୧ରୁ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ ତାରିଖରୁ ସମଗ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ମାଲିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ଧରି ୮ ଦଫା ଦାବି ପୂରଣ ନ ହେବାରୁ ସର୍ବସମ୍ମତିକ୍ରମେ ଧର୍ମଘଟକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଛି।
୨୦୨୧ ନଭେମ୍ବର ୧୧ ତାରିଖରେ ତତ୍କାଳୀନ ପରିବହନ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିବା ଦାବିରୁ କୌଣସି ଗୋଟିଏ ବି ପୂରଣ ହୋଇନାହିଁ ବୋଲି ସଂଘ ଅଭିଯୋଗ କରିଛି।
ବସ୍‌ ପର୍‌ମିଟଗୁଡ଼ିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବା, ବସ୍‌ଗୁଡ଼ିକର ବଡିକୋଡ୍‌ ଆଇନ ଅନୁସାରେ ହୋଇଥିଲେ ମଧ୍ୟ ଉକ୍ତ ବସ୍‌ଗୁଡ଼ିକୁ ଦିନବେଳା ଚଳାଚଳ କରିବାକୁ ଦିଆଯାଉ ନାହିଁ। ମୋଟରଯାନ ଆଇନର ବ୍ୟବସ୍ଥା ଅନୁଯାୟୀ ବସ୍‌ଗୁଡ଼ିକର ଫିଟ୍‌ନେସ ଅବଧି ବଳବତ୍ତର ରହିଥିବା ପର୍ଯ୍ୟନ୍ତ ସ୍ଥାୟୀ ପର୍‌ମିଟ ଦେବାର ନିୟମ ସତ୍ତ୍ୱେ ଉକ୍ତ ବସ୍‌ଗୁଡ଼ିକୁ ପର୍‌ମିଟ ଦିଆଯାଉ ନାହିଁ। ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ଗୁଡ଼ିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢ଼ାଇବା ପାଇଁ ସରକାର କୌଣସି ସ୍ଥାନ ନିରୂପଣ ନ କରିବା, ଘରୋଇ ବସ୍‌ଗୁଡ଼ିକର ସାମାନ୍ୟ ତ୍ରୁଟି ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନିକଟରେ ପରିବହନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁସାରେ ୫ ବର୍ଷ ସ୍ଥାୟୀ ପର୍‌ମିଟ ଥିବା ବସ୍‌ ଯଦି ୧ ବର୍ଷ ପାଇଁ ଅଫ୍‌ରୋଡ ହୁଏ ସେହି ବସ୍‌ର ପର୍‌ମିଟ ନବୀକରଣ ନ ହେବା, କୋଭିଡ୍‌ ସମୟରେ ବସ୍‌ ମାଲିକମାନଙ୍କୁ କୋହଳ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ଏବଂ ଯାତ୍ରୀବାହୀ ବସ୍‌ଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ୮ ଦଫା ଦାବିକୁ ନେଇ ଘରୋଇ ବସ୍‌ ମାଲିକ ସଂଘ ସରକାରଙ୍କୁ ଚେତାବନୀ ଦେଇଛିି।
ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ସଚିବ, ପରିବହନ କମିଶନରଙ୍କୁ ସଂଘ ପକ୍ଷରୁ ଜଣାଇ ଦିଆଯାଇଛି। ରାଜ୍ୟ ସରକାର ଯଦି ଜୁନ୍‌ ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନ କରନ୍ତି, ତେବେ ଜୁଲାଇ ୧ ତାରିଖରୁ ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସଂଘ ସଭାପତି ଲୋକନାଥ ପାଣି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ପାଠ ପଢ଼ିବେ ଦଶମ ଛାତ୍ରୀଛାତ୍ର: ସପ୍ତାହରେ ୫ ଦିନ ଦୂରଦର୍ଶନରେ ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ନିଷ୍ପତ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ମହାମାରୀ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଶେଷଭାବେ ମାଟ୍ରିକ୍‌ ପରୀକ୍ଷା...

ଓଡ଼ିଶାରେ ପ୍ରଥମ ବ୍ୟବସ୍ଥା: କଏଦୀ ବ୍ୟବହାର କରିବେ ସ୍ମାର୍ଟ କାର୍ଡ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ପ୍ରାୟ ୧୮ ହଜାର କଏଦୀ ରହୁଛନ୍ତି। ସେମାନେ ଯେପରି ଜେଲ ଭିତରେ ସୁବିଧାରେ ରହିବେ ସେଥିଲାଗି ଜେଲ କର୍ତ୍ତୃପକ୍ଷଙ୍କ...

ରାଜ୍ୟରୁ ପୁଣି ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭କ୯କୁ ବୃଦ୍ଧି ପାଇଛି। ୫ ମୃତକଙ୍କ...

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର...

କଳିଙ୍ଗା ଦୁର୍ଘଟଣା: ଦୋଷ ଲୁଚାଇବାକୁ ଉଦ୍ୟମ, ବିପଦରେ ପକାଇବ ତରବରିଆ ଘରବାହୁଡ଼ା ନିଶା

ଭୁବନେଶ୍ୱର,୪।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସ କାଳ ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକମାନେ ଏବେ ଘରମୁହାଁ ହୋଇଛନ୍ତି। ସେମାନଙ୍କର ଗୋଟିଏ ଚିନ୍ତା କେମିତି...

ପ୍ରଦୀପ୍ତଙ୍କ ଅସୁସ୍ଥତା ବିରୋଧୀଙ୍କୁ ମୌକା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୨ରେ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ବିରୋଧୀ ଦଳ ନେତା ପଦବୀ ପାଇଁ ବିଧାୟକମାନଙ୍କ...

ଯାତକ ମେଳ ନ ଖାଇବାରୁ ବିବାହ ଭାଙ୍ଗିଦେଲେ ପରିବାର ଲୋକେ, ଏମିତି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ

ଝାରସୁଗୁଡା ଅଫିସ,୧୩।୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡ଼ା ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ପୋଲିସ...

ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାଲିଅନ୍ତା ତହସିଲଦାର, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜାମିନ ମିଳିଛି। ତହସିଲଦାର ରଶ୍ମୀରେଖା ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ହାଇକୋର୍ଟ ଗୁରୁବାର ସର୍ତ୍ତମୂଳକ...

Advertisement
Archives

Model This Week