ପ୍ରଥମ ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ ଏବେ ଜରାଜୀର୍ଣ୍ଣ

ବନ୍ଦନା ସେଠୀ
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସେଥିମଧ୍ୟରୁ କେତୋଟି ବାସ୍ତବ ରୂପ ନେଉଥିବାବେଳେ ଆଉ କେତେକ ଯୋଜନା ଫାଇଲ୍‌ ତଳେ ଚାପିହୋଇ ରହିଯାଉଛି। ପ୍ରକଳ୍ପ ନିର୍ମାଣ କରିବା ପରେ ତାହାର ରକ୍ଷଣାବେକ୍ଷଣ କଥା କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପ୍ରକଳ୍ପ ଅଳ୍ପ କିଛି ବର୍ଷରେ ଧ୍ୱଂସ ପାଲଟି ଯାଉଛି। ଏହାର ଏକ ଉଦାହରଣ ହେଉଛି ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପାର୍କ ଏବେ ଜରାଜୀର୍ଣ୍ଣରେ ପରିଣତ ହୋଇଛି।
ବିଡିଏ ଏବଂ ଆର୍ଟିଷ୍ଟ ନେଟ୍‌ଓ୍ବର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌)ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ମୁକ୍ତାକାଶ ସ୍କଲ୍ପଚର୍‌ ପାର୍କ ନିର୍ମିତ ହୋଇଥିଲା। ୨୦୧୮ ନଭେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏଠାରେ ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ୍‌ ଥିମ୍‌କୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇଥିଲା। ଭୁବନେଶ୍ୱର ଓ କଟକ ମହାନଗରରୁ ସଂଗୃହୀତ ହୋଇଥିବା ୫୦ ଟନ୍‌ର ବର୍ଜ୍ୟ ଯଥା ପୁରୁଣା ଲୁହା, ଟିଣ, ଆଲୁମିନିୟମ, ଦସ୍ତା, ଭଙ୍ଗା ସାଇକେଲ ଆଦି ବିଭିନ୍ନ ଅନାବଶ୍ୟକ ସାମଗ୍ରୀରୁ ହାତୀ, ସିଂହ, ମୟୂର, ବାଘ, ହରିଣ, କଇଁଛ, ଘୋଡ଼ା ଭଳି ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ ସମେତ ଅନେକ ପ୍ରକାରର ପ୍ରାୟ ୨୧ଟି କଳାକୃତି ତିଆରି ହୋଇଥିଲା। ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ବିଭିନ୍ନ ଦେଶରୁ ଆସିଥିବା ୧୪ ଜଣ ଏବଂ ୭ ଜଣ ଭାରତୀୟ କାରିଗରଙ୍କ ଦ୍ୱାରା ବର୍ଜ୍ୟକୁ ଜୀବନ୍ତ ରୂପ ଦିଆଯାଇଥିଲା। ୫ ଏକର ଜାଗା ଉପରେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଥିଲା। ଅଦରକାରୀ ସାମଗ୍ରୀକୁ ଏଣେତେଣେ ନ ଫିଙ୍ଗି ସେଥିରୁ ସୁନ୍ଦର କଳାକୃତି ନିର୍ମାଣ କରାଯାଇପାରିବ ବୋଲି ଏଠାରେ ବାର୍ତ୍ତା ଦିଆଯାଇଥିଲା। ତେବେ ଭାରତର ସର୍ବପ୍ରଥମ ଇଣ୍ଟରନ୍ୟାଶନାଲ ଆର୍ଟ ସିମ୍ପୋଜିୟମ୍‌ କୁହାଯାଉଥିବା ଏହି ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। କଳାକୃତି ବଦଳରେ ଏବେ ସେଠାରେ ଅନାବନା ଘାସ ବୁଦା ଏବଂ ଊଇହୁଙ୍କା ଦେଖିବାକୁ ମିଳୁଛି। ବିଶେଷକରି ଶିଶୁଙ୍କୁ ଆକୃଷ୍ଟ କରୁଥିବା ଜୀବଜନ୍ତୁଙ୍କ ଆକୃତି ଏବେ ଲୁପ୍ତପ୍ରାୟ। ପରିଚାଳନା ତ ଦୂରର କଥା, ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ପ୍ରତିକୃତିରେ ଲାଗିଥିବା ଲୁହାକୁ କାଢ଼ି ନେଇ ଦୁର୍ବୃତ୍ତ ବିକି ସାରିଲେଣି। ଏହି ମୁକ୍ତାକାଶ ପାର୍କ ଏବେ ନିଶାସକ୍ତ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି।
ଏ ନେଇ ବିଡିିଏର ମୁଖ୍ୟ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ବିଡିଏର କେବଳ ଜାଗା ଥିଲା। ପରିଚାଳନା ଓ ଖର୍ଚ୍ଚ ଆନ୍‌ପିକ୍‌ ସଂସ୍ଥା କରିଥିଲା। ଆନ୍‌ପିକ୍‌ ସଂସ୍ଥା ତାହାର ରକ୍ଷଣାବେକ୍ଷଣ କଲା ନାହିଁ। ସମ୍ପୃକ୍ତ ଅଞ୍ଚଳ ଉପରେ ୩୩କେଭିର ବିଦ୍ୟୁତ୍‌ ଲାଇନ୍‌ ରହିଛି। ତେଣୁ ସେଠାରେ ଏହି ପାର୍କ ପାଇଁ ଓପିଟିଏସ୍‌ ବାରଣ କରିଥିଲା ବୋଲି ଧର କହିଛନ୍ତି। ତେବେ ଏଭଳି ଏକ ସ୍ଥାନରେ ବିଡିଏ ପାର୍କ ପାଇଁ ଅନୁମତି ଦେଲା କିପରି ପଚାରିବାରୁ, ଏ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାକୁ ପଚାରନ୍ତୁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି ଅଧିକାରୀ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କରାଯାଉଥିବାବେଳେ ବିଭାଗ ଦୃଷ୍ଟି ଦେଉ ନାହିଁ। ଅପରପକ୍ଷେ ଦେଶ ବିଦେଶରୁ ଶିଳ୍ପୀମାନେ ଆସି ପାର୍କ ନିର୍ମାଣ କରିବା ସମୟରେ ମଧ୍ୟ ଓପିଟିସିଏଲ୍‌ କିପରି କିଛି ଜାଣି ପାରିଲା ନାହିଁ ତାହା ପ୍ରଶ୍ନ ହୋଇଛି। ଏଥିରୁ ସରକାର୍‌ କା ମାଲ୍‌, ଦରିଆ ମେଁ ଡାଲ୍‌ ନୀତିରେ ଏଠାରେ କାର୍ଯ୍ୟ ହେଉଥିବା ପ୍ରମାଣିତ ହେଉଛି। ଅନ୍ୟପକ୍ଷେ ୩୩ କେଭି ବିଦ୍ୟୁତ୍‌ ତାର ଥିବା ସତ୍ତ୍ୱେ ଏବେ ବି ପାର୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଲୁହା ନିର୍ମିତ ପ୍ରତିକୃତିଗୁଡ଼ିକ ପଡ଼ିରହିଛି। ସେଗୁଡିକୁ ସ୍ଥାନାନ୍ତର କରାଯାଉ ନାହିଁ।
ସୂଚନାଯୋଗ୍ୟ, ଛୋଟ ବଡ଼ ମିଶି ଏଠାରେ ୨୧ଟି କଳାକୃତି ରହିଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିଲା। ଆବର୍ଜନାରୁ ଯେ ଏଭଳି ସୁନ୍ଦର କଳାକୃତି ପ୍ରସ୍ତୁତ ହୋଇପାରେ ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ମାତ୍ର ଆବର୍ଜନାରୁ ପ୍ରସ୍ତୁତ କଳାକୃତିଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ପୁଣି ଆବର୍ଜନାରେ ପରିଣତ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାର୍କିଂ, ରାସ୍ତା, ପଥଚଲା ରାସ୍ତା ସମେତ ଉଦ୍ୟାନର ଯୋଜନା ମଧ୍ୟ ରହିଥିଲା। ନିଆରା ସୃଜନଶୀଳତାକୁ ଉପଭୋଗ କରିବା ପାଇଁ ବେଶ୍‌ କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ମାତ୍ର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଶିଳ୍ପୀମାନଙ୍କ ଏତେ ଦିନର ପରିଶ୍ରମ ଏବେ ପାଣିରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?