ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର

ଭୁବନେଶ୍ୱର,୧୫ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନ ହେବାକୁ ଥିବା ଅଞ୍ଚଳରୁ ବାହାର ନେତା ଏବଂ କର୍ମୀଙ୍କୁ ସନ୍ଧ୍ୟା ୭ଟା ପୂର୍ବରୁ ସ୍ଥାନ ଛାଡ଼ିବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଜିଲାପାଳଙ୍କୁ କହିଛନ୍ତି। ପ୍ରଚାର ବନ୍ଦ ହେବାର ୩୬ ଘଣ୍ଟା ପରେ ମତଦାନ ଅନୁଷ୍ଠିତ ହେବ। ତେଣୁ ଏହି ସମୟରେ ମତଦାତାଙ୍କୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ବିଭିନ୍ନ ଉପାୟରେ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କୌଣସି ପ୍ରକାର ବେଆଇନ କାର୍ଯ୍ୟ ଯେପରି ନ ହେବ ସେଥିପାଇଁ ଜିଲାପାଳ ଏବଂ ପୋଲିସକୁ ସତର୍କ କରାଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୩୦ଜିଲା ୭୧ବ୍ଲକର ୨୦୨ ଜିଲା ପରିଷଦ ଜୋନ୍‌ର ୧,୬୬୯ ପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ। ଏଥିପାଇଁ ୨୨,୩୭୯ ବୁଥ୍‌ ପ୍ରସ୍ତୁତ ହେବା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯିବ। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ବୋଲି କମିଶନର କହିଛନ୍ତି। ସୋମବାର ବାଲେଶ୍ୱର,ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟ ଜିଲାକୁ ପୋଲିଂ ଦଳ ଗସ୍ତ କରିଛନ୍ତି। ମଙ୍ଗଳବାର ଅନ୍ୟ ୧୯ ଜିଲାକୁ ଅବଶିଷ୍ଟ ପୋଲିଂ ପାର୍ଟି ଗସ୍ତ କରିବେ। ଚଳିତଥର ମତଦାନ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏ ଅନୁଷ୍ଠିତ ହେବ। ପୂର୍ବରୁ ପୂର୍ବାହ୍ନ ୧୨ଟାରେ ଭୋଟ ଗ୍ରହଣ ଶେଷ ହେଉଥିଲା। ପ୍ରଥମଥର ଲାଗି ୧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି।
ଏଥର ପ୍ରଥମଥର ଲାଗି ଭୋଟଗଣତି ମତଦାନ କେନ୍ଦ୍ରରେ ନ ହୋଇ ବ୍ଲକ ସଦରମହକୁମାରେ ୨୬, ୨୭ ଓ ୨୮ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଯେଉଁ କେନ୍ଦ୍ରରେ ଭୋଟ ଗ୍ରହଣ ଶେଷ ହେଉଥିଲା ସେଠାରେ ସେହିଦିନ ଗଣନା କରାଯାଉଥିଲା। ଏହାକୁ ନେଇ ଆପତ୍ତି ଅଭିଯୋଗ ହେବା ପରେ କମିଶନ ଏକକ ଗଣନା କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତିରାଜ ଆଇନକୁ ସଂଶୋଧନ କରିଛନ୍ତି। ଭୋଟ ଗ୍ରହଣ ପରେ ଆଉ ଗଣନା ନ ହୋଇ ଭୋଟବାକ୍ସଗୁଡ଼ିକ ବ୍ଲକ ମୁଖ୍ୟାଳୟରେ ରହିବ। ସମସ୍ତ ୫ପର୍ଯ୍ୟାୟ ମତଦାନ ଶେଷ ହେବାର ଦିନକ ପରେ ଜୋନ୍‌ଓ୍ବାରି ଗଣନା ହେବ। ସେହିଦିନ ଫଳାଫଳ ପ୍ରକାଶ କରାଯିବ। ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଚାହୁଁଥିବା କର୍ମଚାରୀଙ୍କ ପାଇଁ ମତଦାନ ଦିନ ଦରମା ପ୍ରଦାନ ସହ ଛୁଟି ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବାଣିଜ୍ୟ ଓ ଶିଳ୍ପାନୁଷ୍ଠାନ ନିଜ ନିଜ ଅଞ୍ଚଳ ପାଇଁ ସ୍ଥିର ହୋଇଥିବା ମତଦାନ ତାରିଖ ଦିବସରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଜିଲାପାଳ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଚିଠି ଲେଖି ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ: ହେଲେ ଲୋକ ସଭା ସଚେତକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ପରେ ବୁଧବାର ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ଲୋକ ସଭାର ସଚେତକ ଭାବେ...

ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ...

କାନ୍‌ସରେ ଉନ୍ମୋଚିତ ହେଲା ‘ଜଙ୍ଗଲ କ୍ରାଏ’ର ପୋଷ୍ଟର : ଟିଜର୍‌ ଫିଲ୍ମରେ ବିଶ୍ୱବିଜେତା ଓଡ଼ିଶା ଜନଜାତି ଟିମ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଜୁନିୟର ରଗ୍‌ବୀ ଓ୍ବାର୍ଲଡ କପ୍‌ ଜିତି ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିବା କିସ୍‌ ରଗ୍‌ବୀ ଦଳ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ...

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ଆରମ୍ଭ ହେଲା ‘ମୋ ବିଦ୍ୟୁତ୍‌’ ପୋର୍ଟାଲ ‘ମୋବାଇଲ ଆପ୍‌’: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)- ରାଜ୍ୟର ବିଦ୍ୟୁତ୍‌ ସେବା ମୋ ସରକାର ଦ୍ୱାରା ତଦାରଖ କରାଯିବ। ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ସୁବିଧା ପାଇଁ ଅନ୍‌ଲାଇନ ବିଦ୍ୟୁତ ଉପଭୋକ୍ତା...

ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ...

ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ...

Advertisement
Archives

Model This Week