୭ ଘଣ୍ଟା ଅଟକ ରହିଲେ ବନ କର୍ମଚାରୀ

ଉଦଳା, ୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଦୀର୍ଘଦିନ ହେବ ବସବାସ କରୁଥିବା ଲୋଧା ସମ୍ପ୍ରଦାୟ ପରିବାରଗୁଡ଼ିକୁ ଉଚ୍ଛେଦ ଦାବି ନେଇ ଉତ୍ତେଜନା ଲାଗି ରହିଥିଲା। ବୁଧବାର ଅଖଣ୍ଡ ଶିକାର ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ଉଦଳା ଥାନା ଅଧୀନ ଅମ୍ବିକାଦେଇପୁର ଗ୍ରାମକୁ ଯାଇଥିବା ବେଳେ ଏହି ଉତ୍ତେଜନା ଉଗ୍ରରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ବନବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ। ପରେ ବନବିଭାଗ ପକ୍ଷରୁ ୨୮ ଲୋଧା ପରିବାରର ଝୁମ୍ପୁଡ଼ି ଘର ଭାଙ୍ଗି ଉଚ୍ଛେଦ କରାଯିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନା ଅନୁଯାୟୀ, ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳ ଅମ୍ବିକାଦେଇପୁର ଗ୍ରାମ ନିକଟରେ ଲୋଧା ସମ୍ପ୍ରଦାୟର ୩୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ପରିବାରର ସଦସ୍ୟ ଅଭୟାରଣ୍ୟ ମଧ୍ୟରେ ବ୍ୟାପକ ଭାବେ ଶିକାର ଏବଂ ଗଛକାଟି ନଷ୍ଟ କରୁଛନ୍ତି। ଦୀର୍ଘଦିନ ଧରି ଏଭଳି ଚାଲିଥିବା ବେଳେ ଏହାକୁ ନେଇ ଅମ୍ବିକାଦେଇପୁର ଗ୍ରାମବାସୀ ବାରମ୍ବାର ବନବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ। ହେଲେ ଅଭିଯୋଗ ପ୍ରତି କେହି କର୍ଣ୍ଣପାତ କରୁ ନ ଥିଲେ। ବୁଧବାର ଜନସଚେତନତା କାର୍ଯ୍ୟକ୍ରମ ସକାଶେ ଗଁାକୁ ଆସିଥିବା ଉଦଳା, ଦେବକୁଣ୍ଡ ଏବଂ ଡୁକୁରା ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ତୁରନ୍ତ ଲୋଧା ସମ୍ପ୍ରଦାୟ ପରିବାରଙ୍କୁ ଶିମିଳିପାଳରୁ ଉଚ୍ଛେଦ କରିବା ଜିଦ୍‌ରେ ଅଡ଼ି ବସିଥିଲେ। ଖବରପାଇ ଶିମିଳିପାଳ ଏସ୍‌ଟିଆରର ସାଉଥ୍‌ ଡିଭିଜନ୍‌ ଏସିଏଫ୍‌ ବିଦ୍ୟା ସାଗର ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସମେତ ଉଦଳା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରେ ଲୋଧା ସମ୍ପ୍ରଦାୟର ୨୮ ପରିବାରକୁ ବନବିଭାଗ ଉଚ୍ଛେଦ କରିବାରୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ଥିବା ବନ କର୍ମଚାରୀଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିଲେ। ଉଚ୍ଛେଦ ହୋଇଥିବା ଲୋଧା ପରିବାରଗୁଡ଼ିକ ବଣିଆବସା ଅଞ୍ଚଳକୁ ଚାଲିଯାଇଛନ୍ତି। ଆଗାମୀ ଦିନରେ ସେମାନେ ତହସିଲଦାରଙ୍କୁ ଭେଟିବା ସହିତ ସରକାରୀସ୍ତରରେ ସେମାନଙ୍କୁ ଜାଗା ପ୍ରଦାନ କରାଯିବ ବୋଲି ବନବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri