କୋକୋକୁ ନେଲା ବନ ବିଭାଗ

କଟକ ଅଫିସ, ୧୯।୧: ଆଇନ ଓ ନିୟମ ମଧ୍ୟରେ ଫିକା ପଡିଛି ସମ୍ପର୍କ। ଚର୍ଚ୍ଚିତ ଶୁଆ କୋକୋ ନିଜ ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି। ୧୨ ଦିନ ପରେ ମଙ୍ଗଳବାର ସସ୍ମିତାଙ୍କ ନିକଟକୁ କୋକୋ ଫେରିଥିବାବେଳେ ବନ ବିଭାଗ ତାହାକୁ ନିଜ ହେପାଜତକୁ ନେଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ କୋକୋର ଅବସ୍ଥା ସୁସ୍ଥ ଅଛି। ବୁଧବାର ତାକୁ ନନ୍ଦନକାନନରେ ଛଡାଯିବ ବୋଲି ରେଞ୍ଜ ଅଫିସର ଦୁର୍ଗା ପ୍ରସାଦ ସାହୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ ତୁଳସୀପୁରସ୍ଥିତ ମଧୁସୂଦନ ନଗରର ସସ୍ମିତା ପ୍ରାୟ ୧ ବର୍ଷ ତଳେ ଏକ ଛୋଟ ଶୁଆକୁ ଉଦ୍ଧାର କରିଥିଲେ। ଘରର ଜଣେ ସଦସ୍ୟ ଭଳି ଲାଳନପାଳନ କରିଥିବାବେଳେ ତାହାର ନଁା ଦେଇଥିଲେ କୋକୋ। ସବୁଠୁ ବଡ କଥା ହେଉଛି ସେ କେବେହେଲେ କୋକୋକୁ ପଞ୍ଜୁରିରେ ରଖୁ ନ ଥିଲେ। ଗତ ୫ ତାରିଖରେ କୋକୋ କେଉଁଆଡେ ଉଡିଯାଇଥିଲା। ତାକୁ ପାଇବା ପାଇଁ ସସ୍ମିତା ଲିଫ୍‌ଲେଟ୍‌, ପୋଷ୍ଟର ମାରିବା ସହ ବିଜ୍ଞାପନ ଜରିଆରେ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ସୋମବାର ଭୁବନେଶ୍ୱର କେଶୁରା ଅଞ୍ଚଳରୁ ଜଣେ ବ୍ୟକ୍ତି କୋକୋକୁ ଉଦ୍ଧାର କରି ମଙ୍ଗଳବାର ସସ୍ମିତାଙ୍କ ଘରକୁ ନେଇଥିଲେ। ହେଲେ ବନ ବିଭାଗର ଅଧିକାରୀ ସସ୍ମିତାଙ୍କ ଘରେ ପହଞ୍ଚି ତନାଘନା କରିବା ପରେ କୋକୋକୁ ନିଜ ହେପାଜତକୁ ନେଇଥିଲେ। ଏ ସମ୍ପର୍କରେ ରେଞ୍ଜ୍‌ ଅଫିସର ସାହୁ କହିଛନ୍ତି, ଶୁଆ ଗୃହପାଳିତ ପକ୍ଷୀ ନୁହେଁ। ଲୋକମାନେ ଏ ବିଷୟରେ ଅବଗତ ନ ହୋଇ ଘରେ ଶୁଆ ରଖୁଛନ୍ତି। ତେବେ କୋକୋ ସମ୍ପର୍କରେ ଅନେକ ଚର୍ଚ୍ଚା ଏବଂ ଅଭିଯୋଗ ଆସିବା ପରେ ଆମେ ପଦକ୍ଷେପ ନେଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ କେନ୍ଦ୍ରରେ ଟଳିପଡିଲେ ବୃଦ୍ଧା

ସଜନାଗଡ,୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନବେଳେ ଏକ ଅଘଟଣ ଘଟିଛି। ଜଣେ ବୃଦ୍ଧା ମଙ୍ଗଳବାର...

ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ୨ଗିରଫ

ପାଟଣା,୩୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ନୂଆପଡା ଗ୍ରାମର ଜଣେ ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ଉକ୍ତ ମହିଳା ଜଣଙ୍କ ଗତ ବୁଧବାର ପାଟଣା ଥାନାର ଦ୍ୱାରସ୍ଥ...

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ...

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି...

ଚିଲିକାରେ ୧୪୨ ମାଛଧରା ଡଙ୍ଗା ଯାଞ୍ଚ

ବାଲୁଗାଁ, ୫-୨(ଡି.ଏନ.ଏ.):ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ ପ୍ରଶାସନର ଚେତା ପଶିଛି। ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଥିବା ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଯାଞ୍ଚ ପାଇଁ...

ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା

କଟକ ଅଫିସ,୨୮।୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଫ୍‌ଆଇଆର୍‌ରେ କିପରି...

ଅଠେଇଶରେ ଅଧୁରା ଅନୁଗୋଳ

ଅନୁଗୋଳ ଅଫିସ,୧ା୪: ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ...

Advertisement
Archives

Model This Week