Posted inଭଦ୍ରକ

ଚାନ୍ଦବାଲି ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ: ୪୨.୯୪ କୋଟି ବଜେଟ ଉପସ୍ଥାପନ

ଚାନ୍ଦବାଲି, ୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ପ୍ରଥମ ସାଧାରଣ ବୈଠକ ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ଏମ୍‌ପିଙ୍କ ପ୍ରତିନିଧି ଖଗେଶ୍ୱର ବଳ, ଉପାଧ୍ୟକ୍ଷ ଅମରେନ୍ଦ୍ର ସାହୁ, ତହସିଲଦାର ସୁଶାନ୍ତ ସୂତାର, ଏନ୍‌ଏସି ଅଧିକାରୀ ଭାଗୀରଥି ପ୍ରଧାନ ଓ ୧୫ଜଣ କାଉନସିଲର ବୈଠକରେ ଯୋଗ ଦେଇଥିଲେ। ବିଗତ ଦିନରେ ଏନ୍‌ଏସିରେ ହୋଇଥିବା ଉନ୍ନୟନ କାର୍ଯ୍ୟ ବାବଦରେ ବିଧାୟକ ରାୟ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହି ସହରକୁ ସରସ ସୁନ୍ଦର ସହର ଭାବେ ଗଢ଼ିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଜଳ ନିଷ୍କାସନ ସମସ୍ୟା ସହରବାସୀଙ୍କ ପାଇଁ ମୁଖ୍ୟ ଆହ୍ବାନ ବୋଲି କହିବା ସହ ଏହାକୁ କିପରି ମୁକାବିଲା କରାଯିବ ସେ ଦିଗରେ ସମସ୍ତେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଚଳିତବର୍ଷ ପାଇଁ ୪୨ କୋଟି ୯୪ ଲକ୍ଷ ୫୨ ହଜାର ୮ ଶହ ଟଙ୍କାର ବଜେଟ୍‌ ଅନୁମୋଦନ ଲାଗି ଉପସ୍ଥାପନ କରାଯାଇଥିଲା। ୧୪ ଦିନ ମଧ୍ୟରେ କାଉନସିଲରମାନେ ସେମାନଙ୍କ ଅଭିଯୋଗ ଦାଖଲ କଲା ପରେ ପରବର୍ତ୍ତୀ ବୈଠକରେ ଏହାକୁ ଅନୁମୋଦନ କରାଯିବ ବୋଲି ସୂଚନା ମିଳିଛି। ଭେଣ୍ଡିଂ ଜୋନ୍‌ ତୁରନ୍ତ ନିର୍ମାଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ନିର୍ବାହୀ ଅଧିକାରୀ ଭାଗୀରଥି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri