Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ
କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାର ସମସ୍ୟା ଆସିଲେ ମଧ୍ୟ ଦୃଢ଼ହସ୍ତରେ ତାହା ଦମନ କରିବାରେ ସମର୍ଥ ହେବେ । କାରଣ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିଜ ଲୋକମାନେ ସନ୍ଦେହ ପରିସରକୁ ଆସିଯିବେ । ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ ।
ବୃଷ
ବୃଷ
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗିରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ଠିକ୍‌ ସମୀକ୍ଷା କରିପାରିବେ ନାହିଁ । ବ୍ୟବସାୟ, ବାଣିଜ୍ୟ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ । ଅନ୍ୟ କଥାରେ ପ୍ରଭାବିତ ହୋଇ ସହକର୍ମୀଟିର ମନୋଭାବ ବଦଳିଯାଇପାରେ ।
ମିଥୁନ
ମିଥୁନ
ଆଜି ବୁଧଗ୍ରହ ଚନ୍ଦ୍ର ନକ୍ଷତ୍ରରେ ରହିଥିବାରୁ ଆପଣ ନିଜ ଘର କାମ ସାଙ୍ଗକୁ ବନ୍ଧୁମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତରେ କରିବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅର୍ଥଲାଭ ହେବା ସହ ଯାତ୍ରାରେ ସଫଳତା ପାଇବେ,କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ପଡ଼ିବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ ।
କର୍କଟ
କର୍କଟ
ଆଜି କର୍ମାଧିପ ଭାଗ୍ୟସ୍ଥ ହେତୁ ଏତେଦୂର ବ୍ୟସ୍ତ ରହିବେ ଯେ-ଭଲରୂପେ ଖାଇବାକୁ ମଧ୍ୟ ସମୟ ପାଇବେ ନାହିଁ । ରାଜନୈତିକ କାର୍ଯ୍ୟ,ବିବାଦୀୟ ସ୍ଥିତି,ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିବେ । ଆକସ୍ମିକ କେତେକ କାରଣକୁ କେନ୍ଦ୍ରକରି ବାଣିଜ୍ୟ,ବ୍ୟବସାୟ ,ପରିବହନ, ବାଧାପ୍ରାପ୍ତ ହୋଇପାରେ ।
ସି˚ହ
ସି˚ହ
ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ । ମଘା ନକ୍ଷତ୍ର ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ସ୍ତ୍ରୀଙ୍କ ପକ୍ଷରୁ ସମସ୍ୟା ଆସିପାରେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ସାଙ୍ଗ ସାଥୀମାନେ ହିଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି ।
କନ୍ୟା
ଶାରୀରିକ ସୁସ୍ଥତା ବ୍ୟାହତ ହେବା ସହିତ ଶିକ୍ଷା, ଲେଖାପଢ଼ା, ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଚିତ୍ରା ନକ୍ଷତ୍ର ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ସମସ୍ୟାର ସାମ୍‌ନା କରିବାକୁ ପଡ଼ିବ ।
ତୁଳା
ତୁଳା
ବକ୍ରୀ ଶୁକ୍ରଙ୍କ କାରଣରୁ ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘର ଲୋକଙ୍କ ବ୍ୟସ୍ତ ଓ ବିବ୍ରତକୁ ଲକ୍ଷ୍ୟକରି ମନ ଅଶାନ୍ତ ରହିବ । ସାଧାରଣ କଥାକୁ କେନ୍ଦ୍ରକରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିବେ । କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସୃଷ୍ଟି କରିବ ।
ବିଛା
ବିଛା
ପରିବାରରେ ଭୁଲ୍‌ ବୁଝାମଣା ମଧ୍ୟ ମାନସିକ ସ୍ଥିରତା କ୍ଷୁଣ୍ଣ କରିବ । ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ର ହୋଇପାରେ । ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ । ଶତ୍ରୁମାନେ ସମସ୍ୟା ସୃଷ୍ଟି କଲେ ମଧ୍ୟ ତାହା କାମ ସକାଶେ ଅନ୍ତରାୟ ହୋଇ ନ ପାରେ ।
ଧନୁ
ଧନୁ
ଅଷ୍ଟମସ୍ଥ ଚନ୍ଦ୍ର ପାପଗ୍ରହ ଦୃଷ୍ଟିରେ ଅସାବଧାନତା କିମ୍ବା ଅନ୍ୟମନସ୍କ ରହିବା ହେତୁ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ । ତଥାପି ଉତ୍ତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ । ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି ।
ମକର
ମକର

ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ କ’ଣ କରିବେ କିମ୍ବା କ’ଣ ନ କରିବେ କିଛି ଠିକ୍‌ କରି ପାରିବେ ନାହିଁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସି ରହିବାର ସୁଯୋଗ ପାଇବେ । ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ଓ ସହଯୋଗ କାରଣରୁ ସଭାସମିତି,ମାଲିମକଦ୍ଦମାରେ ସଫଳତା ହାସଲ କରିବେ ।

କୁମ୍ଭ
କୁମ୍ଭ
ସମସ୍ୟା ସଙ୍ଗରେ ଲଢ଼େଇ କରି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ । ଶିଳ୍ପ,ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।
ମୀନମୀନ

ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ । ସାଧାରଣ ପରିଶ୍ରମରେ ଏବଂ ସହକର୍ମୀମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରିଯିବ । ନିକଟ ସମ୍ପର୍କୀୟଙ୍କଠାରୁ ପରାମର୍ଶ ନେବା ଭଲ ହେବ, ଯାହାକି ଆପଣଙ୍କ କାମରେ ଆସିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri