ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ ବ୍ୟକ୍ତିମାନେ ବିଗତ ଦୁଇବର୍ଷ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିଥିଲେ। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ଗତବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବହୁତ କାଠ ଶ୍ରୀମନ୍ଦିରକୁ ଦାନ କରାଯାଇଥିବା ଯୋଗୁ ରଥ ଚକ ଉପହାର ମିଳିଥିଲା। ତାହାକୁ ସ୍ଥାନୀୟ କାର୍ଯ୍ୟାଳୟରେ ପୂଜା କରାଯାଉଛି । ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡର ୨୨ ଜଣ କାଠ ଦାନ କରିବା ପାଇଁ କାଠ ଚୟନ ହୋଇଛି। ଏଥିସହ ବିଭାଗ ପକ୍ଷରୁ ମଧ୍ୟ କାଠ ଦେବା ପାଇଁ ଚୟନ ହୋଇଛି ବୋଲି ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ଏଠାରେ ପ୍ରକାଶ କରିଛନ୍ତି। ସେହିଭଳି ଗତବର୍ଷ ରଥଯାତ୍ରା ରେ ଉତ୍ତର ଘୁମୁସର ବନଖଣ୍ଡ ରୁ ମଧ୍ୟ କାଠ ଯାଇଥିଲା। ତେଣୁ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବନଖଣ୍ଡକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉକ୍ତ ପୁରସ୍କାର ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେଉଙ୍କଠାରୁ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ମଧ୍ୟ ଏହି ବନଖଣ୍ଡରୁ କାଠ ପୁରୀ ରଥଯାତ୍ରା ପାଇଁ ଯିବାର ଯୋଜନା ଅଛି। ଏଥିପାଇଁ କାଠ ଚୟନ ପ୍ରକ୍ରିୟା ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ମହିଳାଙ୍କୁୁ ହତ୍ୟା

ବିଶୋଇ(ଅମିତ ଦାସ)/ରାଇରଙ୍ଗପୁର (ମାନସ ମହାନ୍ତି),୩୦।୪ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଜୁଡ଼ିଆ ଗ୍ରାମରେ  ଅପରାହ୍ନ ୩ଟାରେ ଡାହାଣୀ ସନ୍ଦେହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ

ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ...

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ

ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ...

ଯୁବକଙ୍କ ଗଳାକାଟି ହତ୍ୟା

ଚିକିଟି,୩୦।୪(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା...

ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ

ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ

ଭୁବନେଶ୍ୱର,୩୦।୪(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍‌ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri