ଜଙ୍ଗଲ ଅଧିକାର ଆଇନ ବନବାସୀ ବିରୋଧୀ

କିଶୋର ଜେନା

 

କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ଆଇନର ନିୟମ ବିଧିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେହି ଲକ୍ଷ୍ୟରେ ମୋଦି ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ ସଂରକ୍ଷଣ ଆଇନ ପରିସରରେ ନୂଆ ନିୟମ ବିଧିର ବିଜ୍ଞପ୍ତି ଜାରି କରିଛି: ଫରେଷ୍ଟ କନ୍‌ଭରସନ ରୁଲ୍‌ସ, ୨୦୨୨। ନୂତନ ନିୟମରେ ଜଙ୍ଗଲ ଭୂମିର ଅଞ୍ଚଳ ଅନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ ଆଉ ଜଙ୍ଗଲବାସୀଙ୍କର ସମ୍ମତି ବା ଅନୁମତିର କୌଣସି ପ୍ରୟୋଜନ ପଡ଼ିବ ନାହିଁ। ଜଙ୍ଗଲର ଅଧିକାର ଆଇନରେ ବନାଞ୍ଚଳ ବାସିନ୍ଦାଙ୍କ ହାତରେ ଯେଉଁ ଅଧିକାର ଦିଆଯାଇଥିଲା ଏହାଫଳରେ ତାହା ଖାରଜ ହୋଇଯିବ। ସରକାର ଯାହାକୁ ଇଚ୍ଛା ତାହା ହାତରେ ତୋଳି ଦେଇ ପାରିବେ ଜଙ୍ଗଲ ଜମି। କେନ୍ଦ୍ରୀୟ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଇନ ପରିବର୍ତ୍ତନ ନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହି ପରିବର୍ତ୍ତନର ଲକ୍ଷ୍ୟ ହେଉଛି, ଜଙ୍ଗଲ ଅଞ୍ଚଳକୁ କେତେ ସହଜ ପଦ୍ଧତିରେ ଅନ୍ୟ କାର୍ଯ୍ୟ ପାଇଁ ପରିବର୍ତ୍ତିତ କରାଯାଇପାରିବ।
‘ଫରେଷ୍ଟ କନଭର୍ସନ ରୁଲ୍‌ସ’ ୨୦୨୨ ଲୋକ ସଭା ଓ ରାଜ୍ୟ ସଭାରେ ଆଗତ ହେବାର ଅଛି। ଏବେ ଯଦି ଲୋକ ସଭା ଓ ରାଜ୍ୟ ସଭାର ସାଂସଦମାନେ ଏହି ବେଆଇନ ବିଷୟଟିକୁ ଅନୁମୋଦନ କରିଦେବେ, ତା’ହେଲେ ଜଙ୍ଗଲ ଏବଂ ଏହାର ବାସିନ୍ଦାଙ୍କର ସର୍ବନାଶ ହୋଇଯିବ। ଲୋକ ସଭା ଓ ରାଜ୍ୟ ସଭାରେ ସାମ୍ପ୍ରତିକ ସମୟରେ ଯେଉଁ ଚିତ୍ର ଦେଖାଯାଉଛି, ସେଥିରେ କୁହାଯାଇପାରିବ ଗୁରୁତ୍ୱ ଦେଇ ଏହିଭଳି ଏକ ସମ୍ବେଦନଶୀଳ ବିଷୟରେ ଆଲୋଚନାର କୌଣସି ସୁଯୋଗ ନାହିଁ। ଉକ୍ତ ଅଧିବେଶନ ମଧ୍ୟରେ ଦ୍ରୁତତାର ସହ ଏହି ବିଲ୍‌ ସଂସଦରେ ସରକାର ପାରିତ କରୁଛନ୍ତି କି ନାହିଁ ଦେଖିବାର ବିଷୟ। ଜଙ୍ଗଲ ଆଇନ ପରିବର୍ତ୍ତନ ବିଧିନିୟମ ବଦଳ କରାଗଲେ, ତାହା ହେବ ଜଙ୍ଗଲର ବାସିନ୍ଦା ବିଶେଷତଃ ଆଦିବାସୀମାନଙ୍କୁ ଉତ୍‌ଖାତ କରିବାର ପଥକୁ ସହଜ କରିବା। ଭାଜପା ଆଦିବାସୀଙ୍କୁ ସମୂଳେ ଉଚ୍ଛେଦ କରିବାର ରାସ୍ତା ପରିଷ୍କାର କରୁଛି।
ବର୍ଷ ବର୍ଷ ଧରି ଦେଶର ଅରଣ୍ୟାଞ୍ଚଳକୁ ଶିଳ୍ପପତିମାନଙ୍କ ହାତକୁ ଅବାରିତ ଭାବେ ଟେକି ଦିଆଯାଉଛି। ଏହି କ୍ଷେତ୍ରରେ ସରକାର ସାମାନ୍ୟତମ ସମୀକ୍ଷା କରନ୍ତିନି କି ପରିବେଶ ଅଦାଲତର ଅନୁମୋଦନକୁ ଖାତିର କରନ୍ତିନିି। ମଝିରେ ମଝିରେ ଏଭଳି ସବୁକିଛି ବିଧିନିୟମ ମାନିବାର ଚେଷ୍ଟା କରାଯାଏ, ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ଆଇନର ଜଟିଳତା ଏଡ଼ାଇବା ପାଇଁ। ଏବେ ସେହି ଆଇନର ଜଟିଳତାରେ ଯେପରି ଆଉ କୌଣସି ବାଧା ହୋଇ ନ ପାରିବ, ସେଥିପାଇଁ ସରକାର ଆଇନକୁ ପରିବର୍ତ୍ତନ କରି ନିଜର ସୁବିଧା ଭଳି କରିବାକୁ ଯାଉଛନ୍ତି। ଏତେଦିନ ଜଙ୍ଗଲ ଭୂମି ଅଞ୍ଚଳର ବାସିନ୍ଦାମାନଙ୍କୁ ନ ଜଣାଇ ବା ଅନୁମତି ନ ନେଇ ସେହି ଜମି ଶିଳ୍ପପତିଙ୍କ ହାତରେ ତୋଳି ଦିଆଯାଇ ପାରୁ ନ ଥିଲା। ଫଳରେ ସରକାରଙ୍କ ପ୍ରିୟ କର୍ପୋରେଟ୍‌ମାନଙ୍କ ହାତରେ ଜମି ହସ୍ତାନ୍ତର ଏକ ସମସ୍ୟା ଥିଲା। ଏବେ ସେହି ସମସ୍ୟାକୁ ଏଡ଼ାଇଯିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତିି, ଯାହାଫଳରେ ଆଉ କୌଣସି ବାଧା ରହିବ ନାହିଁ। ଅଥଚ ଆଦିବାସୀ ମନ୍ତ୍ରଣାଳୟ ଏହି କ୍ଷେତ୍ରରେ ଜଣାଇଥିଲା ଯେ, ଅରଣ୍ୟଭୂମି ଅଞ୍ଚଳ ଲୋକମାନଙ୍କର ଅନୁମତି ନେବାର ବିଧିମାଳାରେ ପରିବର୍ତ୍ତନ କରାଯିବ ନାହିଁ। ଗ୍ରାମସଭା ମାଧ୍ୟମରେ ଏହି ଅନୁମତି ଦେବାର ପ୍ରକ୍ରିୟା ରହିବ। କିନ୍ତୁ ବାସ୍ତବରେ ଉକ୍ତ ପଦ୍ଧତିକୁ ବାଦ୍‌ ଦିଆଯାଉଛି ଏହି ନୂଆ ବିଧିମାଳାରେ।
୨୦୦୯ ଅଗଷ୍ଟ ୩ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ ସର୍କୁଲାରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ବନାଞ୍ଚଳର ଜମି ନେବା କ୍ଷେତ୍ରରେ ମୂଳ ଅନୁମୋଦନ ପାଇଁ ଗ୍ରାମସଭାର ସମ୍ମତିପତ୍ର ଆବଶ୍ୟକ। ୨୦୧୭ରେ ଏହି ବିଷୟଟିକୁ ଉଠାଇ ଦିଆଯାଇଥିଲା ମୋଦି ସରକାରଙ୍କ ଦ୍ୱାରା। କିନ୍ତୁ ଗ୍ରାମସଭାର ଅନୁମୋଦନର ଆବଶ୍ୟକତାର ଅଂଶ ଅନ୍ତତଃ ରଖାଯାଇଥିଲା। କିନ୍ତୁ ଏବେ ପରିବର୍ତ୍ତନ କରାଯାଉଥିବା ସଂଶୋଧିତ ବିଧିରେ ଗ୍ରାମସଭା ସହ ଆଦିବାସୀ ଏବଂ ଦୀର୍ଘଦିନ ଧରି ବନାଞ୍ଚଳବାସୀଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଉଛି। ବର୍ତ୍ତମାନ ଯେଉଁ ପରିବର୍ତ୍ତନର ନିୟମ ବିଧି ଆସୁଛି ସେଥିରେ କୁହାଯାଇଛି, ”ଜମିର ପ୍ରଧାନ ଅନୁମୋଦନ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଅବଶ୍ୟ ବିବେଚନା କରି ଦେଖିବାକୁ ହେବ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବନାଞ୍ଚଳ, ବନ୍ୟ ପ୍ରାଣୀ ଏବଂ ପରିବେଶ ଉପରେ କୌଣସି ପ୍ରଭାବ ପଡ଼ୁଛି କି ନାହିଁ।“ କିନ୍ତୁ ଏଠାରେ କୌଣସିଠାରେ ଆଦିବାସୀଙ୍କ ଭଲମନ୍ଦର ଉଲ୍ଲେଖ ନାହିଁ। କୌଣସି ପର୍ଯ୍ୟାୟରେ ଆଦିବାସୀ ବା ଅନ୍ୟାନ୍ୟ ବନାଞ୍ଚଳ ଅଧିବାସୀଙ୍କ ହଁ ବା ନଁା କହିବାର ଅଧିକାର ପ୍ରଶ୍ନରେ କିଛି କୁହାଯାଇ ନାହିଁ। ସର୍ବୋପରି ଦେଖାଯାଏ, କେନ୍ଦ୍ର ସରକାର ହିଁ ଚୂଡ଼ାନ୍ତ ଅନୁମୋଦନ ଦେବେ ଏବଂ କ୍ଷତିପୂରଣ ସୂଚକ ବନ ସୃଜନର ପାଉଣା ମଧ୍ୟ ନେଇନେବେ। ଆଉ ରାଜ୍ୟ ସରକାରଙ୍କ ପାଖକୁ ପଠାଇଦେବେ। କିନ୍ତୁ ଏହି ପର୍ବରେ ଆଦିବାସୀ ଅଧିକାର ସୁନିଶ୍ଚିତ କରିବାର କୌଣସି ଦାୟବଦ୍ଧତା କେନ୍ଦ୍ର ସରକାରଙ୍କର ରହିବ ନାହିଁ। ଅର୍ଥାତ୍‌ ଆଦିବାସୀଙ୍କର ଜମି ନିଆଗଲେ ମଧ୍ୟ ସେମାନେ କୌଣସି କ୍ଷତିପୂରଣ ବା ପୁନର୍ବାସନ ପାଇବେ ନାହିଁ। ଏହି କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାର ମଧ୍ୟ ସମ୍ବିଧାନକୁ ଲଙ୍ଘନ କରିବାକୁ ଯାଉଛନ୍ତି। ଯଦିଓ ଗ୍ରାମସଭାର ସମ୍ମତି ଏହି ଶବ୍ଦାବଳୀ ଦିଆଯାଇଛି ନୂଆ ନିୟମ ବିଧିରେ, କିନ୍ତୁ ପେସା ଆଇନର ପଞ୍ଚମ ଓ ଷଷ୍ଠ ତଫସିଲକୁ ସଂଶୋଧିତ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ବନାଞ୍ଚଳ ଅଧିକାର ଆଇନକୁ ଲଙ୍ଘନ କରାଯାଉଛି। ଏପରିକି ୨୦୧୩ରେ ନିୟମଗିରି ଖଣି ମାମଲାରେ ସୁପ୍ରିମକୋର୍ଟର ରାୟର ବିରୁଦ୍ଧାଚରଣ କରାଯାଇଛି ଏହା ମାଧ୍ୟମରେ। ସଂଶୋଧିତ ହେବାକୁ ଯାଉଥିବା ନିୟମବିଧିରେ କେଉଁଠି ହେଲେ ବନାଞ୍ଚଳ ସଂଲଗ୍ନ ଅଞ୍ଚଳର ବସବାସକାରୀ ପ୍ରାୟ ୧୦ କୋଟି ଆଦିବାସୀଙ୍କର କ’ଣ ହେବ ଓ ସେମାନଙ୍କ ଅଧିକାର ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଯେଉଁମାନେ ଏହି ଜମି ହସ୍ତାନ୍ତରରେ କ୍ଷତିଗ୍ରସ୍ତ ହେବେ, ସେମାନେ କ୍ଷତିପୂରଣ ପାଇବେ ନାହିଁ। ଯେଉଁ ଜମିହୀନଙ୍କ ମଧ୍ୟରେ ବିତରଣ କରାଯିବା ଉଚିତ ତାହା କର୍ପୋରେଟ୍‌ଙ୍କ ହାତକୁ ଚାଲିଯିବ।
ଦେଶର ଆଦିବାସୀ ଓ ବନବାସୀମାନେ ଏବେ ମଧ୍ୟ ଆର୍ଥିକ-ସାମାଜିକ ଓ ଶିକ୍ଷା ସମସ୍ତ ଦିଗରୁ ପଛୁଆ। ଏଣୁ ସରକାର ଓ ସମାଜର ପ୍ରତିପତ୍ତିଶାଳୀଙ୍କ ଶୋଷଣ ସେମାନଙ୍କ ଆଗରେ ସ୍ପଷ୍ଟ ଭାବେ ଧରାପଡ଼େ ନାହିଁ। ପୁଣି ଯୁଗଯୁଗ ଧରି ପ୍ରଜନ୍ମ ପରେ ପ୍ରଜନ୍ମ ବନଭୂମି ଅଞ୍ଚଳରେ ଥିଲେ ମଧ୍ୟ ବେଶିଭାଗଙ୍କ ପାଖରେ କୌଣସି ଧରଣର ଜମିଜମା ସଂକ୍ରାନ୍ତ କାଗଜପତ୍ର ନାହିଁ। ଯେଉଁ ଅଳ୍ପ କେତେକଙ୍କ ପାଖରେ ଅଛି, ସେମାନଙ୍କ ପାଖରେ ମଧ୍ୟ ତାହା ଠିକ୍‌ ଭାବେ ନାହିଁ। ଏହି ଅବସ୍ଥାରେ ସରକାର ନୂଆକରି ବିଧି ନିୟମ କରି ସେମାନଙ୍କୁ ବନାଞ୍ଚଳରୁ ହଟାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛନ୍ତି ବର୍ତ୍ତମାନର କେନ୍ଦ୍ର ସରକାର। ଅଥଚ ବନାଞ୍ଚଳରୁ ଏମାନଙ୍କୁ ହଟାଇଦେଲେ, ସେମାନଙ୍କର ଅବସ୍ଥା କ’ଣ ହେବ, ସେ ସମ୍ପର୍କରେ ଗୁରୁତ୍ୱ ଦେବାର କୌଣସି ପ୍ରୟୋଜନୀୟତା ସରକାର ମନେ କରୁନାହାନ୍ତି। ଅଥଚ ଏହି ଆଦିବାସୀ ଜନତା ଜୀବନକୁ ବାଜି ଲଗେଇ ଜଙ୍ଗଲକୁ ରକ୍ଷାକରି ଆସିଛନ୍ତି। ସେମାନଙ୍କ ଯୋଗୁ ଜୀବବୈଚିତ୍ର୍ୟ ଅନେକ ସ୍ଥାନରେ ସୁରକ୍ଷିତ ରହିପାରିଛି।
୨୦୦୬ରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଦେଶର ବନାଞ୍ଚଳରେ ବସବାସକରୁଥିବା ଲୋକେ, ବିଶେଷକରି ଆଦିବାସୀଙ୍କ ସହ ଯୁଗ ଯୁଗ ଧରି ଚାଲିଆସିଥିବା ଅନ୍ୟାୟ, ଶୋଷଣ ଓ ଅତ୍ୟାଚାର ବରୋଧରେ ଏକ ସଦର୍ଥକ ପଦକ୍ଷେପ ନିଆଯାଇଥିଲା। ଜଙ୍ଗଲରେ ଶିକାର କରିବା ଛଡ଼ା ବନାଞ୍ଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ହାତରେ ଜଙ୍ଗଲ ଅଞ୍ଚଳର ଅଧିକାର ଦିଆଯାଇଥିଲା। କେନ୍ଦ୍ରରେ ମୋଦି ସରକାର ଆସିବା ପରଠାରୁ ଗୋଟିଏ ପରେ ଗୋଟିଏ ଅଧିକାରକୁ ବିଭିନ୍ନ ଆଳରେ ଛଡ଼ାଇ ନେବାକୁ ବ୍ୟସ୍ତ। ଏଥର ‘ଫରେଷ୍ଟ କନଭର୍ସନ ରୁଲ୍‌ସ’ ୨୦୨୨ ମାଧ୍ୟମରେ ଏହାକୁ ନିଶ୍ଚିତ କରିବା ଦିଗରେ ଆଗେଇ ଆସିଛନ୍ତି।
ଉତ୍କଳମଣି ମାର୍ଗ,
ଅପର୍ଣ୍ଣାନଗର,ଚାଉଳିଆଗଞ୍ଜ,
କଟକ, ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri