Posted inଫୁରସତ

କୀଟ ମସ୍ତିଷ୍କର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ର

ନୂଆଦିଲ୍ଲୀ: ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ ନେତୃତ୍ୱରେ ଅନ୍ତର୍ଜାତୀୟ ଦଳ ଏକ ଡ୍ରୋସୋଫିଲା(ଖାଦ୍ୟପଦାର୍ଥ ଉପରେ ଉଡୁଥିବା କ୍ଷୁଦ୍ର ମାଛି)ର ମସ୍ତିଷ୍କରେ ଥିବା ପ୍ରତ୍ୟେକ ସ୍ନାୟୁ ସଂଯୋଗକୁ ଅନୁଧ୍ୟାନ କରି ଏକ ଚିତ୍ର ପ୍ରସ୍ତୁତ କରିଛି, ଯାହା ଏକ ମଣିଷ ମସ୍ତିଷ୍କର ତୁଳନାତ୍ମକ ନମୁନା। ଏହି ମଡେଲ ଜରିଆରେ ନ୍ୟୁରନ ପରସ୍ପର ସହିତ କିପରି ସଂଯୋଗ ତାହା ଆମେ ଜାଣିପାରିବା ବୋଲି ଜନ୍‌ ହପ୍‌କିନ୍ସ ବାୟୋମେଡିକାଲ ବିଶେଷଜ୍ଞ ତଥା ବରିଷ୍ଠ ଲେଖକ ଜୋଶୁଆ ଟି. ଭୋଗେଲଷ୍ଟାଇନ କହିଛନ୍ତି। ମସ୍ତିଷ୍କକୁ ମାପ କରିବାର ପ୍ରଥମ ପ୍ରୟାସ ୧୯୭୦ରେ ଆରମ୍ଭ ହୋଇଥିବାବେଳେ ଏକ ଗୋଲାକାର ପୋକର ମସ୍ତିଷ୍କକୁ ୧୪ ବର୍ଷ ଅନୁସନ୍ଧାନ କରିବା ପରେ ସେହି ନମୁନାଟି ନୋବେଲ ପୁରସ୍କାର ପାଇଥିଲା। ରିଲିଜ୍‌ ହୋଇଥିବା ଏହି ମସ୍ତିଷ୍କ ନମୁନାଟି ଏକ କ୍ଷୁଦ୍ର ମାଛି ଡ୍ରୋସୋଫିଲାର। ଏହି ମାନଚିତ୍ରରେ ୩ ହଜାର ୧୬ଟି ନ୍ୟୁରନ୍‌ ଥିବାବେଳେ ସେମାନଙ୍କ ମଧ୍ୟରେ ୫ ଲକ୍ଷ ୪୮ ହଜାର ସଂଯୋଗ ରହିଛି। ଏହି ମାନଚିତ୍ର ପାଇଁ ୫୦ ବର୍ଷ ଲାଗିଥିବା ଭୋଗେଲଷ୍ଟାଇନ କହିଛନ୍ତି। ଏକ ମୂଷାର ମସ୍ତିଷ୍କ ଏହି ଛୋଟ ମାଛିର ମସ୍ତିଷ୍କଠାରୁ ଏକ ମିଲିୟନ ଗୁଣ ବଡ଼ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ଭବିଷ୍ୟତରେ ମଣିଷ ମସ୍ତିଷ୍କର ନମୁନା କରିବା ସମ୍ଭାବନା କମ୍‌ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri