ପ୍ରଥମ ପାରିଶ୍ରମିକ ବହିକିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଥିଲା

ସାହିତି୍ୟକା ବନ୍ଦିତା ଦାଶ ନିଜ
ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ପ୍ରଥମ ହେବା ଅନୁଭବ ସତରେ ନିଆରା। ସତରେ ପୁଲକିତ କରେ ତନୁମନ। ଯେକୌଣସି କାମର ପ୍ରଥମ ମୁହୂର୍ତ୍ତ ମନେ ରହେ ଆଜୀବନ। ଅନାଦି ସାର୍‌ ମନେପଡ଼ନ୍ତି ତାଙ୍କ କହିବା ଶୈଳୀ ପାଇଁ। ସେ ଥରେ ଶୀର୍ଷକ ବିହୀନ ଗପ ଶୁଣେଇ ଆମକୁ ଶୀର୍ଷକଟିଏ ବାଛି ଦେବାକୁ କହିଲେ ଓ ପ୍ରତି ବଦଳରେ କିଛି ପୁରସ୍କାର ଦେବାକୁ ରଖିଲେ। ଡରିଡରି ଯାହା ଉତ୍ତର ଦେଇଥିଲି ସେଥିରୁ ଜାଣିଥିଲି ପରିଶ୍ରମର ମୂଲ୍ୟକୁ ହିଁ ପାରିଶ୍ରମିକ ବା ରୋଜଗାର କୁହାଯାଏ। ପ୍ରତିଦିନ କିଛି କାମ ଓ ମାସ ଶେଷରେ ଏକ ସୁନ୍ଦର ଅଙ୍କର ଅର୍ଥ ହେଉଛି ରୋଜଗାର। ମୁଁ ସ୍ବପ୍ନ ଦେଖିଥିଲି ପିଲାବେଳୁ ୟାକୁ ନେଇ। କିନ୍ତୁ, ପୂରଣ କେଉଁଠି ହେଲା ଯେ…!
କେବେ କେମିତି ପାଠପଢ଼ା ସମୟରେ ଡ୍ରାମା କରିବାବେଳେ କେହିକେହି ଶୁଭେଚ୍ଛୁ କି ଦର୍ଶକ କିଛି ଟଙ୍କା ଦେଉଥିଲେ, ସେଇଟା କ’ଣ ରୋଜଗାର…. ନା ପୁରସ୍କାର..। ମନରେ ବାରମ୍ବାର ଆସେ ଦ୍ୱନ୍ଦ..। କାହାକୁ ମଣିବି ରୋଜଗାର…! ପ୍ରତିଦିନ ଏମିତି କ’ଣ କଲି ଯେ ସକ୍ଷମ ହେଲି ରୋଜଗାର ପାଇଁ…! ଏସବୁ ମନ ଭିତରେ ଘାଣ୍ଟି ଚକଟି ହୁଏ… ଲେଖିବାକୁ ମନ ବଳେନି ଆଉ।
କଲେଜ ପଢ଼ା ସମୟରେ ଡେଣା ଲାଗେ ମନରେ। ପହଁରିଯାଏ ସାରା ସହର ଆଖିରେ ଆଖିରେ…। ଭାସୁଥାଏ କାଉଁରୀ ସ୍ବପ୍ନର ଉତ୍ତାଳ ଲହରୀରେ। ସହସ୍ର ସ୍ମୃତିର ଶୀତଳ ମନୁମେଣ୍ଟ କହେ ମୁଁ ରେଭେନ୍ସାକୁ। ଦିନେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର କିଛି ପିଲାଙ୍କୁ ସାର୍‌ମାନେ ବାଛି ରେଡିଓ ଷ୍ଟେଶନକୁ ପଠେଇବେ ବୋଲି କହିଲେ ଯୁବବାଣୀ ବିଭାଗରେ ଯୋଗଦେବାକୁ। ଅନେକ ପଢାପଢି, ଲେଖାଲେଖି, ପ୍ରଶ୍ନ ଉତ୍ତର ପରେ ନିର୍ଦ୍ଧିଷ୍ଟ ଦିନ ଆସିଲା। ଦଳେ ଥିଲୁ ଆମେ। ସମସ୍ତେ ଭାଗ ନନେଇବି ଯାଇଥିଲେ ସାଙ୍ଗଦେବାକୁ। କବିତା ପାଠ, ସମୂହ ଆଲୋଚନା, ବହୁତ ସୁନ୍ଦର ଅନୁଭବ… ନିଜ ସ୍ବରର ଲୋଭ… ମିଠା ଆକଟ ସବୁ ମିଶି ଢେର ଅଭିଜ୍ଞତା ସାଉଁଟି ହୋଇଗଲା। ଅନୁରୋଧର ଚିଠି ଲେଖି ଜଣାଇଥିଲି ଶୁଣିବାକୁ ନିର୍ଦ୍ଧିଷ୍ଟ ତାରିଖରେ ପ୍ରସାରିତ ହେବାକୁ ଥିବା ଆମ ପ୍ରୋଗ୍ରାମକୁ… ସାର୍‌ମାନେ ପଚାରିନେଲେ କେମିତି ଥିଲା ସବୁ… ସବୁ ମିଶି ମନ ଉଡୁଥିଲା ଆକାଶରେ, ସମ୍ଭାବନାର ଦିଗଦିଗନ୍ତ ଫର୍ଚ୍ଚା ହେଉଥିଲା ସେବେଳାରେ…। ମିଳିଥିବା ଟଙ୍କା ସମାନ ଆକାରରେ ଭାଗ ହେଲାପରେ ରିକ୍ସା ଭଡ଼ା ଯାଇ ବି ଢେର ଲାଗିଲା। ମଣି ନାନୀ, ଉଲ୍ଲାସ ମାଉସୀଙ୍କୁ ପାଞ୍ଚ ଟଙ୍କା ଲେଖାଏଁ ଦେଇଥିଲି। ସେତେବେଳେ ଆମ ହଷ୍ଟେଲ କ୍ୟାଣ୍ଟିନରେ ଟଙ୍କାରେ ପାଞ୍ଚଟା ଇଡ୍‌ଲି, ଚାରିଟା ବରା ମିଳୁଥିଲା। ଦୋସା ନେଉଥିଲା ସତୁରୀ କି ଅଶି ପଇସା…। କୋଡ଼ିଏ ନମ୍ବର ରୁମର ସାଙ୍ଗମାନେ ବିଚାର କଲୁ ଏ ଟଙ୍କାକୁ ଖର୍ଚ୍ଚ କେମିତି କରିବୁ। ବହି କିଣିବାକୁ ବାଲୁବଜାର ଗଲେ ଆମେ ରେଭେନ୍ସା କଲେଜରୁ ଆସିଚୁ ଜାଣି ଆମକୁ ଢେର ସ୍ନେହ ଆଦର ଦେଇ ଖୁବ୍‌ କମ୍‌ ଟଙ୍କାରେ ଓଡ଼ିଆ ବହି ଦେଉଥିଲେ ସେତେବେଳେ। କିଛିକିଛି ବହି ଖାଲିରେ ବି ଦେଉଥିଲେ। ମନବ୍ୟାଗ୍‌ ଭର୍ତ୍ତି ହୋଇଯାଉଥିଲା ବହି ଓ ସ୍ନେହ ଆଦରରେ। ଶେଷରେ ପ୍ରଥମ ପାଇଥିବା ଏ ଟଙ୍କା ବହି କିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଲା ମାତ୍ର ରେଡ଼ିଓ ଷ୍ଟେଶନ ବାରିପଦା ଓ ରାଉରକେଲା ସହିତ ପୁଲକିତ ସମ୍ପର୍କ ଯୋଡ଼ି ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri