ତାତି ବଢ଼ାଉଛି ଇଟାଭାଟି ନିଆଁ, ଧୂଆଁ

ପଟ୍ଟାମୁଣ୍ଡାଇ,୮ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଲକ୍ଷାଧିକ ବେଆଇନ ଇଟା ପୋଡ଼ା ଚାଲିଥିବା ବେଳେ ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି କରାଇବାରେ ଲାଗିଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟିର ନିଆଁ ଝାସ ଓ ଧୂଆଁ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ଜନବସତି, ରାସ୍ତାକଡ଼, ନଈପଠା, ଗୋଚର ଜମି, ଜଙ୍ଗଲ ଜମିରେ ପ୍ରତ୍ୟେକ ସ୍ଥାନରେ ଏଭଳି ମାଳମାଳ ବେଆଇନ ଇଟାଭାଟି ଏବେ ସମସ୍ୟା ବଢ଼ାଇଛି। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଞ୍ଚଳରେ ବେଆଇନ ଭାବେ ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇଆସୁଛି। ବିଦ୍ୟାଳୟ, ଜନବସତି ଓ ଦାତବ୍ୟ ଅନୁଷ୍ଠାନଠାରୁ ୧ କି.ମି. ଦୂରରେ ଇଟାଭାଟି କରିବା ନିୟମ ନ ଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବିଜୟ ଦାଶ, ଅନନ୍ତ ଦାଶ, ମାନସ ସାମଲ, ପ୍ରବୀର ନାୟକ, ନରେନ୍ଦ୍ର ଧଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମରେ ଇଟା ବ୍ୟବସାୟୀମାନେ ସକ୍ରିୟ ହେବା ସହ ଏକର ଏକର ଗୋଚର ଜାଗା, ଅନାବାଦୀ ଜମି, ନଈପଠା ଓ ଜଙ୍ଗଲ ଜମିରେ ଅବାଧରେ ମାଟି ଇଟା ପୋଡ଼ି କାରବାର କରୁଥିବା ବେଳେ ସରକାରଙ୍କ ରାଜସ୍ବହାନି ସହ ବ୍ୟାପକ ଅଞ୍ଚଳରେ ମୃତ୍ତିକା କ୍ଷୟ ହେଉଛି। ଏସବୁ ଦିଗରେ ପଦକ୍ଷେପ ନେବାକୁ କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ରାଜସ୍ବ ବିଭାଗ ପଛଘୁଞ୍ଚା ଦେଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ମାଟିଆ, ତାତନା, ଷଣ୍ଢପଲ୍ଲୀ, ଅଳଭା ଆଦି ଗ୍ରାମ ସମେତ ଡାମରପୁର, ଶାଶନ, କଖାରୁଣି, ବଡ଼ପଡ଼ା, ସାନଜରିଆ, ବଳଭଦ୍ରପୁର, ଶ୍ରୀରାମପୁର, ବାଲିପାଟଣା ପ୍ରଭୃତି ପଞ୍ଚାୟତର ଏକାଧିକ ରାଜସ୍ବ ସର୍କଲରେ ବେଧଡ଼କ ଭାବେ ବେଆଇନ ଇଟାଭାଟି ଗଢ଼ିଉଠିଛି। ଇଟାଭାଟିରୁ ବାହାରୁଥିବା କଳା ଧୂଆଁ ଓ କୋଇଲା ଗୁଣ୍ଡ ଧୂଳିରେ ଅଞ୍ଚଳବାସୀ ଅତିଷ୍ଠ ହେବା ସହ ନିଆଁ ପ୍ରକୋପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ବିଶେଷକରି ମାଟିଆ, ବାଲିପାଟଣା, ଅଳଭା ଏବଂ ତାତନା ପଟ୍ଟାମୁଣ୍ଡାଇ ସହରଠୁ ୨ରୁ ୩ କିଲୋମିଟର ଭିତରେ ଇଟାଭାଟି ଯୋଗୁ ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ଖାଲି ମାଟିଆ ଓ ତାତନା ଗ୍ରାମ ନିକଟସ୍ଥ ଅଞ୍ଚଳରେ ୫୦ରୁ ଊଦ୍ଧର୍‌ବ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତେବେ ଏମାନଙ୍କ ପଛରେ ସ୍ଥାନୀୟ ତହସିଲ ପ୍ରଶାସନର ସହଯୋଗ ଯୋଗୁ ରାଜସ୍ବକୁ ଠକି ଛୋଟମୋଟ ଟ୍ୟାକ୍ସ ଆଦାୟ କରିବା ସହ ଏଭଳି ବେଆଇନ କାରବାର ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ବ ସର୍କଲର ନିରୀକ୍ଷକମାନେ ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରଖି ଏଭଳି ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୋଡ଼ା ନାଲି ଇଟା ସମ୍ପୂର୍ଣ୍ଣ ବେଆଇନ। ନଦୀ କୂଳରେ ଇଟାଭାଟି ପାଇଁ ପରିବେଶ ମଞ୍ଜୁରୀ ନ ଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। କିନ୍ତୁ କେଉଁ ନିୟମ ଆଧାରରେ ସେମାନଙ୍କୁ କିଏ ନିର୍ଦ୍ଦେଶ ଓ ସହଯୋଗ କରୁଛି ତା’ର ଉତ୍ତର କାହାରି ପାଖରେ ନାହିଁ। ବେଆଇନ ଭାବେ ଚାଲିଥିବା ଇଟାଭାଟିକୁ ବନ୍ଦ କରିବାକୁ ତହସିଲ ପ୍ରଶାସନ ସାହସ କରିପାରୁ ନ ଥିବା ଅଭିଯୋଗ ହେଉଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ। ଏହାଦ୍ୱାରା ବାୟୁ ପ୍ରଦୂଷଣ, ଉର୍ବର ମୃତ୍ତିକା କ୍ଷୟ ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥାଏ। ଇଟାଭାଟି ଯୋଗୁ ଶତାଧିକ ଏକର ଚାଷ ତଥା ସରକାରୀ ଜମିରୁ ମାଟି କ୍ଷୟ ହୋଇଚାଲିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ, ଚଳିତବର୍ଷ ଅଧିକ ବ୍ୟବସାୟୀଙ୍କୁ ନୋଟିସ ଜାରି କରିବା ସହ ଜରିମାନା ଆଦାୟ କରାଯାଉଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଇଟା ପୋଡା ବନ୍ଦ କରାଇବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?