ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଜିଲାଗୁଡ଼ିକରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଜାନୁୟାରୀ ୧୭ରୁ ୨୧ତାରିଖ ମଧ୍ୟରେ ନାମାନଙ୍କପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୫୫୪୪ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଥିବା ବେଳେ ୧୭୫୩ ସରପଞ୍ଚ, ୧୧୧୯ ପଞ୍ଚାୟତ ସମିତି ସଭ୍ୟ ଏବଂ ୨୩୨ ଜଣ ଜିଲାପରିଷଦ ସଦସ୍ୟଙ୍କ ମନୋନୟନ ପତ୍ର ନାକଚ ହୋଇଯାଇଛି। ଶେଷରେ ୧,୫୬,୭୫୩ ଜଣ ଓ୍ବାର୍ଡମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ପଞ୍ଚାୟତ ସମିତି ସଭ୍ୟ ଏବଂ ୩,୭୬୭ ଜଣ ଜିଲା ପରିଷଦ ସଦସ୍ୟଙ୍କ ନାମାଙ୍କନ ପତ୍ର କାଏମ ରହିଛି।
ତେବେ ଯେଉଁମାନଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଛି, ସେମାନଙ୍କ ମଧ୍ୟରୁ ଅନେକ ବିଦ୍ରୋହୀ ଏବଂ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ସେହି ପ୍ରାର୍ଥୀମାନଙ୍କୁ ମନାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋରସୋର ଉଦ୍ୟମ ଚଳାଇଛନ୍ତି। ଭାଜପା ଓ କଂଗ୍ରେସ ଅପେକ୍ଷା ବିଜେଡିରେ ଅଧିକ ବିଦ୍ରୋହୀ ପ୍ରାର୍ଥୀ ଥିବାରୁ ଦଳୀୟ ନେତାଙ୍କ ଚିନ୍ତା ବଢ଼ିଯାଇଛି।
ଚଳିତଥର ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ଭୋଟର ମତଦାନ କରିବେ। ଫେବୃୟାରୀ ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। ଭୋଟଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ। ପୂର୍ବରୁ ଭୋଟ୍‌ ଗ୍ରହଣ ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ହେଉଥିଲା। ଭୋଟ୍‌ ଗ୍ରହଣ ଅବଧିକୁ ୧ ଘଣ୍ଟା ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶୀଧର ପ୍ରତିହାରୀ ପାଇଲେ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୭।୨(ବ୍ୟୁରୋ):ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ...

କଟକ ପୋଲିସକୁ ଘାରିଲା କରୋନା ଭୟ

କଟକ ଅଫିସ୍‌,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ...

ଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତ

ଜୟପୁର/ବୋରିଗୁମ୍ମା,୩।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ବୋଡ଼ିଗାଁରୁ ଗୁରୁମାଇଁଗୁଡ଼ା ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଧବାର ଏକ...

ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ...

ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୨୧।୯: ଐତିହାସିକ ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାସ୍‌ ହେବା ପରେ ଆଜି ରାଜ୍ୟ ସଭାରେ ଉପସ୍ଥାପିତ ହୋଇଛି। ଏବେ ବିଲ୍‌କୁ ନେଇ ରାଜ୍ୟ ସଭାରେ...

ଏହି କାରଣରୁ ଯାଜପୁର ଡିଏସ୍‌ପିଙ୍କୁ କରାଯାଉଛି ପ୍ରଶଂସା

ଚଣ୍ଡିଖୋଲ,୧୪ା୨: ୫୩ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ବେଣାପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦମ୍ପତିଙ୍କୁ ଯାଜପୁର ଡିଏସ୍‌ପି ସଂଗ୍ରାମ ଟୁଡୁ ରବିବାର ନିଜ...

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ବଢ଼ିନାହିଁ। ଅଳ୍ପ କିଛିଦିନ ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲେ ମଧ୍ୟ ଲଗାତର ଝଡ଼ବର୍ଷା ଯୋଗୁ...

ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି

ଅନୁଗୋଳ ଅଫିସ, ୧୯।୫ ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦...

Advertisement
Archives

Model This Week