ସ୍ଥିତିକୁ ଆଦରିନିଅ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଭାଷାରେ ‘ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ’। ଅର୍ଥାତ୍‌ ଜନସାଧାରଣ ନିଷ୍ପତ୍ତି ନେବେ, କିଏ ନେତୃତ୍ୱ ନେବେ। ତେବେ ଓଡ଼ିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ ୧୭ ଜାନୁୟାରୀରେ ଶୁଣିବାକୁ ମିଳିଥିବା ବିଷୟଟି ଏବେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଘଟଣାଟି ହେଲା ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ବିଲେଇସର୍ଡା ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ନିଲାମ ହୋଇଛି। ମିଳିଥିବା ଖବର ଅନୁଯାୟୀ, ବିଲେଇସର୍ଡା ସରପଞ୍ଚ ପଦବୀକୁ ନେଇ ମନ୍ଦିର କମିଟି ଏକ ବୈଠକ ଡକାଇଥିଲେ। ସେହି ଅନୁଯାୟୀ ୧୫ ତାରିଖରେ ଅନୁଷ୍ଠିତ ବୈଠକରେ ବିଲେଇସର୍ଡା, ବନ୍ଦନାକଟା ଓ କସୁରୁପାଲି ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ। ଏଥିରେ ତିନି ଜଣ ଆଶାୟୀ ସରପଞ୍ଚ ପ୍ରାର୍ଥୀ ମଧ୍ୟ ଯୋଗଦେଇଥିଲେ। ସରପଞ୍ଚ ପଦକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବା ଲାଗି ନିଷ୍ପତ୍ତି ହୋଇଥିବା କୁହାଯାଇଥିଲା। ସେହି ଅନୁଯାୟୀ, ନିଲାମ ଡକାଗଲା ଓ ସୁଶାନ୍ତ ଛତ୍ରିଆ ମନ୍ଦିର କମିଟିକୁ ୪୪ ହଜାର ଟଙ୍କା ଦେଇଥିବା ଲୋକେ କୁହାକୁହି ହେଉଛନ୍ତି। ଏ ବିଷୟ ଗଣମାଧ୍ୟମରେ ପ୍ରସାରିତ ହେବାରୁ ରାଜ୍ୟ ନିର୍ବାଚନ କମିଶନର ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ କହିବା ପରେ ୧୮ ଜାନୁୟାରୀରେ ପ୍ରଶାସନିକ ଅଧିକାରୀମାନେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ପଚରାଉଚରା କରିଛନ୍ତି। ସମ୍ଭବତଃ ପ୍ରକାଶ୍ୟରେ ସରପଞ୍ଚ ପଦବୀ ନିଲାମ ହେବା ଓଡ଼ିଶାରେ ପୂର୍ବରୁ କେବେ ଶୁଣାଯାଇ ନ ଥିଲା। ଯଦିବା ପୂର୍ବରୁ ହୋଇଥିବ, ତେବେ ତାହା ଲୋକଲୋଚନକୁ ଆସୁ ନ ଥିଲା। ସାଧାରଣତଃ ଭାଇଚାରା ରକ୍ଷା ଲାଗି ଗାଁର ଲୋକମାନେ ଜଣଙ୍କୁ ବାଛି ନିର୍ବାଚନକୁ ପ୍ରତିଦ୍ୱନ୍ଦ୍ୱିତାବିହୀନ କରାଇଥାଆନ୍ତି। ଏଭଳି ପଦବୀ ନିଲାମ ହେବା ପ୍ରକ୍ରିୟା ବାହାରୁ ଆମଦାନୀ ହେଲାଭଳି ଲାଗୁଛି। ଗତବର୍ଷ ଡିସେମ୍ବରରେ ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ ସମୟରେ ଭାତୁଆଲି ସରପଞ୍ଚ ସୌଭାଗ ସିଂ ଯାଦବ ସର୍ବାଧିକ ୪୪ ଲକ୍ଷ ଟଙ୍କାରେ ଏହି ପଦବୀକୁ ନିଲାମ ଧରିଥିଲେ। ବଲାଙ୍ଗୀର ଏକ ସୀମାନ୍ତ ଜିଲା ହୋଇଥିବାରୁ ଅବିଭାଜିତ ମଧ୍ୟପ୍ରଦେଶର ପ୍ରଭାବ ସେଠାରେ ପଡ଼ିବା ଭଳି ମନେହେଉଛି।
ସରକାର ବିଭିନ୍ନ ଯୋଜନା କରି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ବା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଜରିଆରେ ଅର୍ଥ ଯୋଗାଇ ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି। ମଧ୍ୟସ୍ଥଙ୍କ ଦୁର୍ନୀତିକୁ କମାଇବା ପାଇଁ ସରକାରଙ୍କ ଅଧିକାଂଶ ଯୋଜନାର ଅର୍ଥ ଏବେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚାଇ ଦିଆଯାଉଛି। ତଥାପି ପଶ୍ଚିମ ଓଡ଼ିଶାର ପଞ୍ଚାୟତଗୁଡ଼ିକୁ ପ୍ରାୟ ୩ କୋଟିରୁ ଅଧିକ ଅର୍ଥ ବିଭିନ୍ନ କାର୍ଯ୍ୟକ୍ରମରେ ମିଳିଥାଏ। ସରପଞ୍ଚମାନେ ଏହି ଅର୍ଥକୁ ଆଖିରେ ରଖି ୫ ବର୍ଷ ସକାଶେ ନିଜ ଅର୍ଥ ଖଟାଇଥାଆନ୍ତି। ସ୍ବାଭାବିକ ଭାବେ ଅର୍ଥ ଖଟାଉଥିବା ବ୍ୟକ୍ତି କ୍ଷମତାକୁ ଆସିଲେ ତାଙ୍କର ପ୍ରଥମ ଲକ୍ଷ୍ୟ ହୋଇଥାଏ, ଲୋକଙ୍କୁ ଦେଇଥିବା ବହୁ ପରିମାଣର ଅର୍ଥକୁ ଅନେକ ଗୁଣା ବୃଦ୍ଧି କରାଇ ନିଜ ପକେଟକୁ ପୁନର୍ବାର ଫେରାଇ ନେବାର ଉଦ୍ୟମ।
ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଖିଲେ ପ୍ରଧାନମନ୍ତ୍ରୀ ସିଧାସଳଖ ସରପଞ୍ଚଙ୍କ ସହ ଟେଲି କନ୍‌ଫରେନ୍ସିଂ କରିଥାଆନ୍ତି। କେବଳ ସେତିକି ନୁହେଁ, ସରପଞ୍ଚମାନେ ପଞ୍ଚାୟତର ପ୍ରଧାନମନ୍ତ୍ରୀ ବୋଲି ଭାଷଣ ଦିଆଯାଇଥାଏ। କୋଭିଡ୍‌ ସମୟରେ ଓଡ଼ିଶା ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇ ଘୋଷଣା କଲେ ଯେ, ସରପଞ୍ଚମାନେ ନିଜ ପଞ୍ଚାୟତରେ ଜିଲାପାଳ କ୍ଷମତା ଜାହିର କରିବେ। ପଞ୍ଚାୟତ ଜମି ବ୍ୟବହାର କରି ନୂଆ ବୃହତ୍‌ ଶିଳ୍ପ ଗଢ଼ି ଉଠିବାକୁ ଥିଲେ ଜମି ହସ୍ତାନ୍ତର ଲାଗି ‘ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ’ ଦସ୍ତଖତ କରିବାର କ୍ଷମତା ସରପଞ୍ଚଙ୍କ ପାଖରେ ନ୍ୟସ୍ତ କରାଯାଇଛି। ସହର ବାସିନ୍ଦା ବୁଝିପାରିବେ ନାହିଁ ପଲ୍ଲୀ ସଭା ଓ ଗ୍ରାମ ସଭାର ଅନ୍ତର। ଏଭଳି ପ୍ରଚ୍ଛଦପଟରେ ବଲାଙ୍ଗୀର ସରପଞ୍ଚ ପଦବୀ ବିକ୍ରି ଅବାଞ୍ଛିତ ମନେହେଉ ନାହିଁ। ପଞ୍ଚାୟତ ବ୍ୟବସ୍ଥାକୁ ମହାତ୍ମା ଗାନ୍ଧୀ ସମର୍ଥନ କରୁଥିଲେ। ତାହା ଦ୍ୱାରା ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ସ୍ଥାନୀୟ ପ୍ରଗତି ହୋଇପାରିବ ବୋଲି ଚିନ୍ତା କରାଯାଉଥିଲା। ଏବେ ସେହି ସ୍ଥିତିରେ ପରିବର୍ତ୍ତନ ଘଟୁଛି। ଧନୀ, କୁହାଳିଆ ଓ ବାହୁବଳ ଥିବା ବ୍ୟକ୍ତିବିଶେଷ ସରପଞ୍ଚ ହେବା ପାଇଁ ଆଗେଇ ଆସୁଛନ୍ତି। ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କଠାରୁ ଅର୍ଥ, ମଦ, ଖାଦ୍ୟ ନେଇ ଭୋଟ୍‌ ଦେଇଥିବା ଗ୍ରାମବାସୀ ନିଜର ନୈତିକ ଶକ୍ତିକୁ ହରାଇ ବସୁଛନ୍ତି। ପରବର୍ତ୍ତୀ ୫ ବର୍ଷରେ ଦାବି କରିବା ପାଇଁ ଜନସାଧାରଣଙ୍କ ପାଖରେ ମୁହଁ ରହୁନାହିଁ। ଯେପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଯାଇ ତାହା ସୃଷ୍ଟି କରାଯାଇପାରୁ ନାହିଁ, ସେ ପର୍ଯ୍ୟନ୍ତ ଏହିଭଳି ପଞ୍ଚାୟତ ବ୍ୟବସ୍ଥାକୁ ଆଦରି ନେବା ଦରକାର। ଗ୍ରାମବାସୀ ଅଳ୍ପ କିଛି ଅର୍ଥ ପାଇ ଖୁସି। ଗ୍ରାମର ଶକ୍ତିଶାଳୀ ଗୋଷ୍ଠୀ ପଦବୀ ପାଇ ସନ୍ତୁଷ୍ଟ। ସମସ୍ତେ ଯଦି ଖୁସି, ତେବେ ବାହ୍ୟଶକ୍ତିର ହସ୍ତକ୍ଷେପ କୌଣସି ଗୁରୁତ୍ୱ ରଖେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?