Posted inଖେଳ

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍‌ ଖେଳିବେ ଏହି ୭ ଭାରତୀୟ କ୍ରିକେଟର୍‌

ଦୁବାଇ,୨୩।୧୦: ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ବିସିସିଆଇ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏହି ଦଳରେ ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଛନ୍ତି। ଏହି ଖେଳାଳିମାନେ ଘରୋଇ ସ୍ତରରେ ଏବଂ ଆଇପିଏଲରେ ବହୁତ କିଛି କରିଛନ୍ତି।

Suryakumar Yadav
ସୂର୍ଯ୍ୟକୁମାର ଯାଦବ
ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ। ଟି -୨୦ ବିଶ୍ୱକପ ଦଳରେ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ବ୍ୟାଟିଂ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପରେ ସୂର୍ଯ୍ୟକୁମାର ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ।

Axar Patel

ଅକ୍ଷର ପଟେଲ
ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ମଧ୍ୟ ଚୟନ କରାଯାଇଛି। ୟୁଏଇ ପିଚ ସ୍ପିନରଙ୍କ ପାଇଁ ସହାୟକ ହେବ, ତେଣୁ ପଟେଲଙ୍କୁ ଏକ ସୁଯୋଗ ଦିଆଯାଇଛି। ରିଜର୍ଭ ଅଲରାଉଣ୍ଡର ଭାବେ ଟି-୨୦ ବିଶ୍ୱକପ ପାଇଁ ପଟେଲ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି।

Ishan Kishan

ଇଶାନ କିଶାନ
ଟିମ ଇଣ୍ଡିଆର ଯୁବ ଖେଳାଳି ଇଶାନ କିଶନ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ସେ ପୂର୍ବରୁ ନିଜକୁ ପ୍ରମାଣିତ କରିଛନ୍ତି। ଇଶାନ କିଶନ ମଧ୍ୟ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ଜଣେ ଭଲ ଉଇକେଟ କିପର। ଆଇପିଏଲରେ ଇଶାନ କିଶନ ଅନେକ ଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ ଜିତିଛନ୍ତି ଏବଂ ଏବେ ସେ ଟି -୨୦ ବିଶ୍ୱକପ୍‌ରେ ଟିମ ଇଣ୍ଡିଆକୁ ମଧ୍ୟ ବିଜୟ ଦେବାକୁ ଚାହୁଁଛନ୍ତି।

Varun Chakravarthy

ବରୁଣ ଚକ୍ରବର୍ତ୍ତୀ
ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ଟି -୨୦ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ମିଷ୍ଟ୍ରି ସ୍ପିନର ଭାବେ ଜଣାଶୁଣା ବରୁଣ ସାତୋଟି ଉପାୟରେ ବୋଲିଂ କରିପାରିବେ। ଏଥିମଧ୍ୟରେ ଅଫବ୍ରେକ, ଲେଗବ୍ରକ, ଗୁଗଲି, କ୍ୟାରମ ବଲ, ଫ୍ଲିପର୍‌, ଟପ ସ୍ପିନ, ଆଙ୍ଗୁଠିରେ ୟକର୍ର୍‌ ଅନ୍ତର୍ଭୁକ୍ତ।

Rahul Chahar

 

ରାହୁଲ ଚହର
ଟିମ ଇଣ୍ଡିଆର ୨୧ ବର୍ଷୀୟ ଲେଗ ସ୍ପିନର ରାହୁଲ ଚହର ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ରାହୁଲ ଚହର କିଛି ସମୟ ପାଇଁ ଭଲ ଫର୍ମରେ ଅନ୍ତି। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ରାହୁଲ ଚହର ତାଙ୍କ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହା ବ୍ୟତୀତ ରାହୁଲ ଚହରଙ୍କର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଖେଳିବାର ଅନେକ ଅଭିଜ୍ଞତା ରହିଛି।

Rishabh Pant

 

ରିଷଭ ପନ୍ତ
ରିଷଭ ପନ୍ତ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପରେ ଖେଳିବେ। ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଥିବା ରିଷଭ ଶେଷ ଏକାଦଶ ଖେଳିବାରେ ସମ୍ଭାବନା ରହିଛି। ଏହା ସହିତ ରିଷଭ ମଧ୍ୟ ଉଇକେଟ ରକ୍ଷଣ ଦାୟିତ୍ୱ ଗ୍ରହଣ କରିବେ। ଏହା ପୂର୍ବରୁ ରିଷଭ ପନ୍ତଙ୍କର ୨୦୧୯ ବିଶ୍ୱକପ ଖେଳିବାର ଅଭିଜ୍ଞତା ଅଛି।

KL Rahul

 

କେ.ଏଲ ରାହୁଲ
କେଏଲ ରାହୁଲ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପରେ ଖେଳିବାର ସୁଯୋଗ ପାଇଛନ୍ତି। ଏହାପୂର୍ବରୁ ସେ ଭାରତ ପାଇଁ ୨୦୧୯ ବିଶ୍ୱକପ ମଧ୍ୟ ଖେଳିଛନ୍ତି। ରାହୁଲ ଟି -୨୦ ବିଶ୍ୱକପ ପାଇଁ ଓପନର୍‌ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ରାହୁଲଙ୍କୁ ଟି -୨୦ ବିଶ୍ୱକପ ଦଳରେ ସାମିଲ କରିବାକୁ ଶିଖର ଧାୱନଙ୍କୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ରବି ବିଷ୍ଣୋଇ ଏକ ନମ୍ବର ଟି୨୦ ବୋଲର, ସୂର୍ଯ୍ୟଙ୍କ ଚମକ କାଏମ

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ହାତେଇଛି। ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୪-୧ରେ ଏହି ସିରିଜ ଜିତିଛି। ତେବେ...

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଏମିତି ଢଙ୍ଗରେ ଆଉଟ୍‌ ହେଲେ ବାଂଲାଦେଶ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଢାକା,୬।୧୧:ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ...

ସଚିନ-କୋହଲିଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ,୬।୧୨: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ନିମନ୍ତ୍ରଣ ମିଳିଛି। ରାମ ମନ୍ଦିରର ଏହି ପବିତ୍ର...

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri