Posted inଖେଳ

ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌

ନୂଆଦିଲ୍ଲୀ,୧୪।୭(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦୀପକ କାବ୍ରା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବେ। ଜଣେ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ନ ଥିଲେ ମଧ୍ୟ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଦୀପକଙ୍କ ସ୍ବପ୍ନ ସାକାର ହୋଇଛି।
ଅଲିମ୍ପିକ୍ସରେ କାବ୍ରା ପୁରୁଷ ଆର୍ଟିଷ୍ଟିକ ଜିମ୍ନାଷ୍ଟ ଇଭେଣ୍ଟରେ ଜଜ୍‌ ରହିବେ। ଗତବର୍ଷ ମାର୍ଚ୍ଚରେ ଏ ନେଇ ଆମନ୍ତ୍ରଣ ପାଇଥିଲି। ତେବେ କେଭିଡ୍‌-୧୯ କାରଣରୁ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚି ଯାଇଥିଲା। ଫଳରେ ଗୋଟିଏ ବର୍ଷ ମୋତେ ଉତ୍କଣ୍ଠାର ସହ ଅପେକ୍ଷ କରିବାକୁ ପଡିଥିଲା। ଗତ ଏପ୍ରିଲରେ ପୁଣିଥରେ ମୋତେ ଏ ସଂକ୍ରାନ୍ତରେ ସୂଚନା ମିଳିଥିଲା। ତେବେ ମହାମାରୀର ପ୍ରକୋପ ଜାରି ରହିଥିବାରୁ ଅଲିମ୍ପିକ୍ସ ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଥିଲା। ତେବେ ଶେଷରେ ମୋର ସ୍ପପ୍ନ ପୁରଣ ହେବାକୁ ଯାଉଛି ୩୩ ବର୍ଷୀୟ ଦୀପକ କହିଛନ୍ତି। ଜଣେ ଆଥଲେଟ ହେବା ପାଇଁ ମୋର ସେଭଳି ମୌଳିକ ଦକ୍ଷତା ନ ଥିଲା। ଫଳରେ ଜିମ୍ନାଷ୍ଟ ହେବାର ଅଭିଳାଷକୁ ତ୍ୟାଗ କରିଥିଲି। ମୋ କୋଚ୍‌ କୌଶିକ ବେଡିଓ୍ବାଲା ମଧ୍ୟ ଜଣେ ଜଜ୍‌। ତାଙ୍କଠାରୁ ପ୍ରେରଣ ପାଇ କୋର୍ସ କରିଥିଲି ଓ ୨୦୦୯ରେ ଶୀର୍ଷରେ ରହିଥିଲି ବୋଲି ସେ କହିଛନ୍ତି।
ଭାରତରେ ଅନୁଷ୍ଠିତ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ଦାୟିତ୍ୱରେ ରହିଥିଲେ। ସେହିପରି ସେ ପ୍ରଥମ ଭାରତୀୟ ଭାବେ ୨୦୧୪ ଏସିଆନ ଗେମ୍ସ ଓ ୟୁଥ ଗେମ୍ସରେ ଇଭେଣ୍ଟ ପରିଚାଳନା କରିଥିଲେ। ୨୦୧୮ରେ ମଧ୍ୟ ସେ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସମାନ ଦାୟିତ୍ୱ ପାଇଥିଲେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସର୍ବକନିଷ୍ଠ ଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ଏପର୍ଯ୍ୟନ୍ତ ସେ ୨୦ଟି ମେଜର ଇଭେଣ୍ଟ ପରିଚାଳନା କରିଛନ୍ତି। ଅଲିମ୍ପିକ୍ସରେ ପ୍ରଣତି ନାୟକ ଜିମ୍ନାଷ୍ଟିକ୍‌ରେ ଅଂଶଗ୍ରହଣ କରିବେ। ସେ ୨୦୧୯ ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri