୮ କୋଭିଡ୍‌ ମୃତକଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ୍‌ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣରେ ମୃତ୍ୟୁ ଘଟିଥିବା ୮ ଜଣଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନାହିଁ। ଫଳରେ ସମ୍ପୃକ୍ତ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ବଣ୍ଟନ କରାଯାଇପାରୁନାହିଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଡିଟେଡ୍‌ କୋଭିଡ୍‌ ଡେଥ୍‌ ଲିଷ୍ଟରେ ଉଲ୍ଲେଖ ନାମ ଆଧାରରେ ସମ୍ପୃକ୍ତ ୮ମୃତକଙ୍କ ଉତ୍ତରାଧିକାରୀକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଅଡିଟେଡ୍‌ କୋଭିଡ୍‌ ଡେଥ୍‌ଲିଷ୍ଟରେ ତାଲିକାଭୁକ୍ତ ଉକ୍ତ ୮ ମୃତକ ହେଲେ ହିନ୍ଦୋଳ ତହସିଲ ନୂଆପାଣିସାହି ନିଜିଗଡ ଅଞ୍ଚଳର ମନୋଜ ବରାଳ (୪୯), ବାଲିମୀ ଅଞ୍ଚଳର ସୁବାସ ଚନ୍ଦ୍ର ପଟ୍ଟନାୟକ (୫୦), ଡଲି ବିଶ୍ୱାଳ (୩୦), ପୂର୍ଣ୍ଣଚନ୍ଦ୍ର ସାହୁ (୭୧), ହିନ୍ଦୋଳ ଅଞ୍ଚଳର ସଜନି ନାୟକ (୪୦), ପଡ଼ିଆବେଡ଼ା ଅଞ୍ଚଳର ବିଦ୍ୟାଧର ଟୁଡୁ (୫୪), ଗମୁଆ ଅଞ୍ଚଳର ବବ୍ରୁବାହାନ ସାମଲ (୫୬), ଚାନ୍ଦୋଳ ଅଞ୍ଚଳର ମହେଶ୍ୱର ଦାସ (୪୮)। ଏ ନେଇ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବିଡିଓ, ପିଇଓ, ଉପଖଣ୍ଡର ସମସ୍ତ ଥାନାଧିକାରୀ, ରାଜସ୍ବ ନିରୀକ୍ଷକଙ୍କୁ ନୋଟିସର ନକଲ କାର୍ଯ୍ୟାଳୟରେ ଲଗାଇବା ସହିତ ମୃତବ୍ୟକ୍ତିଙ୍କ ଠିକଣା ଖୋଜିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ସହଯୋଗରେ ସମାଧାନ ହେବ ମାମଲା

ଢେଙ୍କାନାଳ ଅଫିସ,୪ା୧୦- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଜିଲାସ୍ତରୀୟ ପୋଲିସ-ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର...

ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ...

ଭିଜିଲାନ୍ସ ଜାଲରେ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ...

ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ପିଲା ଅସୁସ୍ଥ

କାମାକ୍ଷାନଗର, ୨୦।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।...

ବାଇକ୍‌, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ

ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି...

କଳାସଂସ୍କୃତିରେ କରୋନା କାଳିମା

ଢେଙ୍କାନାଳ ଅଫିସ, ୯।୮: କରୋନା ପାଇଁ କଳାସଂସ୍କୃତିରେ ଲାଗିଛି ଗ୍ରହଣ। ସଞ୍ଜ ନଇଁଲେ ଚିକ୍‌ମିକ୍‌ ଆଲୁଅ ରୋଶଣିରେ ଫାଟି ପଡୁଥିବା ପେଣ୍ଡାଲରେ ରାଜୁତି କରୁଛି ଅସମ୍ଭବ...

ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା

ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ...

Advertisement
Archives

Model This Week