ରଙ୍ଗ ତୂଳୀରେ ଭବିଷ୍ୟତ

କେନ୍ଦୁଝର,୨୮।୩: ହାତରେ ରଙ୍ଗ ଓ ତୂଳୀ। ଦିନେ ନିରାଶ୍ରୟ ଭାବେ ରାସ୍ତା କଡ଼ରେ ଘୁରି ବୁଲିଥିବା ନାବାଳକ ଆକାଶ ଆଜି ଚିତ୍ର ଆଙ୍କି ନୂଆ ପରିଚୟ ସୃଷ୍ଟି କରିଛନ୍ତି। ମୁକ୍ତାଶ୍ରୟ କେନ୍ଦ୍ରରେ ରହୁଥିବା ପିତୃମାତୃ ହୀନ ଏହି ୧୨ ବର୍ଷର ନାବାଳକ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ନିଜ ପ୍ରତିଭାକୁ ବିକଶିତ କରି ଅନ୍ୟମାନଙ୍କ ପାଇଁ ସେ ଦୃଷ୍ଟାନ୍ତ ସାଜିଛନ୍ତି।
୧୦ ବର୍ଷ ବୟସର ହୋଇଥିବା ବେଳେ ମା’ ବାପା ତାଙ୍କୁ ଛାଡି କୁଆଡ଼େ ପଳାଇଗଲେ। ନିରାଶ୍ରୟ ଭାବେ ଦୁଃଖରେ ଦିନ କାଟୁଥିବା ବେଳେ ତାଙ୍କୁ ଆଶ୍ରୟ ଦେଇଥିଲେ ଜଣେ ସମ୍ପର୍କୀୟ ବଡ଼ବାପା। ଦିନେ ମଦ୍ୟପାନ କରି ବଡ଼ବାପା ମାରଧର କରିବାରୁ ଘରୁ ଟ୍ରେନରେ ବସି ଭୂବନେଶ୍ୱର ପଳାଇଥିଲେ ଆକାଶ। ଅଖିଆଅପିଆ ଅବସ୍ଥାରେ ବୁଲୁଥିବା ବେଳେ ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇ ସେଠାରେ ଏକ ମୁକ୍ତାଶୟ କେନ୍ଦ୍ରରେ ଆଶ୍ରୟ ନେଇଥିଲେ ା
ସମୟରେ ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ଜାଣିବା ପରେ ସେଠାରୁ କେନ୍ଦୁଝର ଜିଲାକୁ ଗତ ଫେବୃୟାରୀ ମାସରେ ପଠାଇ ଦିଆଗଲା। ଶିଶୁ ମଙ୍ଗଳ ସମିତିଙ୍କ ଆଦେଶକ୍ରମେ କେନ୍ଦୁଝର ସହର ପ୍ରକଳ୍ପ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ତାଙ୍କର ଚିତ୍ରାଙ୍କନ ପ୍ରତି ଥିବା ରୁଚିକୁ ଅନୁଧ୍ୟାନ କରି ସଂଗଠନର କର୍ମକର୍ତ୍ତାମାନେ ଚିତ୍ର ଆଙ୍କିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ହାତରେ ରଙ୍ଗ ଓ ତୂଳୀ ଧରେଇ ଦେଲେ। ତେବେ ଏହି ରଙ୍ଗ ତୁଳୀରେ ବିଭିନ୍ନ ପ୍ରକାରର ଚିତ୍ରାଙ୍କନ ଆଙ୍କିବା ପରେ ତାହା ଅନ୍ୟ ଅନ୍ତେବାସୀ ତଥା କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। କେନ୍ଦ୍ରର ସଂଯୋଜକ ସରୋଜ ପଟ୍ଟନାୟକ ତାଙ୍କୁ ପ୍ରାଚୀର ଚିତ୍ରାଙ୍କନ (ଓ୍ବାଲ୍‌ ପେଣ୍ଟିଂ) କରିବାକୁ ପ୍ରୋତ୍ସାହିତ କରିଥିଲେ। ସାଥୀ ଅନ୍ତେବାସୀଙ୍କ ସହଯୋଗରେ ପ୍ରାଚୀର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଥିଲେ ା
କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ, ଭାରତ ମାନଚିତ୍ର, ସାୈରଜଗତ, ସୂର୍ଯ୍ୟପରାଗ ଭଳି ଚିତ୍ର ଆଙ୍କି ସମସ୍ତଙ୍କୁ ବିମୁଗ୍ଧ କରିବା ସହ ଅନ୍ୟ ଅନ୍ତେବାସୀ ଶିଶୁଙ୍କ ପାଇଁ ରୋଲ ମଡେଲ୍‌ ପାଲଟିଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ବୁଦ୍ଧୁରାମ ଓ ଆକାଶ ନାୟକ। ଏହି ବୟସରେ ଚିତ୍ର ଆଙ୍କିବାର ନିଶା ତାଙ୍କୁ ବଞ୍ଚିବାର ରାହା ଦେଖାଇଥିବା ବେଳେ ଭବିିଷ୍ୟତରେ ଜଣେ ଭଲ ପେଣ୍ଟର ହୋଇ ଚିତ୍ର ଆଙ୍କି ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ତାଙ୍କ ଭଳି ମା’ ବାପା ହରା ନିରାଶ୍ରିତ ପିଲାଙ୍କ ପାଇଁ ଆଶାର ଆଲୋକ ହୋଇପାରିବେ ବୋଲି ସ୍ବପ୍ନ ଦେଖିଛନ୍ତି। ଏଣୁ ଉଚିତ ତାଲିମ ଓ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ସ୍ବାବଲମ୍ବୀ ହୋଇ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିବେ ବୋଲି କେନ୍ଦ୍ରର ପରିଚାଳକ ସରୋଜ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?