Posted inଖେଳ

ଏହି ଷ୍ଟାଡିୟମରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୬।୪: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ ଏହା କହିଛନ୍ତି। ବିଶ୍ୱକପ୍‌ରସମସ୍ତ ମ୍ୟାଚ କେବଳ ଭାରତରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଆମେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ (ଏଚପିସିଏ) ଧର୍ମଶାଳା ଷ୍ଟାଡିୟମରେ ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ଅରୁଣ ଧୁମଲ କହିଛନ୍ତି ଯେ ଧର୍ମଶାଳା ଷ୍ଟାଡିୟମରେ ଆୟୋଜିତ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଯୋଗୁ ପର୍ଯ୍ୟଟନ ସହର ଧର୍ମଶାଳା ପୁଣି ଥରେ ବିଶ୍ୱବ୍ୟାପୀ ମାନ୍ୟତା ପାଇବ। ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏଥିରୁ ଏକ ବଡ଼ ଲାଭ କରିବେ ବୋଲି ଆଶା କରାଯାଉଛି। ଦୀର୍ଘ ଦିନ ଧରି ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହୋଇନାହିଁ। ସୂଚନାଯୋଗ୍ୟ, ବିଶ୍ୱକପ୍‌ର ୮ଟି ସମ୍ଭାବ୍ୟ ସ୍ଥାନରେ ଧର୍ମଶାଳାକୁ ଅନ୍ତର୍ଭୂକ୍ତ କରାଯାଇଛି। ତେବେ ଏହି ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆର ନୂଆ ଜର୍ସି: କଂଗ୍ରେସ ସମର୍ଥକ କ୍ଷୁବ୍ଧ

ବର୍ମିଂହାମ,୨୯।୬- ଭାରତୀୟ ଦଳ ତା’ର ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କମଳା ରଙ୍ଗର ଜର୍ସି ପିନ୍ଧିବ। ଜର୍ସିର ନୂଆ ଲୁକ୍‌ ସାମ୍ନାକୁ ଆସିବା...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

ଗୁଣେଶ୍ୱରନ ବିଜୟୀ

ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ତୁର୍କୀରେ ଆଣ୍ଟାଲ୍ୟା ଓପନ୍‌ ଏଟିପି ୨୫୦ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ...

ଇଂଲଣ୍ଡ ଦଳକୁ ଫେରିଲେ ଫୋକ୍ସ, ଜେନିଙ୍ଗ୍ସ

ଲଣ୍ଡନ, ୧୨ା୨ (ଏଏଫ୍‌ପି)- ଶ୍ରୀଲଙ୍କା ଟୁର୍‌ ପାଇଁ ଇଂଲଣ୍ଡ ଟେଷ୍ଟ ଦଳକୁ ଏକ ବର୍ଷ ବ୍ୟବଧାନରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବେନ୍‌ ଫୋକ୍ସ ଏବଂ କିଟନ ଜେନିଙ୍ଗ୍ସ।...

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ...

ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ,...

କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌

୨୦୧୯ ବର୍ଷର ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ...

ଟୋକିଓ: ଗୃହହୀନ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ଚାହୁଁଛନ୍ତି

ଟୋକିଓ,୧୮।୪(ଏପି): କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରିଥିବା ବେଳେ ଟୋକିଓରେ ଗୃହହୀନଙ୍କ ଏକ ବର୍ଗ ତଥା ସମୁଦାୟ ଏକ ଭିନ୍ନ ପ୍ରକାର ଦାବି ଉପସ୍ଥାପନା...

Advertisement

BGU

Archives

Model This Week

Why Dharitri