ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ବାପପୁଅଙ୍କ ସମେତ ୩ ଜଣଙ୍କର ମତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଖାରିପଲ୍ଲୀ ଗାଁର ଖଦାଳ ବେହେରା(୬୫), ତାଙ୍କ ପୁଅ ରତ୍ନାକର ବେହେରା(୩୫) ଓ ଅନ୍ୟ ଗୋଷ୍ଠୀର ରମେଶ ବେହେରା(୩୨)। ଗ୍ରାମର ଅରୁଣ ବେହେରା (୩୦), ଭିକାରୀ ବେହେରା (୧୮), ଜଗା ବେହେରା (୧୮)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି। ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

ଖାରିପଲ୍ଲୀ ଗାଁର ଖଦାଳ ଗୁଣିଗାରେଡ଼ି କରୁଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ତେଣୁ କିଛିବର୍ଷ ତଳେ ତାଙ୍କୁ ବିରୋଧ କରାଯିବାରୁ ସେ ଗାଁ ଛାଡ଼ି ଚାଲିଯାଇଥିଲେ। ପରେ ସେ ଥାନା ଦ୍ୱାରସ୍ଥ ହୋଇଥିଲେ। ପୋଲିସ ହସ୍ତକ୍ଷେପ ପରେ ଖଦାଳ କିଛିମାସ ହେଲା ଗାଁକୁ ଫେରି ନିଜ ଘରେ ରହୁଥିଲେ। ଗ୍ରାମବାସୀ ପୁଣି ତାଙ୍କୁ ସନ୍ଦେହ କରି ଗାଁରୁ ତଡ଼ି ଦେବାପାଇଁ ଯୋଜନା କରିଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଗ୍ରାମବାସୀ ଏକଜୁଟ ହୋଇ ଖଦାଳଙ୍କ ଘରକୁ ଯାଇ ପ୍ରବଳ ପାଟିତୁଣ୍ଡ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଖଦାଳ ଓ ତାଙ୍କ ପୁଅ ରତ୍ନାକର ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ରତ୍ନାକର ମଧ୍ୟ ମାରଣାସ୍ତ୍ର ଧରି ପ୍ରତିଆକ୍ରମଣ କରିଥିଲେ। ଗାଁ ଦାଣ୍ଡରେ ବାପପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ଗୁରୁତର ରମେଶଙ୍କ ଧରାକୋଟ ମେଡିକାଲରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଶେରଗଡ଼ ଥାନା ଅଧିକାରୀ ବୀରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସୱାଇଁ ପୋଲିସ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gold prices drop Today: ଅକ୍ଷୟ ତୃତୀୟାରେ କମିଗଲା ସୁନା ଦର! ଜାଣନ୍ତୁ ମେକିଂ ଚାର୍ଜ ଓ GST ମିଶାଇ ଦେବାକୁ ପଡିବ କେତେ ଟଙ୍କା?

ଭୁବନେଶ୍ୱର, ୩୦।୪: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ପ୍ରାୟ...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

ଏହି ମୁସ୍‌ଲିମ ଦେଶରେ ଛାଡ଼ପତ୍ର ପରେ ଖୁସି ମନାନ୍ତି ମହିଳା, ରହିଛି ନିଜସ୍ବ ବଜାର

ବିଶ୍ୱରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଘଟୁଥିବା ଅନନ୍ୟ ଘଟଣା ପାଇଁ ଜଣାଶୁଣା। ଏପରି କିଛି କଥା ଏହି ଦେଶ ବିଷୟରେ ଜାଣି ଲୋକମାନେ...

କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୩୦।୪: ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ...

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି...

ଆଜିଠୁ ଘରଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ: ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ…

ଭୁବନେଶ୍ୱର,୩୦।୪: ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିବା ନେଇ ବୁଧବାରଠୁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବ। ଘରକୁ ଘର...

ଭାରତରେ ଥିବା ପାକ୍‌ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି, କରିପାରିବେ ପୁନଃ ଭିଜା ଆବେଦନ

ନୂଆଦିଲ୍ଲୀ,୩୦ା୪: ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଖୁସି ଖବର। ପାକ୍‌ ନାଗରିକମାନେ ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିଜା ଆବେଦନ କରିପାରିବେ।...

ଚାଷୀଙ୍କ ପାଇଁ ବଡ଼ ଖୁସିଖବର : ଆସିଲା ସିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର,୩୦।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri