ଟେଲିଭିଜନ ଜଗତର ଏହି ୫ ଅଭିନେତାଙ୍କ ବୟସ ସ୍ତ୍ରୀଙ୍କଠୁ କମ୍‌

ଏକ ସୁନ୍ଦର ସମ୍ପର୍କ ପାଇଁ ଭଲପାଇବା ଆବଶ୍ୟକ। ସମ୍ପର୍କ ଉପରେ ବୟସ କେବେ ଫରକ ପକାଇ ନ ଥାଏ। ଏହି କଥାକୁ ଠିକ୍‌ ପ୍ରମାଣ କରିଛନ୍ତି କେତେକ ଅଭିନେତ୍ରୀ ଅଭିନେତା। ପ୍ରାୟତଃ କୁହାଯାଏ ପ୍ରେମ ଅନ୍ଧ। ଏହା ରଙ୍ଗ,ରୂପ, ଗୁଣ ଦେଖି ନ ଥାଏ। ତେବେ ଏପରି କେତେକ ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ଯେଉଁମାନଙ୍କ ବୟସ ସେମାନଙ୍କ ସ୍ବାମୀଙ୍କଠାରୁ ଅଧିକ…

ହର୍ଷ ଲିମ୍ବାଚିଆ ଏବଂ ଭାରତୀ ସିଂ
ହର୍ଷ ଲିମ୍ବାଚିଆ ତାଙ୍କଠାରୁ ୮ ବର୍ଷ ବଡ଼ ଭାରତୀ ସିଂଙ୍କୁ ବିବାହ କରିଥିଲେ। ଭାରତୀ ସିଂ ଟିଭିର ହସ କ୍ୱିନ୍‌ ଭାବରେ ମଧ୍ୟ ଜଣାଶୁଣା । ଦୀର୍ଘଦିନ ଧରି ଭାରତୀଙ୍କୁ ଡେଟ୍‌ କରିବା ପରେ ହର୍ଷ ଲିମ୍ବାଚିଆ ୨୦୧୭ ରେ ବିବାହ କରିଥିଲେ।

ପରମିତ ସେଠୀ ଏବଂ ଅର୍ଚ୍ଚନା ପୁରାନ ସିଂ
ଗୋଟିଏ ସମୟରେ ପରମିତ ଏବଂ ଅର୍ଚ୍ଚନାଙ୍କ ସମ୍ପର୍କକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ଦୁହେଁ ପରସ୍ପରକୁ ଛାଡି ନ ଥିଲେ। ପରମିତ ୧୯୯୨ରେ ତାଙ୍କଠାରୁ ୭ବର୍ଷ ବଡ଼ ଅର୍ଚ୍ଚନାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ଏକ ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିଲେ ଲିଭ୍‌-ଇନ୍‌ ସମ୍ପର୍କ ସମୟରେ ଉଭୟଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଜୟ ଭାନୁଶାଲି ଏବଂ ମାହି ବିଜ
ଜୟ ଭାନୁଶାଲି ତାଙ୍କଠାରୁ ୨ ବର୍ଷ ବଡ଼ ମାହି ବିଜଙ୍କୁ ୨୦୧୧ରେ ବିବାହ କରିଥିଲେ। ଦୁହେଁ ବିବାହର କିଛି ଦିନ ପୂର୍ବରୁ ସମ୍ପର୍କ ରଖିଥିଲେ। ମାହି ବିଜ ଟେଲିଭିଜନ୍‌ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।

ସୁୟାଶ ରାୟ ଏବଂ କିଶ୍ୱର ମର୍ଚାଣ୍ଟ
ଟେଲିଭିଜନ ଜଗତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ସୁୟାଶ ଏବଂ କିଶ୍ୱର ଅନ୍ୟତମ। ଦୁହେଁ ୨୦୧୬ରେ ବିବାହ କରିଥିଲେ। କିଶ୍ୱର ସୁୟାଶଙ୍କଠାରୁ ୮ ବର୍ଷ ବଡ଼।

ମୋହିତ ସେହଗଲ ଏବଂ ସାନୟା ଇରାନୀ
ମୋହିତ ସେହଗଲ ୨୦୧୬ରେ ତାଙ୍କଠାରୁ ୨ ବର୍ଷ ବଡ ସାନୟା ଇରାନୀଙ୍କୁ ବିବାହ କରିଥିଲେ। ଦର୍ଶକ ସାନୟାଙ୍କ ସୁନ୍ଦର ହସ ଅଭିନୟ ପାଇଁ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?