କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି। ବିକ୍ରି କିମ୍ବା ବାଣ ଫୁଟାଇଲେ ଆଇନ ଜାଲରେ ଛନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଯୋଗୁ କେନ୍ଦ୍ରାପଡ଼ା ଜିଲାର ୧୫୦୦ରୁ ଊର୍ଦ୍ଧ୍ୱ ବାଣ ପ୍ରସ୍ତୁତକାରୀ ହତାଶ ହୋଇପଡିଛନ୍ତି। ଫେବୃୟାରୀରୁ ଅଦ୍ୟାବଧି କୋଭିଡ-୧୯ କଟକଣା ଯୋଗୁ ବାଣ ବ୍ୟବସାୟ କରି ପାରିନାହାନ୍ତି। କଟକଣା ତାଙ୍କର ଜୀବିକାକୁ ଛଡାଇ ନେଇଥିବା ବାଣ ପ୍ରସ୍ତୁତକାରୀମାନେ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ବାଣ ଫୁଟାଯିବା ଦ୍ୱାରା ଯେଉଁ ଧୂଆଁ ବାହାରିବ ତାହା ପରିବେଶକୁ ପ୍ରଦୂଷିତ କରିବ। ବାୟୁ ପ୍ରଦୂଷଣର ମାତ୍ରା ବଢିଯିବ। ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବ। ଯାହାକି ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ।
କେନ୍ଦ୍ରାପଡ଼ା ସହର ନିକଟ ଗରାପୁରର ବାଣ ପ୍ରସ୍ତୁତକାରୀ ଭରତ ଦାସଙ୍କୁ ପଚାରିବାରେ, କୋଭିଡ-୧୯ କଟକଣା ଜୀବନକୁ ଦୁର୍ବିଷହ କରିଦେଇଛି। ଦୀର୍ଘ ୮ମାସ ଧରି ବାଣ ବ୍ୟବସାୟ ବନ୍ଦ ରହିଛି। ବିବାହ, ବ୍ରତ, ପୂଜାଉତ୍ସବରେ ଏବେ ବାଣ ବ୍ୟବହାର ହେଉନାହିଁ। ଆସନ୍ତା ୧୪ରେ ଦୀପାବଳି ଅମାବାସ୍ୟାରେ ବାଣ ବ୍ୟବହାରକୁ ବନ୍ଦ ପରେ ପରିବାର ଚଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଗ୍ରାମର ମାଧବ ଚନ୍ଦ୍ର ବେହେରା କୁହନ୍ତି, ଏପ୍ରିଲରେ ଜିଲାରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲା। ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୩ ଅଙ୍କରେ ପହଞ୍ଚତ୍ ଥିଲା। ଅକ୍ଟୋବର ୨୦ରୁ ସଂକ୍ରମିତଙ୍କ ସଂଖ୍ୟା ୫୦ ମଧ୍ୟରେ ରହୁଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଓ ଅନ୍‌ଲକ ପ୍ରକ୍ରିୟା ମଧ୍ୟରେ ଦୀପାବଳି ଅମାବାସ୍ୟା କଟକଣାମୁକ୍ତ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ କିଣା ଯାଇ ବାଣ ପ୍ରସ୍ତୁତ କରାଯାଇଛି। କଟକଣା ପରେ ପ୍ରସ୍ତୁତ ହୋଇଥିବା ବାଣ ଓ ନିଜ ପରିବାରର ଭବିଷ୍ୟତ ଏବେ ଅନ୍ଧାରରେ ଥିବା ସେ କହିଛନ୍ତି। କପାଳେଶ୍ୱର ଗ୍ରାମର ଅଭିମନ୍ୟୁ ସାମଲ କୁହନ୍ତି, ଦୀପାବଳିରେ ସର୍ବାଧିକ ବାଣ ବିକ୍ରି ହୋଇଥାଏ। ବ୍ୟବସାୟୀମାନେ ବାଣ ନେଇ ବିକ୍ରି ପାଇଁ ଅଗ୍ରିମ ଦେଇଥିବାରୁ ସେମାନଙ୍କ ଅର୍ଡର ପ୍ରସ୍ତୁତ ହୋଇସାରିଛି। ଏବେ ଅଗ୍ରିମ ବାବଦ ବାଣ ନେବାକୁ ମନା କରି ଦେଇଥିବାରୁ ପରିବାର ସଦସ୍ୟ ହତାଶ ହୋଇପଡିଛୁ। ଦୀର୍ଘଦିନ ଧରି ବାହାଘର ଓ ଅନ୍ୟ ପର୍ବରେ ବାଣ ବିକ୍ରି ହୋଇ ନ ଥିବା ବେଳେ ଋଣ ଜାଲରେ ପଡିଯାଇଛୁ। ଏହି କଟକଣା ନିୟମକୁ ପୁନଃବିଚାର କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଡସଭ୍ୟାଙ୍କ ପାଇଁ ପ୍ରଚାର କଲେ ହାସ୍ୟାଭିନେତା

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ସିନେତାରକା ମଇଦାନକୁ ଓହ୍ଲାଇଛନ୍ତି। ଜଣେ ୱାର୍ଡସଭ୍ୟା ପ୍ରାର୍ଥିନୀଙ୍କ ପାଇଁ ହାସ୍ୟାଭିନେତା ବ୍ରଜ ସିଂ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ଅଞ୍ଚଳରେ ଏକାଧିକ ଘରର ଟିଣ, ଆଜବେଷ୍ଟସ ଛପର ଉଡିବା ସହ...

ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା

ଜଗତ୍‌ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ...

ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

କେନ୍ଦୁଝର, ୧୯।୧୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ସୋମବାର ଅପରାହ୍ନରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଘରର କବାଟ ବନ୍ଦ କରି ଫ୍ୟାନରେ ଗାମୁଛା ବାନ୍ଧି...

ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ବିନା ଫିଟ୍‌ନେସ,ଇନ୍ସ୍ୟୁରାନ୍ସରେ ଚାଲୁଥିଲା ଆମ୍ବୁଲାନ୍ସ

ବାରିପଦା ଅଫିସ,୧୧ା୧୦- ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରସୂତିଙ୍କୁ ନେଇ ବାରିପଦା ମେଡିକାଲ ଆଣୁଥିବା ବେଳେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଫଳରେ ଅଧାବାଟରେ ଦୀର୍ଘ ସମୟ...

ଯତରାର ଦ୍ୱିତୀୟ ସନ୍ଧ୍ୟା :ରାଜସ୍ଥାନର ଭବାଇ ନୃତ୍ୟ, ପିପିଲିର ପଲ୍ଲୀନୃତ୍ୟ ମନମୋହିଲା

ସୁନ୍ଦରଗଡ଼,୨୯।୧ (ଡି.ଏନ୍‌.ଏ) -ସ୍ଥାନୀୟ ଭବାନୀ ଭବନ ପଡିଆରେ ଚାଲିଥିବା ଜିଲା ସାଂସ୍କୃତିକ ମହୋତ୍ସବ ଯତରା -୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ତଥା ରାଜ୍ୟ...

ଆସନ୍ତା ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ୪ ତାରିଖରୁ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀ...

ଔଷଧ ଦୋକାନରେ ଗ୍ରାହକଙ୍କ ପାଟିତୁଣ୍ଡରୁ ହତ୍ୟାକାଣ୍ଡ

ଗୁଣପୁର,୧୨।୧୧(ଡି.ଏନ୍‌.ଏ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ପୁଟାସିଂରେ ଜଣେ ଯୁବକଙ୍କ ଆକ୍ରମଣରେ ରୁଟି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି।...

Advertisement
Archives

Model This Week