ଗୁଳିବିଦ୍ଧ ଦନ୍ତାକୁ ଧରିପାରୁନି ବନ ବିଭାଗ

ଭୁବନେଶ୍ୱର(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.), ୨୭।୭: ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ରୋକିବାର ନାଁ ଧରୁନି। ଗତ ମାସରେ ମାଟିତଳୁ ୪ଟି ହାତୀ କଙ୍କାଳ ମିଳିବା ଏବଂ ଗୋଟିଏ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣାକୁ ନେଇ ଆଠଗଡ଼ ବନଖଣ୍ଡ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଲଜ୍ଜିତ ହୋଇଥିଲା। ଏବେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ନରସିଂହପୁର ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି। ତେବେ ହାତୀଟି ଗୁଳିବିଦ୍ଧ ହୋଇ ନ ଥିବା ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ହାତୀର କାନରେ ଗୁଳି ବାଜିଥିବା କହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତମାସ ଯେଉଁ ଗୁଳିବିଦ୍ଧ ହାତୀ ଠାବ ହୋଇଥିଲା, ତାହା ଦେହରେ ଗୁଳି ବାଜି ନ ଥିବା ପ୍ରଥମେ ବନ ବିଭାଗ କହିଥିଲା। ସେ ସମୟରେ ଏକ ଗୁଳିବିଦ୍ଧ ହାତୀ ଜଙ୍ଗଲରେ ବୁଲୁଥିବା ଏବଂ ତା’ର ଚିକିତ୍ସା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିବା ପରେ ରାଜ୍ୟ ବନ ବିଭାଗ ତତ୍ପରତା ଦେଖାଇଥିଲା। ଯଦି ବିଧାୟକ ଏହି ଘଟଣା ଲୋକଲୋଚନକୁ ଆଣି ନ ଥାନ୍ତେ ତେବେ ବନ ବିଭାଗ ତାକୁ ଲୁଚାଇବାରେ ସଫଳ ହୋଇଥାନ୍ତା। ତେଣୁ ଏବେ ଯେଉଁ ଅସୁସ୍ଥ ହାତୀଟି ବୁଲୁଥିବା ଖବର ମିଳିଛି, ତାକୁ ଧରାଯିବା ପରେ ହିଁ ଗୁଳିବିଦ୍ଧ କି ନାହିଁ ସ୍ପଷ୍ଟ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଗୁଳିବିଦ୍ଧ ହାତୀଟି ସୋମବାର ପୂର୍ବ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଚଳପ୍ରଚଳ କରୁଥିବାବେଳେ ମଙ୍ଗଳବାର ପଶ୍ଚିମ ରେଞ୍ଜର ଜୟପୁର ପରେ ବାଲିକିଆରି ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀଟିକୁ ଆହତ ଅବସ୍ଥାରେ ଦେଖିଥିଲେ। ସେମାନେ ଖବର ଦେବା ପରେ ବନ ବିଭାଗ ଟିମ୍‌ ସମେତ ହାତୀ ଜଗୁଆଳି ପହଞ୍ଚତ୍ ଖୋଜୁଛନ୍ତି। ଗତ ୨୨ତାରିଖରୁ ହାତୀଟିକୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ୪ ଦିନ ବିତିଗଲାଣି। ସୋମବାର ବନବିଭାଗ ହାତୀର ସନ୍ଧାନ ପାଇ ମଧ୍ୟ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲା। ଟ୍ରାଙ୍କୁଲାଇଜ ଲାଗି ଚେଷ୍ଟା କରାଯାଉଥିବା ବେଳେ ହଠାତ୍‌ ହାତୀଟି ମାଡ଼ି ଆସିଥିଲା। ଫଳରେ ବନ ଅଧିକାରୀମାନେ ତଳେ ପଡ଼ିଯାଇଥିଲେ ଏବଂ ଟ୍ରାଙ୍କୁଲାଇଜ କାମ ବନ୍ଦ ରହିଥିଲା। ମଙ୍ଗଳବାର ସକାଳୁ ପୁଣି ବନ କର୍ମଚାରୀ ଓ ସାତକୋଶିଆର ଟିମ୍‌ ପହଞ୍ଚତ୍ ଦୀର୍ଘ ୬ଘଣ୍ଟା ଧରି ଅନୁସନ୍ଧାନ କରି ନିରାଶ ହୋଇଛନ୍ତି। ସେମାନେ ନୂଆଗଡ଼ ଜଙ୍ଗଲରେ ପ୍ରାୟ ୨୦ କି.ମିରୁ ଉର୍ଦ୍ଧ ବାଟ ବୁଲିଥିଲେ ମଧ୍ୟ ହାତୀକୁ ଧରିପାରିନାହାନ୍ତି। ହାତୀଟି ଏବେ ପଶ୍ଚିମାଞ୍ଚଳ ଅଧୀନ ବାରସିଙ୍ଗା ଜଙ୍ଗଲରେ ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ହାତୀଟି ଗୁଳିବିଦ୍ଧ ହୋଇ ଆହତ ହୋଇ ନ ଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି। ଦୁଇ ଦନ୍ତା ହାତୀ ମଧ୍ୟରେ ସଂଘର୍ଷ କିମ୍ବା କୌଣସି କାଠ ଅବା ବାଉଁଶ ବାଜି ଖଣ୍ଡିଆ ହୋଇଥିବା ଅନୁମାନ କରାଯାଉଛି। କାରଣ ଗୁଳି ବାଜିଥିଲେ ହାତୀଟିର କାନ କଣା ହୋଇଥାନ୍ତା। ଏହି ହାତୀ ନରସିଂହପୁର ନୁହେଁ ବରଂ ଅନୁଗୋଳ ଜଙ୍ଗଲରୁ ଆସିଥିବାରୁ ସେହି ଅଭିମୁଖେ ପଳାଇଯାଉଛି। ବୁଧବାର ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଉଦ୍ୟମ କରାଯିବ ବୋଲି ଦେହୁରୀ କହିଛନ୍ତି। ଏହି ଘଟଣାରୁ ଆଠଗଡ଼ରେ ଏବେ ବି ହାତୀ ଶିକାରୀ ସକ୍ରିୟ ରହିଥିବା ସ୍ପଷ୍ଟ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା...

ବଜାରରେ ରେନୋର ଅଲ୍‌ ନ୍ୟୁ କାଇଗର

ଭୁବନେଶ୍ୱର,୧୦।୯(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀ ରେନଲ୍‌ଟ (ରେନୋ) ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍‌ ନ୍ୟୁ କାଇଗର (ଅର୍ବାନ...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ

ଭୁବନେଶ୍ୱର,୨୮।୬(ବ୍ୟୁରୋ): କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଭୁବନେଶ୍ୱର, କଟକ ଏବଂ ଗଞ୍ଜାମ ଜିଲାର ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିଲା ଆଉ ଏକ ସଫଳତା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନକୁ ଆଉ ଏକ ସଫଳତା ମିଳିଛି। ଦେଶର ଷଷ୍ଠ ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ଭାବେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ...

ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଭବାନୀପାଟଣା,୨।୧୦(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ...

ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ...

Advertisement
Archives

Model This Week