ବନ ବିଭାଗ ଚୁପ୍‌, ଆଢୁଆଳରେ ଅଧିକାରୀ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ମହାନଦୀର କଟକ ମୁଣ୍ଡଳି ବ୍ରିଜ ତଳେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍‌ ବୋଟ୍‌ ଓଲଟି ଦୁଇଜଣଙ୍କ ଜୀବନ ଗଲା। ଏଥିସହ ଉକ୍ତ ହାତୀର ବି ମୃତ୍ୟୁ ହେଲା। କାହା ପାଇଁ ଏତେବଡ଼ ଘଟଣା ଘଟିଲା ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ସମସ୍ତଙ୍କର ଗୋଟିଏ କଥା ଏହା ଏକ ଦୁର୍ଘଟଣା ଥିଲା। ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ବନ ବିଭାଗର ନିରବତାକୁ ନେଇ। ଇତିମଧ୍ୟରେ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ଶୂନ। ହାତୀକୁ ସୁରକ୍ଷା ଦେବା ବନ ବିଭାଗର କାମ। ଫସିଥିବା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ ପ୍ରଥମେ ଠିକ୍‌ କୌଶଳ ଆପଣାଇଥିଲା କି? ଓଡ୍ରାଫକୁ ପାଣିକୁ ପଠାଇ ଅଧିକାରୀମାନେ କରୁଥିଲେ କ’ଣ? ପୁଣି ଓଡ୍ରାଫ ସହିତ ଗଣମାଧ୍ୟମ ପ୍ରତିନିଧି ବୋଟ୍‌ରେ ଯିବାବେଳେ ସେମାନେ ବାରଣ କଲେ ନାହିଁ କାହିଁକି? ଏପରି ଅନେକ ପ୍ରଶ୍ନ ଭିତରେ ଏବେ କିଏ ଓଡ୍ରାଫକୁ ଦୋଷ ଦେଉଛି ତ’ ଆଉ କିଏ ଉକ୍ତ ଗଣମାଧ୍ୟମ ମାଲିକଙ୍କୁ। କିନ୍ତୁ ଏହାରି ଭିତରେ ବନ ବିଭାଗର ଅଧିକାରୀ ପୂରା ଆଢୁଆଳରେ ରହିଯାଇଛନ୍ତି। ଘଟଣା ସ୍ଥଳରେ ସେମାନେ ଉପସ୍ଥିତ ଥିଲେ ମଧ୍ୟ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନ ଥିଲେ। ହାତୀ ବାରମ୍ବାର ଉପରକୁ ଆସିବାକୁ ଚେଷ୍ଟା କରୁଥିବାବେଳେ ଲୋକଙ୍କ ସମାଗମ ବାଟ ଓଗାଳିଥିଲା। ବନ ଅଧିକାରୀମାନେ ଚାହିଁଥିଲେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ପାଇଁ ଜିଲା ପ୍ରଶାସନକୁ ଜଣାଇପାରିଥାନ୍ତେ। ତାହା ନ କରି ସେମାନେ ଖାଲି ମୃତ୍ୟୁ ଖେଳର ଦର୍ଶକ ସାଜିଥିଲେ। ପୂରା ଘଟଣାରେ ବନ ବିଭାଗର ବିଫଳତା ଓ ଅଧିକାରୀଙ୍କ ଦୁର୍ବଳତା ସ୍ପଷ୍ଟ ଦେଖାଯାଉଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ପିସିସିଏଫ୍‌ ଶଶି ପଲ୍‌ କହିଛନ୍ତି, ହାତୀ ମୃତ୍ୟୁର ତଦନ୍ତ ଚାଲିଛି। କାହାର ତ୍ରୁଟି ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ସକାଳେ ଆଠଗଡ଼ ସୁକାସନ ଜଙ୍ଗଲରୁ ୧୮ ଟିକିଆ ହାତୀ ପଲ ମହାନଦୀ ପାର ହୋଇ ଚନ୍ଦକାକୁ ଫେରୁଥିବାବେଳେ ଏକ ଦନ୍ତା ଭାସିଯାଇ ମୁଣ୍ଡଳି ବ୍ୟାରେଜଠାରେ ଅଟକି ରହିଥିଲା। ଆଠଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚତ୍ ଉଦ୍ଧାର କରିବାରେ ବିଫଳ ହେବାରୁ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ୍‌) ଟିମ୍‌ର ସହାୟତା ନେଇଥିଲେ। ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀଙ୍କ ସହ ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳର ଉପସ୍ଥିତିରେ ଓଡ୍ରାଫ ଟିମ୍‌ ବୋଟ୍‌ ସହାୟତାରେ ଗଜ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଓଡ୍ରାଫ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଯବାନ ସୀତାରାମ ମୁର୍ମୁ ଏବଂ ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ ବିଭାଗ ନିଅଁାହୁଳା ଦେଖାଇ ହାତୀକୁ ଘଉଡାଉଥିବାବେଳେ ହାତୀଟି ଭାସି ନିଖୋଜ ହୋଇଯାଇଥିଲା। ରବିବାର ସକାଳରେ ତା’ର ମୃତଦେହ ସାତବାଟିଆ ନଦୀପଠାରେ ଠାବ କରାଯାଇ ସୋମବାର ବ୍ୟବଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri