Posted inଭଦ୍ରକ

ଚାନ୍ଦବାଲି ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ: ୪୨.୯୪ କୋଟି ବଜେଟ ଉପସ୍ଥାପନ

ଚାନ୍ଦବାଲି, ୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ପ୍ରଥମ ସାଧାରଣ ବୈଠକ ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ଏମ୍‌ପିଙ୍କ ପ୍ରତିନିଧି ଖଗେଶ୍ୱର ବଳ, ଉପାଧ୍ୟକ୍ଷ ଅମରେନ୍ଦ୍ର ସାହୁ, ତହସିଲଦାର ସୁଶାନ୍ତ ସୂତାର, ଏନ୍‌ଏସି ଅଧିକାରୀ ଭାଗୀରଥି ପ୍ରଧାନ ଓ ୧୫ଜଣ କାଉନସିଲର ବୈଠକରେ ଯୋଗ ଦେଇଥିଲେ। ବିଗତ ଦିନରେ ଏନ୍‌ଏସିରେ ହୋଇଥିବା ଉନ୍ନୟନ କାର୍ଯ୍ୟ ବାବଦରେ ବିଧାୟକ ରାୟ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହି ସହରକୁ ସରସ ସୁନ୍ଦର ସହର ଭାବେ ଗଢ଼ିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଜଳ ନିଷ୍କାସନ ସମସ୍ୟା ସହରବାସୀଙ୍କ ପାଇଁ ମୁଖ୍ୟ ଆହ୍ବାନ ବୋଲି କହିବା ସହ ଏହାକୁ କିପରି ମୁକାବିଲା କରାଯିବ ସେ ଦିଗରେ ସମସ୍ତେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଚଳିତବର୍ଷ ପାଇଁ ୪୨ କୋଟି ୯୪ ଲକ୍ଷ ୫୨ ହଜାର ୮ ଶହ ଟଙ୍କାର ବଜେଟ୍‌ ଅନୁମୋଦନ ଲାଗି ଉପସ୍ଥାପନ କରାଯାଇଥିଲା। ୧୪ ଦିନ ମଧ୍ୟରେ କାଉନସିଲରମାନେ ସେମାନଙ୍କ ଅଭିଯୋଗ ଦାଖଲ କଲା ପରେ ପରବର୍ତ୍ତୀ ବୈଠକରେ ଏହାକୁ ଅନୁମୋଦନ କରାଯିବ ବୋଲି ସୂଚନା ମିଳିଛି। ଭେଣ୍ଡିଂ ଜୋନ୍‌ ତୁରନ୍ତ ନିର୍ମାଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ନିର୍ବାହୀ ଅଧିକାରୀ ଭାଗୀରଥି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri