ଆଜି ଦାଖଲ ହେବ ଚୂଡ଼ାନ୍ତ ବୁଥ୍‌ ତାଲିକା

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅନ୍ତର୍ଗତ ୬୭ଟି ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ ସ୍ଥାପନ ପାଇଁ ଗୁରୁବାର ଚିଠା ତାଲିକା ପ୍ରକାଶ ପାଇଥିଲା। ଆପତ୍ତି ଅଭିଯୋଗ କରିବାକୁ ୪ଦିନ ସମୟ ଦିଆଯାଇଥିଲା। ରବିବାର ଅଭିଯୋଗ ଦାଖଲର ଅବଧି ସରିଥିବାବେଳେ ସୋମବାର ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବା ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ତାଲିକା ଚୂଡ଼ାନ୍ତ ହୋଇ ସାରିଥିଲେ ମଧ୍ୟ ଏହାକୁ ପ୍ରକାଶ କରାଯାଇ ନାହିଁ। ମଙ୍ଗଳବାର ସିଧାସଳଖ ବୁଥ୍‌ ତାଲିକା ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ବୁଥ୍‌ ତାଲିକାକୁ ନେଇ କେତେକ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। କେତେକ ଭୋଟରଙ୍କ ବୁଥ୍‌ ଅନ୍ୟ ଓ୍ବାର୍ଡକୁ ଚାଲି ଯାଇଥିବା ଅଭିଯୋଗ ରହିଥିବାରୁ ଚୂଡ଼ାନ୍ତ ତାଲିକାରେ ତାହା ସଂଶୋଧନ କରାଯାଇଛି। ସେହିପରି କିଛି ସମ୍ବେଦନଶୀଳ ସ୍ଥାନରେ ୨ଟି ଲେଖାଏ ବୁଥ୍‌ କରାଯାଇଛି। ଅପରପକ୍ଷେ କେବଳ ବୁଥ୍‌ ତାଲିକା ନୁହେଁ, ବରଂ ଭୋଟର ତାଲିକାରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ ହୋଇ ଆସୁଛି।
ସେପଟେ ହଜାର ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିବା ଜଣାପଡିଛି। ବିଏମ୍‌ସିର ସୂଚନାନୁସାରେ, ଭୁବନେଶ୍ୱରରେ ସମୁଦାୟ ଭୋଟର ସଂଖ୍ୟା ୭ ଲକ୍ଷ ୨୭ ହଜାର ୪୫୬ ରହିଛି। ଆଉ କିଛିଦିନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏତେ କମ୍‌ ସମୟ ମଧ୍ୟରେ କିଭଳି ସେମାନେ ତାଲିକାରେ ଯୋଡିହେବେ ସେ ନେଇ ଅଧିକାରୀମାନେ ମାନସ ମନ୍ଥନ ଚଳାଇଛନ୍ତି। ଅଭିଯୋଗ ପାଇଁ ଆଉ ୨ଦିନ ଥିବାରୁ ତାଲିକା ଆହୁରି ଲମ୍ବା ହେବା ନେଇ ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଏଡିଏମ୍‌ ସ୍ବାଇଁ କହିଛନ୍ତି, ଭୋଟର ତାଲିକାକୁ ନେଇ ବହୁ ଅସନ୍ତୋଷ ଦେଖା ଦେଉଥିବାରୁ ଏହା ଉପରେ କାର୍ଯ୍ୟ କରାଯାଉଛି। ୧୬ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ତାଲିକାକୁ ନେଇ ଆପତ୍ତି ଅଭିଯୋଗ କରିପାରିବେ। ୧୮ ତାରିଖରେ ଅଭିଯୋଗଗୁଡ଼ିକର ଶୁଣାଣି ପରେ ୧୯ରେ ତାଲିକା ପ୍ରକାଶ କରାଯିବ। ଏହାବାଦ୍‌ ଯେଉଁମାନଙ୍କର କୌଣସି ଅଭିଯୋଗ ଥିବ ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବେ। ୨୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୨ ଜାନୁୟାରୀ ୧ ସୁଦ୍ଧା ତାଲିକାରେ ନାମ ଥିବା ଭୋଟରଙ୍କୁ ନେଇ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ନୂଆ ଭୋଟରଙ୍କୁ ମିଶାଇବାର ବ୍ୟବସ୍ଥା ନାହିଁ। ୬ନମ୍ବର ଓ୍ବାର୍ଡର କିଛି ଭୋଟରଙ୍କ ନାମ ୮ନମ୍ବର ଓ୍ବାର୍ଡ ତାଲିକାରେ ପ୍ରକାଶ ପାଇଥିଲା। ସେହିପରି ୩୩ ନଂ. ଓ୍ବାର୍ଡର କିଛି ଭୋଟର ୩୧ ନଂ ଓ୍ବାର୍ଡକୁ ଯାଇଥିଲେ। କିଛି ଓ୍ବାର୍ଡରେ ଏଭଳି ତ୍ରୁଟି ହୋଇଛି। ମାତ୍ର ଏହାକୁ ସଂଶୋଧନ କରାଯାଉଛି। ଫର୍ମ ନଂ. ୭ରେ ନିଜ ଓ୍ବାର୍ଡକୁ ଫେରିବାକୁ ଆବେଦନ କରିପାରିବେ ବୋଲି ଏଡିଏମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri