ଧାର୍ମିକ, ପରିବେଶ ପର୍ଯ୍ୟଟନର କ୍ଷେତ୍ର କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଏକ ଶିଳ୍ପର ମାନ୍ୟତା ଲାଗି ଉଦ୍ୟମ ହୋଇନାହିଁ। ପର୍ଯ୍ୟଟନ ସହ କର୍ମନିଯୁକ୍ତିକୁ ଯୋଡିବାକୁ ସ୍ଥାନୀୟ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଜାତୀୟ ଉଦ୍ୟାନ ଭିତରକନିକାର ସାମୁଦ୍ରିକ ଉଦ୍ୟାନ ପାଇଁ ବିରଳ ଅଲିଭ ରିଡଲେ କଇଁଛ, ଡଲଫିନ, ବିଦେଶାଗତ ପକ୍ଷୀଙ୍କ ସମାହାର ହେଉଛି। ଏହାକୁ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରାଯାଉନାହିଁ। ଧାର୍ମିକ ସ୍ଥଳର ଉନ୍ନତିକରଣର ଆବଶ୍ୟକତା ଥିବା ବେଳେ ବିଭିନ୍ନ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ଦେଖାଦେଇଛି।
ଅଧିକାଂଶ ପର୍ଯ୍ୟଟନସ୍ଥଳୀ ବିଷୟରେ ଜିଲାବାସୀ ଅଜ୍ଞ
ଇଚ୍ଛାପୁରର ଶ୍ରୀବଳଦେବ ଜୀଉ, ସହରର ଗୋବିନ୍ଦ ଜୀଉ, ତମାଳ ଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବ ମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନସ୍ଥଳୀ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଅଜ୍ଞ ଅଛନ୍ତି। ପ୍ରଚାର ପ୍ରସାର ସହ ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ନାହିଁ। ଗୋପ, ମଥୁରା, ବୃନ୍ଦାବନ ଆଦି ଅଞ୍ଚଳରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। ଯାହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲାରେ ଶ୍ରୀବଳଦେବଜୀଉଙ୍କ ବିଭିନ୍ନ ଲୀଳାକୁ ପ୍ରଦର୍ଶନ କରାଯାଇ ଆର୍ଥିକ ବିକାଶ କରାଯାଇପାରିବ।
– ଗୌତମ କୁମାର ବେହେରା,
ସାମାଜିକ କର୍ମୀ, କେନ୍ଦ୍ରାପଡ଼ା
ବୌଦ୍ଧ ଧର୍ମର ପ୍ରତୀକ ମୂର୍ତ୍ତିର ହେଉନି ରକ୍ଷଣାବେକ୍ଷଣ
ରାଜନଗର ବ୍ଲକ ରିଘାଗଡର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧବାମନ ଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଛି। ଏହାବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣୀ, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତିଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟ ଘଡି, ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନରେ କେନ୍ଦ୍ରାପଡ଼ା ସାମିଲ ହେବା ସହ ଐତିହ୍ୟ ସାମଗ୍ରୀ ରଖିବାକୁ ମ୍ୟୁଜିୟମର ଆବଶ୍ୟକତା ରହିଛି।
– ଡ. ସର୍ବେଶ୍ୱର ସେଣ, ଗବେଷକ, କେନ୍ଦ୍ରାପଡା
ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନି
ଭିତରକନିକାର ଲୁଣା ଧଳା କୁମ୍ଭୀର ଗୋରି ଓ ଅଲିଭ ରିଡଲେ କଇଁଛ ଗୋଲୁ ମାସକଟ ଭାବେ ବ୍ୟବହାର ହୋଇଛିି। ଇକୋ ରିଟ୍ରିଟ ଆୟୋଜିତ କରାଯାଇ ଏହି ଜାତୀୟ ଉଦ୍ୟାନ ପ୍ରତି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ବର୍ଷସାରା ଜାତୀୟ ଉଦ୍ୟାନ ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ମଧୁରପାଣିର ଅଭାବ, ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକବସତିକୁ ସ୍ଥାନାନ୍ତର, ଇକୋ ସେନ୍ସିଟିଭ ଜୋନର ପରିଚାଳନା ଆଦିରେ ଛନ୍ଦି ହୋଇଛି। ପ୍ରଶାସକ ଓ ରାଜନେତା ଏଥିପ୍ରତି ସମ୍ବେଦନଶୀଳ ନୁହନ୍ତି। ଫଳରେ ଭିତରକନିକା ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇପାରି ନ ଥିବାବେଳେ ଏବେ ଜାତୀୟ ଉଦ୍ୟାନ ମାନ୍ୟତା ହରାଇବାକୁ ଯାଉଛି।
-କ୍ଷୀତିଶ କୁମାର ସିଂହ,
ଅଧ୍ୟାପକ, କେନ୍ଦ୍ରାପଡ଼ା
ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହେବ
ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇ ପାରିବ। ଧାର୍ମିକ ପୀଠର ଉନ୍ନତିକରଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ସେହିପରି ପ୍ରାକୃତିକ ପରିବେଶର ଉପଯୋଗ ଦରକାର। ଗାଇଡ, ଫଟୋଗ୍ରାଫି, କୁଟୀର ଶିଳ୍ପର ମଣ୍ଡିଠାରୁ ଆରମ୍ଭ କରି ବେଳାଭୂମିକୁ ପର୍ଯ୍ୟଟକ ଉପଯୋଗୀ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲାର ଅର୍ଥନୈତିକ ବିକାଶ ହେବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡିବାକୁ ପଡିବ। ସାମୁଦ୍ରିକ, ବନ୍ୟ ଜୀବ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ଏ ସମ୍ପର୍କରେ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହ ସରକାରୀ ପ୍ରୋତ୍ସାହନରେ ଜିଲାର ବିଭବକୁ ଅଧିକ ପ୍ରଚାର ପ୍ରସାର ହୋଇପାରିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ।
– ଭୂବନମୋହନ ଜେନା,
ଶିକ୍ଷାବିତ୍‌, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?