଯ୍ୟକାରୀ କରିବା ଲାଗି ଅନେକ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟ ସରକାରଗୁଡ଼ିକ କେଉଁ ଅଞ୍ଚଳର ଲୋକମାନେ ଦାରିଦ୍ର୍ୟ ଦେଇ ଗତି କରୁଛନ୍ତି ତାହାକୁ ଚିହ୍ନଟ କରି ରିପୋର୍ଟ ଦେବା କଥା। କିନ୍ତୁ ତାହାସବୁ ସମ୍ଭବ ହୋଇପାରୁ ନାହିଁ। କିଛିବର୍ଷ ତଳେ ଉପକୂଳ ଓଡ଼ିଶାର ନଗଡ଼ା ଅଞ୍ଚଳରେ ପିଲାଙ୍କ ସମେତ ବୟସ୍କମାନେ କିଭଳି କ୍ଷୁଧା ପୀଡ଼ିତ ହୋଇ ଡହଳବିକଳ ହୋଇଥିଲେ, ତାହାର ଦୃଶ୍ୟ ସମସ୍ତେ ଦେଖିଥିଲେ। ଖୋଳତାଡ଼ କରାଗଲା ପରେ ସେଭଳି ଏକ ଅଞ୍ଚଳ ରହିଥିବା ନେଇ ପ୍ରଶାସନ ଜାଣିପାରି ନ ଥିବା ବିଷୟ ପଦାକୁ ଆସିଥିଲା। ସବୁ ରାଜ୍ୟରେ ଏହିଭଳି ଅଞ୍ଚଳ ଖୋଜିଲେ ଅନେକ ମିଳିବ। ଚନ୍ଦ୍ରଯାନ ପଠାଇ ଜହ୍ନରେ ଜଳ ଖୋଜିବାର ପ୍ରୟାସଠାରୁ ଦେଶ ଭିତରେ ଥିବା ଲୋକଙ୍କୁ ବିଶୁଦ୍ଧ ପାଣିମୁନ୍ଦାଏ ସହ ଖାଦ୍ୟ ଯୋଗାଣ ଠିକ୍‌ ହୋଇପାରିଲେ କ୍ଷୁଧା ଅନେକାଂଶରେ ଦୂରୀଭୂତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri