ରଙ୍ଗ ତୂଳୀରେ ଭବିଷ୍ୟତ

କେନ୍ଦୁଝର,୨୮।୩: ହାତରେ ରଙ୍ଗ ଓ ତୂଳୀ। ଦିନେ ନିରାଶ୍ରୟ ଭାବେ ରାସ୍ତା କଡ଼ରେ ଘୁରି ବୁଲିଥିବା ନାବାଳକ ଆକାଶ ଆଜି ଚିତ୍ର ଆଙ୍କି ନୂଆ ପରିଚୟ ସୃଷ୍ଟି କରିଛନ୍ତି। ମୁକ୍ତାଶ୍ରୟ କେନ୍ଦ୍ରରେ ରହୁଥିବା ପିତୃମାତୃ ହୀନ ଏହି ୧୨ ବର୍ଷର ନାବାଳକ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ନିଜ ପ୍ରତିଭାକୁ ବିକଶିତ କରି ଅନ୍ୟମାନଙ୍କ ପାଇଁ ସେ ଦୃଷ୍ଟାନ୍ତ ସାଜିଛନ୍ତି।
୧୦ ବର୍ଷ ବୟସର ହୋଇଥିବା ବେଳେ ମା’ ବାପା ତାଙ୍କୁ ଛାଡି କୁଆଡ଼େ ପଳାଇଗଲେ। ନିରାଶ୍ରୟ ଭାବେ ଦୁଃଖରେ ଦିନ କାଟୁଥିବା ବେଳେ ତାଙ୍କୁ ଆଶ୍ରୟ ଦେଇଥିଲେ ଜଣେ ସମ୍ପର୍କୀୟ ବଡ଼ବାପା। ଦିନେ ମଦ୍ୟପାନ କରି ବଡ଼ବାପା ମାରଧର କରିବାରୁ ଘରୁ ଟ୍ରେନରେ ବସି ଭୂବନେଶ୍ୱର ପଳାଇଥିଲେ ଆକାଶ। ଅଖିଆଅପିଆ ଅବସ୍ଥାରେ ବୁଲୁଥିବା ବେଳେ ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇ ସେଠାରେ ଏକ ମୁକ୍ତାଶୟ କେନ୍ଦ୍ରରେ ଆଶ୍ରୟ ନେଇଥିଲେ ା
ସମୟରେ ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ଜାଣିବା ପରେ ସେଠାରୁ କେନ୍ଦୁଝର ଜିଲାକୁ ଗତ ଫେବୃୟାରୀ ମାସରେ ପଠାଇ ଦିଆଗଲା। ଶିଶୁ ମଙ୍ଗଳ ସମିତିଙ୍କ ଆଦେଶକ୍ରମେ କେନ୍ଦୁଝର ସହର ପ୍ରକଳ୍ପ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ତାଙ୍କର ଚିତ୍ରାଙ୍କନ ପ୍ରତି ଥିବା ରୁଚିକୁ ଅନୁଧ୍ୟାନ କରି ସଂଗଠନର କର୍ମକର୍ତ୍ତାମାନେ ଚିତ୍ର ଆଙ୍କିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ହାତରେ ରଙ୍ଗ ଓ ତୂଳୀ ଧରେଇ ଦେଲେ। ତେବେ ଏହି ରଙ୍ଗ ତୁଳୀରେ ବିଭିନ୍ନ ପ୍ରକାରର ଚିତ୍ରାଙ୍କନ ଆଙ୍କିବା ପରେ ତାହା ଅନ୍ୟ ଅନ୍ତେବାସୀ ତଥା କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। କେନ୍ଦ୍ରର ସଂଯୋଜକ ସରୋଜ ପଟ୍ଟନାୟକ ତାଙ୍କୁ ପ୍ରାଚୀର ଚିତ୍ରାଙ୍କନ (ଓ୍ବାଲ୍‌ ପେଣ୍ଟିଂ) କରିବାକୁ ପ୍ରୋତ୍ସାହିତ କରିଥିଲେ। ସାଥୀ ଅନ୍ତେବାସୀଙ୍କ ସହଯୋଗରେ ପ୍ରାଚୀର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଥିଲେ ା
କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ, ଭାରତ ମାନଚିତ୍ର, ସାୈରଜଗତ, ସୂର୍ଯ୍ୟପରାଗ ଭଳି ଚିତ୍ର ଆଙ୍କି ସମସ୍ତଙ୍କୁ ବିମୁଗ୍ଧ କରିବା ସହ ଅନ୍ୟ ଅନ୍ତେବାସୀ ଶିଶୁଙ୍କ ପାଇଁ ରୋଲ ମଡେଲ୍‌ ପାଲଟିଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ବୁଦ୍ଧୁରାମ ଓ ଆକାଶ ନାୟକ। ଏହି ବୟସରେ ଚିତ୍ର ଆଙ୍କିବାର ନିଶା ତାଙ୍କୁ ବଞ୍ଚିବାର ରାହା ଦେଖାଇଥିବା ବେଳେ ଭବିିଷ୍ୟତରେ ଜଣେ ଭଲ ପେଣ୍ଟର ହୋଇ ଚିତ୍ର ଆଙ୍କି ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ତାଙ୍କ ଭଳି ମା’ ବାପା ହରା ନିରାଶ୍ରିତ ପିଲାଙ୍କ ପାଇଁ ଆଶାର ଆଲୋକ ହୋଇପାରିବେ ବୋଲି ସ୍ବପ୍ନ ଦେଖିଛନ୍ତି। ଏଣୁ ଉଚିତ ତାଲିମ ଓ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ସ୍ବାବଲମ୍ବୀ ହୋଇ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିବେ ବୋଲି କେନ୍ଦ୍ରର ପରିଚାଳକ ସରୋଜ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri