‘ରାଧାମୋହନଙ୍କ ଜୈବିକ ଚାଷ ପଦ୍ଧତି ସମାଜ ପାଇଁ ବରଦାନ’

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସମାଜର ବିଭିନ୍ନ ସ୍ରୋତରେ ନିଜକୁ ସାମିଲ କରି କୁସଂସ୍କାର ଦୂର କରିଥିଲେ ପ୍ରଫେସର ରାଧାମୋହନ। ସମାନତା ଆଣିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କେତେବେଳେ ଅଧ୍ୟାପକ ସାଜି ଛାତ୍ରୀଛାତ୍ରଙ୍କ ଭିତରେ ନୈତିକତା ଆଣିଛନ୍ତି ତ ଆଉ କେତେବେଳେ ପରିବେଶ ସୁରକ୍ଷା ଦିଗରେ ପ୍ରେରଣା ଦେଇଛନ୍ତି। ବିଶେଷକରି ଜୈବିକ ଚାଷ ପଦ୍ଧତି ମଣିଷ ସମାଜ ପାଇଁ ବରଦାନ ଥିଲା, ଯାହା ତାଙ୍କୁ ପରିଚିତ କରାଇଥିଲା। ଏହି ପ୍ରଚେଷ୍ଟା ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଆଣି ଦେଇଥିଲା ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ସମ୍ଭବ ଅନୁଷ୍ଠାନ ପକ୍ଷରୁ ଶନିବାର ସୂଚନାଭବନଠାରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱଭୂଷଣ କହିଲେ, ବର୍ତ୍ତମାନ ସମୟରେ ରାସାୟନିକ ସାର ପ୍ରୟୋଗଜନିତ ଖାଦ୍ୟ ମଣିଷକୁ ରୁଗ୍‌ଣ କରୁଛି। ଜୈବିକ ଚାଷକୁ ଆପଣେଇଲେ ଏହା ମଣିଷ ସମାଜ ପାଇଁ ବରଦାନ ସଦୃଶ କାମ କରିବ। ପ୍ରଫେସର ରାଧାମୋହନ ହେଉଛନ୍ତି ଜୈବିକ ଚାଷର ଆଦର୍ଶ ଓ ପ୍ରେରଣାଦାତା। ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କ ଦିଗ୍‌ଦର୍ଶନ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି।
କାର୍ଯ୍ୟକ୍ରମରେ ସମ୍ଭବର ସଭାପତି ଡ. ଭଗବାନ ପ୍ରକାଶ ଓ ଭାରତ ସରକାରଙ୍କ ନିର୍ବାଚନ କମିଶନ ପରାମର୍ଶଦାତା ଡ. ଏ.କେ. ଯାଦବ ଉପସ୍ଥିତ ଥିଲେ। ଏହି ଅବସରରେ ନିଆଳି ନିକଟ ନରିଶସ୍ଥିତ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ପ୍ରମୁଖ ନଟବର ଷଡ଼ଙ୍ଗୀଙ୍କୁ ‘ପ୍ରଥମ ପ୍ରଫେସର ରାଧାମୋହନ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଜୈବିକ କୃଷି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପ୍ରଫେସର ରାଧାମୋହନଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ପ୍ରଫେସର ରାଧାମୋହନଙ୍କ ଜୀବନୀ ଉପରେ ଏକ ସଂକ୍ଷିପ୍ତ ବୃତ୍ତଚିତ୍ର ‘ମୋହନିରୁ ରାଧାମୋହନ : ଏକ ବିସ୍ମୟକର ରୂପାନ୍ତରଣ’, ସ୍ମରଣିକା ‘ଲକ୍ଷେ ବର୍ଷର ଆୟୁଷ’ ଓ ରାଧାମୋହନଙ୍କ କଲମ ନିସୃତ ଲେଖାର ସଂକଳନ ‘କିଏ କହିବ, କ’ଣ ହେବ’ ଏବଂ ‘ତ୍ରୁଟି କେଉଁଠି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?