ଆଜି ଦାଖଲ ହେବ ଚୂଡ଼ାନ୍ତ ବୁଥ୍‌ ତାଲିକା

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅନ୍ତର୍ଗତ ୬୭ଟି ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ ସ୍ଥାପନ ପାଇଁ ଗୁରୁବାର ଚିଠା ତାଲିକା ପ୍ରକାଶ ପାଇଥିଲା। ଆପତ୍ତି ଅଭିଯୋଗ କରିବାକୁ ୪ଦିନ ସମୟ ଦିଆଯାଇଥିଲା। ରବିବାର ଅଭିଯୋଗ ଦାଖଲର ଅବଧି ସରିଥିବାବେଳେ ସୋମବାର ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବା ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ତାଲିକା ଚୂଡ଼ାନ୍ତ ହୋଇ ସାରିଥିଲେ ମଧ୍ୟ ଏହାକୁ ପ୍ରକାଶ କରାଯାଇ ନାହିଁ। ମଙ୍ଗଳବାର ସିଧାସଳଖ ବୁଥ୍‌ ତାଲିକା ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ବୁଥ୍‌ ତାଲିକାକୁ ନେଇ କେତେକ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। କେତେକ ଭୋଟରଙ୍କ ବୁଥ୍‌ ଅନ୍ୟ ଓ୍ବାର୍ଡକୁ ଚାଲି ଯାଇଥିବା ଅଭିଯୋଗ ରହିଥିବାରୁ ଚୂଡ଼ାନ୍ତ ତାଲିକାରେ ତାହା ସଂଶୋଧନ କରାଯାଇଛି। ସେହିପରି କିଛି ସମ୍ବେଦନଶୀଳ ସ୍ଥାନରେ ୨ଟି ଲେଖାଏ ବୁଥ୍‌ କରାଯାଇଛି। ଅପରପକ୍ଷେ କେବଳ ବୁଥ୍‌ ତାଲିକା ନୁହେଁ, ବରଂ ଭୋଟର ତାଲିକାରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ ହୋଇ ଆସୁଛି।
ସେପଟେ ହଜାର ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିବା ଜଣାପଡିଛି। ବିଏମ୍‌ସିର ସୂଚନାନୁସାରେ, ଭୁବନେଶ୍ୱରରେ ସମୁଦାୟ ଭୋଟର ସଂଖ୍ୟା ୭ ଲକ୍ଷ ୨୭ ହଜାର ୪୫୬ ରହିଛି। ଆଉ କିଛିଦିନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏତେ କମ୍‌ ସମୟ ମଧ୍ୟରେ କିଭଳି ସେମାନେ ତାଲିକାରେ ଯୋଡିହେବେ ସେ ନେଇ ଅଧିକାରୀମାନେ ମାନସ ମନ୍ଥନ ଚଳାଇଛନ୍ତି। ଅଭିଯୋଗ ପାଇଁ ଆଉ ୨ଦିନ ଥିବାରୁ ତାଲିକା ଆହୁରି ଲମ୍ବା ହେବା ନେଇ ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଏଡିଏମ୍‌ ସ୍ବାଇଁ କହିଛନ୍ତି, ଭୋଟର ତାଲିକାକୁ ନେଇ ବହୁ ଅସନ୍ତୋଷ ଦେଖା ଦେଉଥିବାରୁ ଏହା ଉପରେ କାର୍ଯ୍ୟ କରାଯାଉଛି। ୧୬ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ତାଲିକାକୁ ନେଇ ଆପତ୍ତି ଅଭିଯୋଗ କରିପାରିବେ। ୧୮ ତାରିଖରେ ଅଭିଯୋଗଗୁଡ଼ିକର ଶୁଣାଣି ପରେ ୧୯ରେ ତାଲିକା ପ୍ରକାଶ କରାଯିବ। ଏହାବାଦ୍‌ ଯେଉଁମାନଙ୍କର କୌଣସି ଅଭିଯୋଗ ଥିବ ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବେ। ୨୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୨ ଜାନୁୟାରୀ ୧ ସୁଦ୍ଧା ତାଲିକାରେ ନାମ ଥିବା ଭୋଟରଙ୍କୁ ନେଇ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ନୂଆ ଭୋଟରଙ୍କୁ ମିଶାଇବାର ବ୍ୟବସ୍ଥା ନାହିଁ। ୬ନମ୍ବର ଓ୍ବାର୍ଡର କିଛି ଭୋଟରଙ୍କ ନାମ ୮ନମ୍ବର ଓ୍ବାର୍ଡ ତାଲିକାରେ ପ୍ରକାଶ ପାଇଥିଲା। ସେହିପରି ୩୩ ନଂ. ଓ୍ବାର୍ଡର କିଛି ଭୋଟର ୩୧ ନଂ ଓ୍ବାର୍ଡକୁ ଯାଇଥିଲେ। କିଛି ଓ୍ବାର୍ଡରେ ଏଭଳି ତ୍ରୁଟି ହୋଇଛି। ମାତ୍ର ଏହାକୁ ସଂଶୋଧନ କରାଯାଉଛି। ଫର୍ମ ନଂ. ୭ରେ ନିଜ ଓ୍ବାର୍ଡକୁ ଫେରିବାକୁ ଆବେଦନ କରିପାରିବେ ବୋଲି ଏଡିଏମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?