ଆରୂହାବାଡ଼ ସମୁଦ୍ର ବାଲିରୁ କୁମ୍ଭୀରକୁ କାବୁ କଲେ ଧୀବର

ବାହାନଗା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୂହାବାଡ ପଞ୍ଚାୟତ ସମୁଦ୍ର କୂଳ ବାରୁଣୀ ଘାଟ ଆଡିଆ ସମୁଦ୍ର ବାଲିରୁ ଧୀବରଙ୍କ ଦ୍ୱାରା ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ଏହାର ଲମ୍ବ ୫ ଫୁଟ ଏବଂ ବୟସ ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଆରୂହାବାଡ଼ ଗ୍ରାମର ବିଦ୍ୟାଧର ମାଝୀ, ଲକ୍ଷ୍ମୀଧର ମାଝୀ ଏବଂ ପିତାମ୍ବର ମାଝୀ ରବିବାର ରାତିରେ ସମୁଦ୍ରକୁ ଜାଲଧରି ଯାଉଥିବା ବେଲେ ଆଡିଠାରୁ ୨ କିମି ଦୂରରେ ଥିବା ବନି ଗଛ ମୂଳ ବାଲିରେ କୁମ୍ଭୀରକୁ ଦେଖିଥିଲେ। ପାଖରେ ଥିବା ବଡ଼ ବହ୍ଲାରେ କୁମ୍ଭୀର ବେକକୁ ଧରି ସାଥିରେ ନେଇଥିବା ଦଉଡି ସାହାଯ୍ୟରେ ବାନ୍ଧି ଭାରକରି ଗ୍ରାମକୁ ନେଇଥିଲେ। ପରେ ତାଳପଦା ସେକ୍ସନ ଫରେଷ୍ଟର ଗାର୍ଡ ସୁରମା ମଞ୍ଜରୀ ଦାସଙ୍କୁ ଖବର ଦେଇଥିଲେ। ପରେ ଚାନ୍ଦିପୁର ରେଞ୍ଜରଙ୍କ ନିର୍ଦ୍ଦେଶରେ ସୁରମା ମଞ୍ଜରୀ ଓ ଫରେଷ୍ଟର ଗାର୍ଡ ସାଗରିକା ସିଂ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ଉର୍ଦ୍ଧାରକାରୀ ଦଳକୁ ଡକାଇ ବାଲେଶ୍ୱର ନେଇ ଯାଇଥିଲେ। ସେଠାରେ କୁମ୍ଭୀରର ଚିକିତ୍ସା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ କେଉଁଠି ଛଡାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ତାଳପଦା ସେକ୍ସନର ଫରେଷ୍ଟର ଗାର୍ଡ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତର ପାଇଁ ଦାବି

ଝୁମ୍ପୁରା, ୩୦।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ରହିଥିବା ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି। ସୂଚନା ଯୋଗ୍ୟ ପଞ୍ଚାୟତ...

୧୮ ରଥଚକ ନିର୍ମାଣ ସରିଲା

ପୁରୀ ଅଫିସ, ୨୧ା୫: ମହାପ୍ରଭୁଙ୍କ ଭଉଁରୀ ଯାତ୍ରାକୁ ଆଉ ଦିନଟିଏ ବାକି ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଭଉଁରୀରେ...

ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର

ଦେବଗଡ଼,୨୯ା୧୨(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ...

ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ...

୫ ବର୍ଷରେ ଲାଗିଛି ୫୦ ହଜାର ଚାରା

  ବଅଁରପାଳ,୨୨ା୭(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ...

ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି।...

ମହାନଦୀ ପାରି ହୋଇ ପଶିଲେ ହାତୀପଲ: ଚିନ୍ତାରେ ଚାଷୀ

ବରଗଡ଼ ଅଫିସ,୨୩।୧୨: ସୋନପୁର ଜିଲାରୁ ମହାନଦୀ ପାରି ହୋଇ ହାତୀପଲ ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ତୁରୁମ, ଭାଲୁପାଲି, ମୋହନା ଆଦି ଅଞ୍ଚଳକୁ...

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ...

Advertisement
Archives

Model This Week